ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା

ବଡ଼ସାହି,୨୮ା୧୨(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଅଦିନିଆ ବର୍ଷା ଦାଉ ସାଧିଛି। ଅମଳ ହୋଇ ବିଲରେ ଗଦା ହୋଇ ରହିଥିବା ପାଚିଲା ଧାନ ବର୍ଷାରେ ଓଦା ହୋଇ ଯାଇଛି ା ଚାଷ ଜମିଗୁଡିକରେ ପାଣି ଜମି ରହିଥିବାରୁ କଟା ହୋଇ ପଡିଥିବା ଧାନ ଗଜା ହେବା ଆଶଙ୍କା ଉପୁଜିଛି। ଫଳରେ ଏହି ବ୍ଲକ ଅଧୀନ ୩୦ ପଞ୍ଚାୟତରେ ଥିବା ଚାଷୀମାନଙ୍କ ପାଚିଲା ଧାନ ଫସଲ ନଷ୍ଟ ହେବାକୁ ବସିଛି। ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା କୌଣସି ସତର୍କ ସୂଚନା ଦିଆଯାଇ ନ ଥିବାରୁ ଚାଷୀମାନେ ପାଚିଲା ଧାନ ଫେରିପାଇବା ଆଶା ହରାଉଛନ୍ତି ା
ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ଧାନ ଚାଷକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା ା ଧାନ ରୁଆ ଓ ବୁଣା ପାଇଁ ଉପଯୁକ୍ତ ପାଣିପାଗ ନ ଥିବାରୁ ଚାଷୀମାନେ ଚିନ୍ତାରେ ପ୍ରମାଦ ଗଣୁଥିଲେ ା ଏପରିକି ଚାଷ ସମୟରେ ପାଣିର ଅଭାବ ସହିତ ମୌସୁମୀ ଜଳବାୟୁର ପରିବର୍ତ୍ତନ ହୋଇଥିଲା ା ଜୁନ ଓ ଜୁଲାଇ ମାସରେ ଧାନ ରୁଆ ହେବା ପରିବର୍ତ୍ତେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଷ ପାଇଁ ଆବଶ୍ୟକ ପାଣିର ଅଭାବ ପରିଲ୍ଲକ୍ଷିତ ହେଉଥିବା ବେଳେ ସ୍ଥାନେ ସ୍ଥାନେ ପୋକ ଦାଉ ସାଧିଥିଲେ। ଏପରି ସ୍ଥଳେ ଯାହା ବଞ୍ଚିଥିଲା ଅଦିନିଆ ବର୍ଷାରେ ଏବେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି ା ବ୍ଲକର ତଳିଆ ଅଞ୍ଚଳ ମାନଗୋବିନ୍ଦପୁର, ଶାଳଗାଁ, ମାଣତ୍ରୀ, ପଟିସାରୀ, ଚନ୍ଦନପୁର, ଦେଉଳିଆ, ବଳଭଦ୍ରପୁର, ମାଧପୁର ଆଦି ପଞ୍ଚାୟତରେ ଥିବା ଚାଷ ଜମିଗୁଡିକରେ ପାଣି ଜମି ରହିଛି। ବିଲରେ ପଡ଼ିଥିବା ଧାନ ଗୁଡିକ ନଷ୍ଟ ହେବାକୁ ବସିଛି ା ଖଳାରେ ମୁକୁଳା ହୋଇ ପଡିଥିବା ଧାନକୁ ଉଦ୍ଧାର କରିବା ପାଇଁ ବୁଦ୍ଧିବାଟ ଦିଶୁନାହିଁ ା ପୂର୍ବରୁ ଯାହାବି ଉଦ୍ଧାର ହୋଇଛି ତାକୁ ବିକିବା ପାଇଁ ବଡସାହିରେ ମଣ୍ଡି ଖୋଲିନାହିଁ ା ଉପାୟହୀନ ହୋଇ ବେପାରୀଙ୍କୁ ଶାଗମାଛ ଦରରେ ଧାନ ବିକିବାକୁ ପଡିବ ବୋଲି କଇଁଶାଳୀ ଗ୍ରାମର ଚାଷୀ ରାଧାକୃଷ୍ଣ ଜେନା କହିଛନ୍ତି। ସେହିପରି ଖୁଣ୍ଟାପାଳ ଗ୍ରାମର ଚାଷୀ ରମେଶ ମହାନ୍ତ କୁହନ୍ତି, ବର୍ଷା ପାଗ ଦେଖି ତରବରିଆ ଭାବେ ଧାନ ସବୁ ଘରକୁ ବୋହି ଆଣିଛୁ ା ରାସ୍ତା କଡ଼ରେ ଗଦା କରି ଧାନ ଗୁଡିକ ରଖିଥିବା ବେଳେ ଖରାପ ପାଗ ଦେଖି ସେଗୁଡିକ ଅମଳ କରାଯିବ ା ତେବେ ବିଭାଗ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି। ସେହିପରି ଦେଉଳିଆ ଗ୍ରାମର ଚାଷୀ ଅଜିତ୍‌ ମହାପାତ୍ର କୁହନ୍ତି, ତଳିଆ ତଥା ଖାଲୁଆ ଅଞ୍ଚଳରେ କଟା ହୋଇ ପଡିଥିବା ଧାନ ଗୁଡିକ ଗଜା ହେବାର ସମ୍ଭାବନା ରହିଛି ା ବର୍ଷା ଯୋଗୁଁ ଟ୍ରାକ୍ଟର କିମ୍ବା ବଳଦ ଗାଡ଼ିରେ ବୋହିବା କଷ୍ଟକର ହୋଇପଡିଛି ା କାନ୍ଧରେ ବାହୁଙ୍ଗି ସାହାଯ୍ୟରେ ଧାନ କଳେଇକୁ ଘରକୁ ବୋହି ନେବାକୁ ପଡୁଛି ା ସେହିପରି ଭାଗ ଚାଷୀ ଓ ଅଗ୍ରୀମ ଟଙ୍କା ଦେଇ ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ ା ଏପରି ସ୍ଥଳେ ବ୍ୟାଙ୍କରୁ ଋଣ କରି ଚାଷ କରିଥିବା ଚାଷୀଙ୍କୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିବ ା ସରକାରୀସ୍ତରରେ ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବାକୁ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର, ଯୁବ ନେତା ଶଶାଙ୍କ ଶେଖର କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ବଳା ପ୍ରମୁଖ ଦାବି କରିଛନ୍ତି ା


All Right Reserved By Dharitri.Com

କାଠମାଫିଆଙ୍କ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ବାରିପଦା ଅଫିସ, ୨୯ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ମହୁଲିଆଠାରେ କାଠମାଫିଆଙ୍କ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଓ ବନ ବିଭାଗର ଅନ୍ୟ ଜଣେ...

କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର...

ଦ୍ୱାରଶୁଣି ଘାଟିରେ ବୋଲେରୋକୁ ପିଟିଲା ଟ୍ରକ୍‌: ୨ ବୋଲବମ୍‌ ଭକ୍ତ ମୃତ, ୭ ଆହତ

ବାରିପଦା ଅଫିସ/ ବାଙ୍ଗିରିପୋଷି୨୭।୭:(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି।...

ହୋ ଯୁବ ପ୍ରତିଭା ଗାମାୟ

କପ୍ତିପଦା,୨୨ା୯(ଡି଼.ଏନ୍‌.ଏ,)- ନିଜ ରାଜ୍ୟ ଓ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ବିକାଶ ଓ ସାମାଜିକ ପରିବତ୍ତର୍ର୍ନ ପାଇଁ କାମ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତିି, ଗାମାୟ ରିମିଲ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ...

ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି

ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ...

ପିଆରଏମ ମେଡିକାଲ କଲେଜରେ ୟୁନିଡୋର ପ୍ରତିନିଧି ଦଳ

ବାରିପଦା ଅଫିସ,୧୬ା୯- ୟୁନାଇଟେଡ ନେସନ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ(ୟୁନିଡୋ)ର ଏକ ପ୍ରତିନିଧୀ ଦଳ ରବିବାର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନରେ ଆସିଥିଲେ।...

ବାଲେଶ୍ୱର-ବାଙ୍ଗିରିପୋଷି ଡିଏମ୍‌ୟୁରେ ନିଆଁ

ବାରିପଦା ଅଫିସ,୪ା୧୨- ବାଲେଶ୍ୱର -ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍‌ର ବ୍ୟାଟେରି ବକ୍ସରେ ମଙ୍ଗଳବାର ନିଆଁ ଲାଗିଛି। ଶର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଏଥିଯୋଗୁ...

Leave a comment

Your email address will not be published. Required fields are marked *