Posted inଖେଳ

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ତାଙ୍କ ସହିତ ଭାରତ ମହିଳା ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା ମଧ୍ୟ ୨୦୧୯ ବର୍ଷ ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ପୂର୍ବରୁ ଅର୍ଥାତ ଜାନୁୟାରୀ ୧୨ରେ ମୁମ୍ବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ପୁରସ୍କାର ଉତ୍ସବରେ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ ପ୍ରତି ଉଭୟ ଶ୍ରୀକାନ୍ତ ଏବଂ ଅଞ୍ଜୁମଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ପୂର୍ବତନ ଭାରତ ଅଧିନାୟକ ଏସ୍‌. ଭେଙ୍କଟ ରାଘବନ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଶ୍ରୀକାନ୍ତ ହେଉଛନ୍ତି ତାମିଲନାଡୁ କ୍ରିକେଟର ଅନ୍ୟତମ ନାମୀ ଖେଳାଳି। ସେ ୧୯୮୧ରୁ ୧୯୯୨ ମଧ୍ୟରେ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ୬୦ ବର୍ଷୀୟ ଶ୍ରୀକାନ୍ତ ୪୩ ଟେଷ୍ଟ ମ୍ୟାଚରେ ମୋଟ ୨୦୬୨ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଦୁଇଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଅନ୍ତର୍ଜାତୀୟ ଦିନିକିଆରେ ସେ ତାଙ୍କ ସମୟରେ ବିନା ହେଲମେଟ୍‌ରେ ଫାଷ୍ଟ ବୋଲରଙ୍କ ବୋଲିଂରେ ହୁକ୍‌ ଶଟ୍‌ ଖେଳିଥିବାର ବହୁ ଦୃଷ୍ଟାନ୍ତ ରହିଛି। ୧୯୮୩ ପ୍ରୁଡେନ୍‌ସିଆଲ ବିଶ୍ୱକପ୍‌ ଫାଇନାଲରେ ସେ ଭାରତୀୟ ଦଳର ଟପ୍‌ ସ୍କୋରର ଥିଲେ। ମାଲକମ ମାର୍ଶାଲ, ଜୋଏଲ ଗାର୍ନର, ଆଣ୍ଡି ରବଟର୍‌ସ ଏବଂ ମାଇକେଲ ହୋଲ୍‌ଡିଂଙ୍କୁ ନେଇ ସେ ସମୟର ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ସାମ୍ନା କରି ସେ ୩୮ ରନ କରିଥିଲେ। ପୁନଶ୍ଚ ସେ ୧୯୮୫ରେ ବେନସନ ହେଜେସ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୮୯ରେ କଠିନ ପାକିସ୍ତାନ ଟୁର୍‌ ପାଇଁ ଶ୍ରୀକାନ୍ତଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା। ଏହି ଟୁର୍‌ରେ ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ସିରିଜ ଡ୍ର ରହିଥିଲା। ମାତ୍ର ଏହାପରେ ତାଙ୍କୁ ଭିନ୍ନ ପରିସ୍ଥିତିରେ ଅଧିନାୟକ ପଦବୀରୁ ବିଦାୟ ନେବାକୁ ପଡ଼ିଥିଲା। ୧୯୯୨ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବିଶ୍ୱକପ୍‌ ପରେ ଶ୍ରୀକାନ୍ତ କ୍ରିକେଟରୁ ଅବସର ନେଇଥିଲେ। ପରେ ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ନ୍ୟାଶନାଲ ସିଲେକ୍ସନ କମିଟିର ଚେୟାରମ୍ୟାନ ଥିଲେ। ଶ୍ରୀକାନ୍ତଙ୍କ ନେତୃତ୍ୱାଧୀନ କମିଟି ୨୦୧୧ ବିଶ୍ୱକପ୍‌ ପାଇଁ ଦଳ ମନୋନୟନ କରିଥିଲା। ଅନ୍ୟପକ୍ଷରେ ମିଥାଲି ରାଜ୍‌ଙ୍କ ପୂର୍ବରୁ ୪୨ ବର୍ଷୀୟା ଅଞ୍ଜୁମ ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ ବିବେଚିତ ହେଉଥିଲେ। ସେ ବାମହାତୀ ଥିଲେ। ଅଞ୍ଜୁମ ୧୨ଟି ଟେଷ୍ଟ ଖେଳି ୫୪୮ ରନ ସଂଗ୍ରହ କରିଥିଲେ। ସେ ଆହୁରି ମଧ୍ୟ ୧୨୭ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ଗୋଟିଏ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୮ଟି ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ୨୦୦୫ରେ ଅଷ୍ଟ୍ରେଲିଆରେ ମହିଳା ବିଶ୍ୱକପ୍‌ ଫାଇନାଲ ଖେଳିଥିବା ଭାରତୀୟ ମହିଳା ଏକାଦଶର ଅନ୍ୟତମ ସଦସ୍ୟା ଥିଲେ।


