ଏଇ ଭାରତରେ

ଶିଖ୍‌ ଓ ମୁସଲମାନ ସଂଗ୍ରାମର ମୂକସାକ୍ଷୀ ପଞ୍ଜାବର ଫତେଗଡ ସାହିବର ପବିତ୍ର ମାଟିରେ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିବାକୁ ମିଳେ। ଏଠାରେ ଗୋଟିଏ ପରିସରରେ ଗୁରୁଦ୍ୱାର ଓ ମସ୍‌ଜିଦ ରହିଛି। ଏକ ସମୟରେ ଅନେକ ବର୍ଷ ଧରି ସେହି ସ୍ଥାନରେ ମସ୍‌ଜିଦରେ ଗୁରୁଗ୍ରନ୍ଥ ସାହିବ ବି ରହିଥିଲା। ପରେ ଶ୍ରୀମସ୍ତଗଡ ସାହିବ ନିର୍ମାଣ କରାଯାଇଥିଲା, କିନ୍ତୁ ମସ୍‌ଜିଦକୁ ସେଠାରୁ ହଟାଇ ଦିଆଯାଇ ନ ଥିଲା। ଏହି ମସ୍‌ଜିଦ ଶାହାଜାହାନଙ୍କ ସମୟରେ ନିର୍ମାଣ କରାଯାଇଥିଲା। ଏବେ ବି ଶିଖ୍‌ ସଙ୍ଗତ ମସ୍‌ଜିଦର ଦେଖାରଖା କରୁଛନ୍ତି। ଗତ ଛଅବର୍ଷ ହେବ ଗ୍ରନ୍ଥି ଜିତ୍‌ ସିଂ ପ୍ରତିଦିନ ମସ୍‌ଜିଦକୁ ସଫା କରୁଛନ୍ତି। ମସ୍‌ଜିଦକୁ କମ୍‌ ଲୋକ ନମାଜ ପଢିବାକୁ ଆସୁଛନ୍ତି, ତଥାପି ଏହାର ପବିତ୍ରତା ବଜାୟ ରଖିବା ଲାଗି ମରାମତି ଓ ସଫେଇ କରାଯାଉଛି। ବାର୍ଷିକ ଉର୍ସ କିମ୍ବା ଜମାତରେ ମସ୍‌ଜିଦକୁ ବହୁ ସଂଖ୍ୟାରେ ମୁସଲମାନ ଆସିଥାନ୍ତି। ଦୁଇ ପୀଠ ପଛରେ ଏକ କାହାଣୀ ରହିଛି। ଶିଖ୍‌ ଧାର୍ମିକ ନେତା ଅଜରୁନ୍‌ ସିଂ ସୋଦି ଶ୍ରୀ ଗୁରୁଗ୍ରନ୍ଥ ସାହିବକୁ ମସ୍‌ଜିଦ ଭିତରେ ପ୍ରକାଶ କରି ୧୦୧ଥର ଅଖଣ୍ଡ ପାଠ କରିଥିଲେ। ଏହି ସମାରୋହରେ ଆଖପାଖର ୫୨ ଟି ଗାଁର ସଙ୍ଗତ ସାମିଲ ହୋଇଥିଲେ। ଏହାପରେ ଅନେକ ବର୍ଷ ଧରି ମସ୍‌ଜିଦକୁ ଗୁରୁଦ୍ୱାର ରୂପରେ ଉପଯୋଗ କରାଯିବା ପରେ ପଟିଆଲାର ତତ୍‌କାଳୀନ ମହାରାଜାଙ୍କ ସମୟରେ ମସ୍‌ଜିଦ ପାଖରେ ଗୁରୁଦ୍ୱାର ନିର୍ମାଣ କରାଇଥିଲା। ସେବେଠାରୁ ଏହି ଦୁଇ ପବିତ୍ର ପୀଠ ଭାଇଚାରାର ବାର୍ତ୍ତା ଦେଇଆସୁଛି।


All Right Reserved By Dharitri.Com

ଏଇ ଭାରତରେ

ନାଗରିକତ୍ୱ ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲାର ଓ୍ବଜିରଗଞ୍ଜ ହିନ୍ଦୁ-ମୁସଲମାନ ଏକତାର ଏକ ଅଧ୍ୟାୟ ଲେଖିଚାଲିଛି। ଓ୍ବଜିରଗଞ୍ଜ ବ୍ଲକର...

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ।...

ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ।...

ଏଇ ଭାରତରେ

ଛତିଶଗଡ଼ରେ ଏମିତି ଏକ ସ୍କୁଲ୍‌ ରହିଛି ଯେଉଁଠି ନିୟମିତ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଏହାପରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ...

ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌।...

ଭାରତର ଚନ୍ଦ୍ର ଅଭିଯାନ

ଆକାର ପଟେଲ ପଚାଶ ବର୍ଷ ତଳେ ୧୯୬୯ ମସିହା ଜୁଲାଇ ୨୪ ତାରିଖରେ ଆମେରିକାର ଆପୋଲୋ-୧୧ ମିଶନ ଚନ୍ଦ୍ରପୃଷ୍ଠରୁ ପ୍ରତ୍ୟାବର୍ତ୍ତନ କଲା। ତିନିଜଣ ମହାକାଶଚାରୀ ମାଇକେଲ...

ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ...

ବାତ୍ୟା ବିପତ୍ତି: ପ୍ରସ୍ତୁତି ଓ ପ୍ରତିକାର

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରି ରଖିଛି ପ୍ରଳୟଙ୍କରୀ ବାତ୍ୟା ଫନୀର ପ୍ରଭାବ। ୧୪ଟି ଜିଲାରେ କ୍ଷୟକ୍ଷତି ଘଟାଇଥିବା...

Leave a comment

Your email address will not be published. Required fields are marked *