ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହାକୁ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ବଜେଟ ୨୦୧୭-୧୮ ଏବଂ ୨୦୧୮-୧୯ରେ ଏହି ଯୋଜନା ସମ୍ପର୍କରେ ସରକାର ଘୋଷଣା କରିଥିଲେ। ଏହି ଯୋଜନାର ଲାଭ ନେବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ସେହିଭଳି ଆଧାର ପ୍ରମାଣନ ପ୍ରକ୍ରିୟା ଦେଇ ଯିବାକୁ ପଡିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଯୋଜନାର ଲାଭ ନେବାକୁ ଇଛୁକ ବ୍ୟକ୍ତି, ଯେଉଁ ମାନଙ୍କ ପାଖରେ ଆଧାର ନାହିଁ ସେମାନେ ଆଧାର ପାଇଁ ଆବେଦନ କରିବାକୁ କୁହାଯାଇଛି। ଖରାପ ବାୟୋମେଟ୍ରିକ ଲାଗି ଆଧାର ପ୍ରମାଣନ ପ୍ରକ୍ରିୟାରେ ବାଧା ଉପୁଜିଲେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ଏଜେନ୍ସି ଆଧାର ନମ୍ବର ପାଇବା ଲାଗି ସମସ୍ତ ପ୍ରକାରର ସୁବିଧା କରିବ। ସେହିଭଳି ସମୟ ଭିତ୍ତିକ ଓଟିପି ପ୍ରମାଣନ ପ୍ରକ୍ରିୟାରେ ବାଧା ଉପୁଜିଲେ ଏକ ଆଧାର ଲେଟର ପ୍ରଦାନ ବ୍ୟବସ୍ଥା ରହିଛି। ଏଥିରେ ଥିବା କ୍ୱିକ୍‌ ରେସ୍‌ପନ୍ସ(କ୍ୟୁଆର୍‌) କୋଡ୍‌ ସହାୟତାରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ।


All Right Reserved By Dharitri.Com

୧୫ ମାସରେ କାର୍ଯ୍ୟକ୍ଷମ ହେବ ଶ୍ରୀମଲାନୀର ନୂଆ ଫୋମ୍‌ସ ୟୁନିଟ

ଭୁବନେଶ୍ୱର,୪-୧୦(ବ୍ୟୁରୋ) : ଶ୍ରୀ ମଲାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଫୋମ୍‌ସ ୟୁନିଟ୍‌ ଖୋର୍ଦ୍ଧା ନିକଟସ୍ଥ ଜୟମଙ୍ଗଳଠାରେ ସ୍ଥାପନ କରାଯିବ। ଗ୍ରୁପର ପ୍ରମୁଖ ବ୍ରାଣ୍ଡ ସେଞ୍ଚୁରୀର ଏକ...

ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା...

୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା...

ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୩-୨: ବଜେଟ ଘୋଷଣା ପରେ ଦେଶର ପୁଞ୍ଜି ବଜାର ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି। ଏବେ ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର ରହିଛି।...

ଆଇଟି କ୍ଷେତ୍ରରେ ୪୦ ହଜାର କର୍ମଚାରୀ ଛଟେଇ ଆଶଙ୍କା

ବାଙ୍ଗାଲୋର,୧୯-୧୧ଁଦେଶର ସୂଚନା ଏବଂ ପ୍ରଯୁକ୍ତି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ୩୦ରୁ ୪୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରନ୍ତି। କମ୍ପାନୀଗୁଡିକର ଅଭିବୃଦ୍ଧି ମାନ୍ଦା ରହିବା କାରଣରୁ ମଧ୍ୟମ...

ଧାନର ଏମ୍‌ଏସ୍‌ପି ୧୮୧୫ଟଙ୍କାକୁ ବୃଦ୍ଧି; ୧୪ଖରିଫ ଫସଲର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୪-୭: କେନ୍ଦ୍ର ସରକାର ବୁଧବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଧାନର...

ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ...

ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୨୫ ହଜାର କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ,୭-୧୧: ଦେଶ ମଧ୍ୟରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ପ୍ରାୟ ୧୬୦୦ ରିୟଲ ଇଷ୍ଟେଟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଞ୍ଜି ଯୋଗାଣ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *