ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ଉପରୁ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ସମୟରେ ଉକ୍ତ ସ୍ଥାନରେ ଥିବା ଏକ ଘରକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଉଥିଲା। ଏହି ସମୟରେ ଘରମାଲିକ ଧନେଶ୍ୱର ମୁଦୁଲି ଓ ୩ଜଣ ଶ୍ରମିକ ସେଠାରେ ଉଚ୍ଛେଦ ପାଇଁ କାର୍ଯ୍ୟ କରୁଥିଲେ। ହଠାତ ଏକ ଛାତ ଭୁଶୁଡ଼ି ପଡ଼ିବାରୁ ଧନେଶ୍ୱରଙ୍କ ସମେତ ଉକ୍ତ ୩ଜଣ ଗୁରୁତର ହୋଇଥିଲେ। ଖରପାଇ ବଅଁରପାଳ ପୋଲିସ, ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ କାନ୍ଥ ତଳୁ ଗୁରୁତରମାନଙ୍କୁ ଉଦ୍ଧାର କରିଥିଲେ। ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷେ ଦୁର୍ଘଟଣା କିଭଳି ଘଟିଲା ସେନେଇ ବଅଁରପାଳ ପୋଲିସ ତଦନ୍ତ କରୁଛି।


All Right Reserved By Dharitri.Com

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ଚାନ୍ଦବାଲି,୨୬ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ-ଚୌଧୁରୀଘାଟ ରାସ୍ତାର ମଉସୁଧା ବଜାର ନିକଟରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା...

କରୋନା ମୁକାବିଲା ଲାଗି ବ୍ୟାପକ କାର୍ଯ୍ୟକ୍ରମ

କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ...

୨୪ ଘଣ୍ଟାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା

ଭୁବନେଶ୍ୱର,୩ା୩(ବ୍ୟୁରୋ): ଦୁଇ ଦଫାରେ ୬ମାସ କୋହଳ ହେବା ପରେ ରାଜ୍ୟରେ ରବିବାର ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ହେଲେ ସୋମବାର...

ରାଜନୈତିକ ଶତ୍ରୁତାରୁ ହତ୍ୟା ଉଦ୍ୟମ: ବିଜୁଯୁବ ବାହିନୀ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦିଗପହଣ୍ଡି,୩ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମ୍‌କେଇ ଗାଁରେ ମଙ୍ଗଳବାର ରାଜନୈତିକ ଶତ୍ରୁତାରୁ ବିଜୁ ଯୁବବାହିନୀର ସଦସ୍ୟ ନିରାକାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା କେ.ନୂଆଗାଁ ଥାନାରେ...

ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ

ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର...

ଭଏସ୍‌ ଅଫ ନୟାଗଡ଼ ସିଜନ୍‌-୨ ଆରମ୍ଭ : ଭାଗ ନେଲେ ୮୫ ପ୍ରତିଯୋଗୀ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ କ୍ଲବ ଆନୁକୂଲ୍ୟରେ ରବିବାର ଭଏସ୍‌ ଅଫ ନୟାଗଡ଼ ସିଜନ-୨ର ପ୍ରଥମ ପର୍ଯ୍ୟାୟ ଅଡ଼ିଶନ ରୋଟାରି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି...

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ

ପାଟପୁର,୨୬।୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌...

Leave a comment

Your email address will not be published. Required fields are marked *