୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଲିବିୟାରେ ବର୍ତ୍ତମାନ ପରିସ୍ଥିତି ଖରାପ ରହିବା ସହ ଏବେ ଏଠାରେ ୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସୁଷମା ଟୁଇଟ୍‌ କରି ଜଣାଇଛନ୍ତି କି ଏବେ ତ୍ରିପୋଲି-ନୂଆଦିଲ୍ଲୀ ବିମାନ ସେବା ବନ୍ଦ ହୋଇନାହିଁ। ତେଣୁ ଭାରତୀୟମାନେ ସହଜରେ ଲିବିୟାରୁ ଭାରତ ଆସିପାରିବେ। କିନ୍ତୁ ଯଦି ଏହି ବିମାନ ସେବା ବ୍ୟାହତ ହୁଏ ତେବେ ସରକାର ସେମାନଙ୍କୁ ହୁଏତ ଉଦ୍ଧାର ନ କରିପାରେ। ସୂଚନାଯୋଗ୍ୟ, ଲିବିୟାର ମୁଖ୍ୟ ମୁଅମ୍ମର ଅଲ ଗଦ୍ଦାଫିଙ୍କ ମୃତ୍ୟୁ ପରେ ଲିବିୟାରେ ସଂଘର୍ଷ ଜାରି ରହିଛି। ଆଉ ଏଠାରେ ଥିବା ଭାରତୀୟମାନେ ବୈଦେଶିକ ମନ୍ତ୍ରଣାଳୟର ସହାୟତା ଲୋଡିଛନ୍ତି।


All Right Reserved By

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି...

ମାଡ଼ି ଆସୁଛି ବିପଦ: ୭ମ ଥର ପାଇଁ ସମ୍ପୂର୍ଣ୍ଣ ଧ୍ୱଂସ ହେବ ପୃଥିବୀ !

ଓ୍ବାଶିଂଟନ,୧୭।୯ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ପୃଥିବୀ ପୁଣି ଧ୍ୱଂସ ମୁହାଁ ହେବାରେ ଲାଗିଛି। ଏହା ପୂର୍ବରୁ ପୃଥିବୀ...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ...

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି।...

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ...

୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା...

ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ...

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *