ଝୁଣ୍ଟିଛି ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା: ଆବଣ୍ଟନଗ୍ରାହୀଙ୍କୁ ମିଳୁନି ଘର

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ମହିଷାପାଟ ନିକଟରେ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନାରେ ଘର ନିର୍ମାଣ କରାଯାଉଛି। ହେଲେ ପ୍ରଥମ ପର୍ଯ୍ୟାୟ ଆବଣ୍ଟନଗ୍ରାହୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଘର ହସ୍ତାନ୍ତର କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ସେମାନେ ବିଭାଗୀୟ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ପ୍ରକଳ୍ପ ଅଧୀନରେ ୩୯ ଏଚ୍‌ଆଇଜି, ୭୪ ଏମ୍‌ଆଇଜି ଏବଂ ୪୬ ଏଲ୍‌ଆଇଜି ଘର ବିକ୍ରି ଲାଗି ୨୦୧୧ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବୋର୍ଡର ଦାବି ଅନୁଯାୟୀ ଘର କିଣିବାକୁ ଇଚ୍ଛୁକ ଲୋକେ ୨୦୧୪ ସେପ୍ଟେମ୍ବର ସୁଦ୍ଧା ୬ କିସ୍ତିରେ ସମସ୍ତ ଟଙ୍କା ଦେଇଥିଲେ। ସର୍ତ୍ତ ଅନୁଯାୟୀ ୨୦୧୪ରେ ଉକ୍ତ ବାସଗୃହ ହସ୍ତାନ୍ତର କରାଯିବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାଠାରୁ ୫ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ଘର ହସ୍ତାନ୍ତର ମଧ୍ୟ କରାଯାଉନାହିଁ କିମ୍ବା କାର୍ଯ୍ୟର ସ୍ଥିତି ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ଏଥିରେ ନିରାଶ ହୋଇ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ଏବଂ ସଚିବଙ୍କୁ ବାରମ୍ବାର ଭେଟି ଫେରାଦ ହୋଇଥିଲେ। ଏହାପରେ ଗୃହ ନିର୍ମାଣ ସଂସ୍ଥା ପୁଣି ୨୦ରୁ ୨୨ ପ୍ରତିଶତ ଅଧିକ ଅର୍ଥ ଦାବି କରୁଛି। ଏଥିରେ ୧୪.୪୫% ଅଗ୍ରିମ ସୁଧ କଷିଛି। ନିର୍ଦ୍ଧାରିତ ସମୟର ୫ବର୍ଷ ପରେ ଘର ଦିଆ ନ ଯିବା ଏବଂ ପୁଣି ଥରେ ମୂଲ୍ୟ ବୃଦ୍ଧି କରାଯିବାକୁ ନାପସନ୍ଦ କରିଛନ୍ତି ଆବଣ୍ଟନଗ୍ରାହୀ। ଏ ନେଇ ସେମାନେ ବାଜି ରାଉତ ଆବାସିକ ସଂଘ ନାମକ ଏକ ସଙ୍ଗଠନ ଗଠନ କରି ଭୁବନେଶ୍ୱର ଖାରବେଳନଗରସ୍ଥିତ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗୃହ ନିର୍ମାଣକାରୀ ସଂସ୍ଥାର ତ୍ରୁଟି ପାଇଁ ଆବଣ୍ଟନଗ୍ରାହୀ କାହିଁକି ଦଣ୍ଡ ଭୋଗିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଘର ହସ୍ତାନ୍ତର କରିବାକୁ ସଚିବଙ୍କ ନିକଟରେ ଦାବି କରାଯାଇଥିବା ସଂଘ ସଭାପତି ଗୋପାଳ ଚନ୍ଦ୍ର ସାହୁ ଏବଂ ସମ୍ପାଦକ ରୋହିତ ଦାସ କହିଛନ୍ତି।


All Right Reserved By Dharitri.Com

ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦଳର ଏହି ସଫଳତା ପାଇଁ ବିଜେଡି...

ସୁନାବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ ଅଫିସ,୧୩।୭: ଶନିବାର ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ି ମଧ୍ୟାହ୍ନ ଧୂପ, ମଇଲମ ପରେ ମେକାପ ସର୍ବାଙ୍ଗ ନୀତି...

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ...

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ...

୫ମ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨।୪(ବ୍ୟୁରୋ): ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଚିକିତ୍ସା ଏବଂ ଯାତାୟତ ବିବରଣୀ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଗୁରୁବାର ପ୍ରକାଶ କରିଛି। ପ୍ରଦୀପ୍ତ କେବେ କେଉଁ ମେଡିକାଲକୁ...

ପୁରୀ ଜିଲା: ବିଧାନସଭାକୁ ୩ ପୁରୁଣା, ୩ ନୂଆ ନିର୍ବାଚିତ

ପୁରୀ ଅଫିସ, ୨୪ା୫: ପୁରୀ ଜିଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏଥର ବିଜେଡି ଖାତାକୁ ୪ଟି ସିଟ୍‌ ଯାଇଥିବା ବେଳେ ୨ଟିରେ ଭାଜପା ଜିତିଛି।...

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି।...

ଗୁହାଳ ଖୋଜା

କଟକରେ ଏବେ ଗୁହାଳ ଖୋଜା ଚାଲିଛି। ସାଧାରଣତଃ ଗଁ।ଗହଳିରେ ବର୍ଷାଦିନ ପୂର୍ବରୁ ଜାଳକାଠକୁ ସାଇତି ରଖିବା ପାଇଁ ଲୋକେ ଭାଡ଼ି (ଅସ୍ଥାୟୀ କୁଡ଼ିଆ) ନିର୍ମାଣ କରିଥାନ୍ତି।...

Leave a comment

Your email address will not be published. Required fields are marked *