ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇମର୍ଜେନ୍ସି ରେସ୍‌ପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ ହୋଇଥିବାବେଳେ ଓଡ଼ିଶାରେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଇଆରଏସ୍‌ଏସ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ରାଜ୍ୟକୁ ସହଯୋଗ କରିବ। ଏକକ ଜରୁରିକାଳୀନ ନମ୍ବର ୧୧୨ ଜରିଆରେ ଲୋକମାନେ ପୋଲିସ ସେବା ସହ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ତୁରନ୍ତ ପାଇପାରିବେ। ଇଆରଏସ୍‌ଏସ୍‌ ଯୋଜନାରେ ଏହି ଆପତ୍‌କାଳୀନ ନମ୍ବର ବ୍ୟବସ୍ଥା ରହିବ। ସମସ୍ତ ଜରୁରିକାଳୀନ ସେବା ପାଇଁ ଆମେରିକାରେ ଗୋଟିଏ ନମ୍ବର ୯୧୧ ରହିଛି। ଏହି ସେବା ଅଚଳ ହୋଇଯାଇଥିବା ମୋବାଇଲ ସିମ୍‌ କାର୍ଡ ଓ ଲ୍ୟାଣ୍ଡଲାଇନ ମାଧ୍ୟମରେ ଉପଲବ୍ଧ ହୋଇପାରିବ। କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ୧୧୨ ନମ୍ବରକୁ କଲ୍‌ କରି ସହାୟତା ନେଇପାରିବେ। ସମସ୍ତ ଜରୁରିକାଳୀନ ନମ୍ବର ପର୍ଯ୍ୟାୟକ୍ରମେ ବନ୍ଦ କରି ଏହି ଏକକ ନମ୍ବରକୁ ବ୍ୟବହାର କରାଯିବ। ସେନେଇ ଯଥେଷ୍ଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶରେ ଗୁଡିଏ ଜରୁରିକାଳୀନ ନମ୍ବର ରହିଛି। ଯେପରି କି ପୋଲିସ ପାଇଁ ୧୦୦, ଅଗ୍ନିଶମ ବିଭାଗ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଏବଂ ଜରୁରୀ ବିପର୍ଯ୍ୟୟ ପରିଚାଳନା ଲାଗି ୧୦୮ ରହିଛି। ୧୧୨ ନମ୍ବରକୁ ଜରୁରୀ ସେବା ପାଇଁ ସମସ୍ତ ଟେଲିକମ୍‌ ଅପରେଟରମାନଙ୍କୁ କୁହାଯାଇଛି। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା ହୋଇନାହିଁ। ଏହି ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଲୋକଙ୍କୁ ବିଭିନ୍ନ ସେବା ପାଇଁ ଆଉ ଅଲଗା ଅଲଗା ନମ୍ବର ମନେରଖିବାକୁ ପଡ଼ିବନାହିଁ। ଏହାଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରିବା ସହ ନାଗରିକମାନଙ୍କର ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି।


All Right Reserved By Dharitri.Com

ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’...

ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି...

ଅସିତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ...

ତଥ୍ୟ ପ୍ରଦାନରେ ଅବହେଳା: ୩୫ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ

ରାଜନଗର, ୨୧।୯ (ଡି.ଏନ୍‌.ଏ.): ପ୍ରତିଦିନ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଓ ମଧ୍ୟାହ୍ନଭୋଜନ ଖାଉଥିବା ପିଲାଙ୍କ ଠିକ୍‌ ତଥ୍ୟ ମଧ୍ୟାହ୍ନଭୋଜନ ପୋର୍ଟାଲକୁ ପଠାଇବାର ନିୟମ ରହିଛି। ହେଲେ...

ଶୁକ୍ରବାର କଟକ ବଦଳରେ ନରାଜ ଦେଇ ଯିବ ୪ ଟ୍ରେନ

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ।...

ଆରଡି ରାସ୍ତା ନିର୍ମାଣକୁ ବିରୋଧକରି ଦାବିପତ୍ର ଦେଲେ ଚାଷୀ

ଜୟପୁର,୨୬ା୬(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ କେନାଲ ରାସ୍ତା ଉପରେ ଆରଡି ରାସ୍ତା ନିର୍ମାଣକୁ ଚାଷୀମାନେ ବିରୋଧ କରିଛନ୍ତି । ଉକ୍ତ ରାସ୍ତା ଜଗନ୍ନାଥପୁଟ-କୁସୁମପୁଟ...

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭ ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ...

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

Leave a comment

Your email address will not be published. Required fields are marked *