All Right Reserved By Dharitri.Com

Posted inଖେଳ View All

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

ପାକିସ୍ତାନ ପକ୍ଷରୁ ଖେଳିବାରେ ଇର୍ଫାନ ବୟୋଜେଷ୍ଠ ପେସର

ସିଡ୍‌ନୀ,୩।୧୧- ୧୯୯୨ରେ ଇମ୍ରାନ ଖାଁଙ୍କ ପରେ ବୟୋଜେଷ୍ଠ ପେସର ଭାବେ ମହମ୍ମଦ ଇର୍ଫାନ ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ...

ରୁଷିଆନ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟରରେ ଗୌରବ, ଜାଙ୍ଗ୍ରା

ନୂଆଦିଲ୍ଲୀ, ୩୧।୭ (ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଗୌରବ ସୋଲାଙ୍କି (୫୬ କିଗ୍ରା) ଓ ପିଙ୍କି ଜାଙ୍ଗ୍ରା (୫୧ କିଗ୍ରା) ରୁଷିଆର କାସ୍‌ପିୟାସ୍କଠାରେ ଚାଲିଥିବା...

ମାତ୍ର ୪୪ଟି ବଲ୍‌ରୁ ୧୪୯ରନ୍‌ ବିସ୍ଫୋରକ ଇନିଂଶ ଖେଳିଥିଲେ ଏହି କ୍ରିକେଟର୍‌

ଆବ୍ରାହମ୍‌ ବେଞ୍ଜାମିନ୍‌ ଡିଭିଲିୟର୍ସ କ୍ରିକେଟର ଏକ ଜଣାଶୁଣା ନାଁ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଫେବୃୟାରୀ ୧୭ରେ...

ରସେଲ ବିଶ୍ୱକପ୍‌ରୁ ଆଉଟ୍‌

ମାଞ୍ଚେଷ୍ଟର, ୨୫ା୬ (ପି.ଟି.)-ଆଣ୍ଠୁରେ ଆଘାତ ଯୋଗୁ ଓ୍ବେଷ୍ଟଇଣ୍ଡିଜର ଅନ୍ୟତମ ପ୍ରମୁଖ ଖେଳାଳି ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ମେଗା...

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ...

ସ୍ବିତୋଲିନା ସେମିଫାଇନାଲରେ

ନ୍ୟୁୟର୍କ,୪ା୯- ପଞ୍ଚମ ସିଡ୍‌ ତଥା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏକ...

ରିଟାୟର୍ଡ ହର୍ଟ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡିଲେ ଲିଟନ, ନଇମ ବଦଳ ଖେଳାଳିଭାବେ ମେହିଦି, ତାଇଜୁଲ ସାମିଲ

କୋଲକାତା,୨୩।୧୧(ପି.ଟି.)- ପ୍ରଥମ ଦିବାରାତ୍ର ଟେଷ୍ଟରେ ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ବାଂଲାଦଶ ବ୍ୟାଟ୍ସମ୍ୟାନ ଲିଟନ ଦାସ ଓ ନଇମ ହାସନ ରିଟାୟାର୍ଡ ହର୍ଟ...

Leave a comment

Your email address will not be published. Required fields are marked *