ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ ନ ଥାଏ। ଶୋଇବା ବେଳେ ଆରାମଦାୟକ ଲାଗୁ ନ ଥିବାରୁ ସାରା ରାତି ଉଜାଗରରେ କଟିଯାଏ। ଏହାର ଏକମାତ୍ର କାରଣ ତକିଆ ମଧ୍ୟ ହୋଇପାରେ। ଆମ ଘରକୁ ଆମେ ନିଜ ଅନୁସାରେ ସଜାଇଥାଉ। ବିଶେଷକରି ଖଟରେ ଆମେ ନିଜ ପସନ୍ଦର ତକିଆରେ ଶୋଇଥାଉ। ଫଳରେ ଘରେ ସୁଖନିଦ୍ରା ଆସିଥାଏ। କିଛି ଲୋକ ତକିଆକୁ ନେଇ ଏତେ ସଜାଗ ଥାନ୍ତି ଯେ ବାହାରକୁ ଯିବା ବେଳେ ନିଜ ତକିଆକୁ ସାଙ୍ଗରେ ନେଇଯାଇଥାନ୍ତି। ତେବେ ଶୋଇବା ବେଳେ ବ୍ୟବହୃତ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ କିଣିବା ବେଳେ ଲୋକମାନେ ବିଶେଷ ଧ୍ୟାନ ଦେଉ ନ ଥିବାରୁ ପରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆସନ୍ତୁ ଜାଣିବା ତକିଆ କିଣିବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
*ସୁଖଦ ନିଦ୍ରା ପାଇଁ ସବୁବେଳେ ତକିଆ କିଣିବା ବେଳେ ଧ୍ୟାନ ଦିଅନ୍ତୁ। କାରଣ ନିଦ ନ ହେଲେ ଏହା ସିଧାସଳଖ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ। ବଜାରରେ ଭିନ୍ନ ଭିନ୍ନ କିସମର ତକିଆ ମିଳୁଥିବା ବେଳେ କିଣିବା ସମୟରେ ଉଚିତ୍‌ ତକିଆର ଚୟନ କରିବା ଜରୁରୀ। ସବୁବେଳେ ମେମୋରି ଫୋମ୍‌ଯୁକ୍ତ ତକିଆ କିଣନ୍ତୁ। ଏହି ତକିଆ ବେକ ଓ ମୁଣ୍ଡକୁ ସପୋର୍ଟ ଦେଇଥାଏ। ଏହି ତକିଆ ଅପେକ୍ଷାକୃତ ନରମ ହୋଇଥିବାରୁ ଶୋଇବା ବେଳେ କଷ୍ଟ ହୁଏ ନାହିଁ।


*ଗର୍ଭବତୀ ମହିଳାଙ୍କ ପାଇଁ ସବୁଠାରୁ ଭଲ ତକିଆ ହେଉଛି ପ୍ରେଗନାନ୍ସି ପିଲୋ। ଏହି ପିଲୋ ସାଧାରଣ ତକିଆ ଅପେକ୍ଷା ଅଧିକ ନରମ ହୋଇଥାଏ। ଏଣୁ ଗର୍ଭବତୀଙ୍କୁ ଶୋଇବା ବେଳେ ଅସୁବିଧାର ସାମ୍ନା କରିବାକୁ ପଡେ ନାହିଁ। ଅନ୍‌ଲାଇନ୍‌ରେ ଏହି ତକିଆ ଶସ୍ତାରେ ଉପଲବ୍ଧ ହେଉଛି।
* ସବୁଠାରୁ ଜରୁରୀ କଥା ହେଉଛି ତକିଆକୁ ପ୍ରାୟ ୨ବର୍ଷରେ ଥରେ ବଦଳାଇବା ଉଚିତ୍‌।


All Right Reserved By Dharitri.Com

ପୋଟଳରେ ରହିଛି ଏହିସବୁ ଔଷଧୀୟ ଗୁଣ

୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ। ୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍‌ ଭଳି ପୋଷକତତ୍ତ୍ୱ...

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ...

ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ...

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୩ ଥର…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨-୩ଥର କଲରା ଖାଇଲେ...

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ

ଗର୍ଭାବସ୍ଥାରେ ମହିଳାମାନେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି। ସେମାନେ ଜାଣି ନ ଥାନ୍ତି ଏହା ଦ୍ୱାରା ଗର୍ଭସ୍ଥ ଶିଶୁର କ’ଣ କ୍ଷତି ଘଟିବ। ତେବେ...

Leave a comment

Your email address will not be published. Required fields are marked *