Posted inଫୁରସତ

ଗୋଡ଼ରେ ଥିବା ପ୍ରୋଟିନ୍‌ ସହାୟତାରେ ମଶା କୀଟନାଶକ ସମ୍ପର୍କରେ ଜାଣିପାରନ୍ତି

ଲିବରପୁୁଲ: ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ବହୁ ସମୟରେ କୀଟନାଶକର ବ୍ୟବହାର କରାଯାଇଥାଏ। ତେବେ ଏଥିରେ କେତେକ କ୍ଷେତ୍ରରେ ସଫଳତା ମିଳି ନ ଥାଏ। ମଶାର ଗୋଡ଼ରେ ଥିବା ଏକପ୍ରକାର ପ୍ରୋଟିନ୍‌ କୀଟନାଶକ ସମ୍ପର୍କରେ ସୂଚନା ଦେଇଥାଏ। ଫଳରେ ମଶା କୀଟନାଶକ ପଡ଼ିଥିବା ଅଞ୍ଚଳରୁ ଚାଲିଯାଇଥାଏ। ଏନେଇ ନେଚର ପତ୍ରିକାରେ ଏକ ଲେଖା ପ୍ରକାଶ ପାଇଛି। ଏହା ଉପରେ ୟୁକେର ଲିବରପୁଲ୍‌ ସ୍କୁଲ୍‌ ଅଫ୍‌ ଟ୍ରୋପିକାଲ ମେଡିସିନ୍‌ ପକ୍ଷରୁ ଅଧ୍ୟୟନ କରାଯାଇ ବହୁ ତଥ୍ୟ ଜଣାପଡ଼ିଛି। ମଶା ଗୋଡରେ ସାପ୍‌-୨ ପ୍ରୋଟିନ୍‌ ରହିଥାଏ। ଏହା କୀଟନାଶକକୁ ସହଜରେ ଚିହ୍ନଟ କରିପାରେ। ଗବେଷକ କିଛି ମଶାଙ୍କଠାରେ ଏହି ପ୍ରୋଟିନ୍‌ ସୃଷ୍ଟିକାରୀ ଜିନ୍‌କୁ ପ୍ରଭାବିତ କରିଥିଲେ। ଫଳରେ ଧୀରେଧୀରେ ସୋମନଙ୍କଠାରେ ସାପ୍‌-୨ ପ୍ରୋଟିନ୍‌ ପରିମାଣ କମିବାରେ ଲାଗିଥିଲା। ଏହାପରେ ମଶା କୀଟନାଶକ ସମ୍ପର୍କରେ ଅଧିକ ସୂଚନା ନ ପାଇ ପାରି ଏହାର ସଂସ୍ପର୍ଶରେ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ମରି ଯାଇଥିଲେ।


All Right Reserved By Dharitri.Com

୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ

ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍‌ଜିଙ୍ଗ୍‌ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି।...

ଯାଯାବର ଜୀବନ ବିତେ ଶଗଡ଼ ଉପରେ…

ବୁନ୍ଦେଲଖଣ୍ଡରେ ଲୁହରଗଡ଼ିଆ ନାମକ ଏକ ସମ୍ପ୍ରଦାୟ ବାସ କରନ୍ତି। ଏହି ସମ୍ପ୍ରଦାୟ କୌଣସି ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଜୀବନସାରା ତାଙ୍କର ଯାଯାବର ଭାବେ...

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: କଏଦୀଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଜେଲ୍‌ର ନାଁ ଶୁଣିଲେ ଆପଣା ଛାଏଁ ମନକୁ ଆସେ ସେଠାକାର ରହିବା ଓ ଖାଇବା କେମିତି ହୋଇଥିବ। ହେଲେ କ୍ୟୁବାରେ ଏମିତି ଏକ ଜେଲ୍‌ ଅଛି...

ପିଲାଦିନ ମନେପକାଇ ଦେବ ଏହି ମୂର୍ତ୍ତି

ସିଙ୍ଗାପୁରର କାଭେନାଘ ବ୍ରିଜ୍‌। ଏହି ଐତିହାସିକ ବ୍ରିଜ୍‌ରେ ଅଛି କିଛି ଜୀବନ୍ତ ଲାଗୁଥିବା ପ୍ରତିମୂର୍ତ୍ତି। ସେଗୁଡିକୁ ଦେଖିଲେ ଲାଗେ ସତେଯେମିତି ସଚଳ ମଣିଷ ହଠାତ୍‌ ସ୍ଥାଣୁ...

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି।...

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି...

ଡ୍ରାଗନ୍‌ ଲ୍ୟାମ୍ପ

ଗେମ୍‌ ଅଫ୍‌ ଥ୍ରୋନ୍‌ସ ଏକ କାଳ୍ପନିକ ଟେଲିଭିଜନ୍‌ ସିରିଜ୍‌। ଏହାର ଲୋକପ୍ରିୟତା ଏତେ ଯେ, ଏବେ ଏହି ସିରିଜ୍‌ରେ ଥିବା ଡ୍ରାଗନ୍‌କୁ ନେଇ ତିଆରି ହୋଇଛି...

୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ...

Leave a comment

Your email address will not be published. Required fields are marked *