ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମୁନିଗୁଡା,୨୮।୧୨: ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁରଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାକୁ ମାଓବାଦୀ ବିରୋଧ କରିଛନ୍ତି। ଏହାକୁ ବିରୋଧ କରି ଶୁକ୍ରବାର ରାତିରେ ୨ମହିଳା ସମେତ ୧୫ରୁ ଊର୍ଦ୍ଧ୍ୱ ମାଓବାଦୀ ଟିକର ପଡ଼ାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି ସେଠାରେ ରଖାଯାଇଥିବା ହିଟାଚି, ଜେସିବି ଓ ରୋଲର ଗାଡିରେ ନିଆଁ ଲଗାଇଦେଇଥିଲେ। ଏଥିସହ ଘଟଣାସ୍ଥଳରେ ୩ଟି ହାତଲେଖା ପୋଷ୍ଟର ଛାଡିଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ କମ୍ପାନୀକୁ ଟେକିଦେବା ପାଇଁ ଏହି ରାସ୍ତା ନିର୍ମାଣ କରାଯାଉଛି ବୋଲି ମାଓବାଦୀ ଅଭିଯୋଗ କରିଛନ୍ତି। ଏହା ସହ ଲୋକଙ୍କ ଯିବା ଆସିବା ପାଇଁ ୮ଫୁଟର ରାସ୍ତା ନିର୍ମାଣ ପାଇଁ ଦାବି କରିଛି ବାଂସଧାରା ଘୁମୁସର ନାଗାବଳୀ ଡିଭିଜ୍‌ନାଲ କମିଟି (CPI)ର ମାଓବାଦୀ।


All Right Reserved By Dharitri.Com

ଲୁନାକୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପାଟଣା,୧୨।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲ୍ଲାରପଦା ଗ୍ରାମ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଲୁନାକୁ ଏକ ବାଇକ୍‌ ଧକ୍କା ଦେବାରୁ ୬୫ ବର୍ଷୀୟ ଜଣେ...

ମେଡିକାଲରୁ ଆଉ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୮ା୯: ଭଦ୍ରକ ଜିଲା ଚିକିତ୍ସାଳୟରୁ ଶନିବାର ଆଉ ୨ ଦଲାଲଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ରାଜ୍ୟ ସରକାର ମେଡିକାଲ ଓ...

ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର...

ଝାନ୍‌ସୀରେ ବିବାହ ଦେବାକୁ ମା’ବାପା ନେଇଥିଲେ ନିଷ୍ପତ୍ତି: ଘର ଛାଡ଼ିଥିବା ଦୁଇ ନାବାଳିକା ଭଉଣୀ ଉଦ୍ଧାର

ରଣପୁର,୨୯।୯(ସ୍ବ.ପ୍ର.)-ଦୁଇ ନାବାଳିକା ଝିଅଙ୍କୁ ଝାନ୍‌ସୀରେ ବିବାହ ଦେବା ପାଇଁ ମା’ବାପା କଥା ହେଉଥିଲେ। ଏହା ଶୁଣି ଭୟଭୀତ ହୋଇଯାଇଥିଲେ ୨ ଝିଅ। ତେଣୁ ଘର ଛାଡି...

ବ୍ରାଉନସୁଗାର କାରବାର: ଖୁବ୍‌ଶୀଘ୍ର ଚାକିରିରୁ ବିଦା ହେବେ କନଷ୍ଟେବଳ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୋଲିସ ବିଭାଗରେ ଥାଇ କରୁଥିଲେ ବ୍ରାଉନସୁଗାର ବେପାର। କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଏହା ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ଭୁବନେଶ୍ୱର...

ବଜ୍ରପାତରେ ମହିଳା ମୃତ

ବେଗୁନିଆପଡ଼ା,୧୭ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଏସ୍‌.ଛଚିନା ପଞ୍ଚାୟତର ତୁମ୍ବୁଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପି. ଡମା ପାତ୍ରଙ୍କ ସ୍ତ୍ରୀ...

ପୋଖରୀରେ କୁମ୍ଭୀର: ଭୟରେ ସ୍ନାନ ପାଇଁ ଯାଉନାହାନ୍ତି ଲୋକେ

ନୟାଗଡ ଅଫିସ, ୩ା୨: ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ଗୋପୀନାଥପୁର (ଖଳିସାହି) ଗ୍ରାମର ପାଖାପାଖି ଥିବା ୪ ପୋଖରୀରେ ୩ କୁମ୍ଭୀର...

କୃଷ୍ଣ ବଗର୍ତ୍ତି ହତ୍ୟା ଘଟଣା ଆଉ ଜଣେ ଗିରଫ

ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ...

Leave a comment

Your email address will not be published. Required fields are marked *