Posted inଜାତୀୟ

‘ଚାଇନାର ବନ୍ଧୁକ ଶକ୍ତି ସହ ସତ୍ୟର ଲଢ଼େଇ ଜାରି ରହିବ’

ଗୟା,୨୬ା୧୨(ଏଏଫ୍‌ପି): ତିବ୍ବତ୍‌ର ବୌଦ୍ଧ ଧର୍ମାବଲମ୍ବୀମାନେ ସତ୍ୟର ଶକ୍ତି ବଳରେ ଚାଇନାର ବନ୍ଧୁକ ଶକ୍ତି ସହ ଲଢ଼େଇ ଜାରି ରଖିତ୍ବା ଲାଗି ପ୍ରତିବଦ୍ଧ ବୋଲି ଧର୍ମଗୁରୁ ଦଲାଇଲାମା କହିଛନ୍ତି। ବିହାରର ବୋଧଗୟାଠାରେ ଥିବା ମହାବୋଧି ମନ୍ଦିରରେ ଉଦ୍‌ବୋଧନ ଦେଇ ତିବ୍ବତୀୟ ଧର୍ମଗୁରୁ କହିଥିଲେ,ଚାଇନାରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ସର୍ଭେରୁ ଜଣାପଡିଛି। ଆମ ପାଖରେ ସତ୍ୟର ଶକ୍ତି ରହିଛି, ଯାହା ବନ୍ଧୁକ ଶକ୍ତିଠାରୁ ଅଧିକ ପ୍ରଭାବଶାଳୀ। ଏହି ଅବସରରେ ଦଲାଇଲାମା ଭାରତର ପୁରାତନ ଶିକ୍ଷା ବ୍ୟବସ୍ଥାର ସ୍ମରଣ କରିବା ସହ ଅହିଂସା, ସହାନୁଭୂତି ଓ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ଏବେ ଧର୍ମକୁ ନେଇ ବିଭିନ୍ନ ଦେଶରେ ହିଂସାକାଣ୍ଡ ଘଟୁଛି। ଏହାକୁ ବନ୍ଦ କରି ମାନବିକତା ମୂଲ୍ୟବୋଧର ପ୍ରସାର ହେବା ଆବଶ୍ୟକ ବୋଲି ଦଲାଇଲାମା କହିଥିଲେ। ଚାଇନାର ପିପିଲ୍ସ ଲିବରେଶନ୍‌ ଆର୍ମି ଦ୍ୱାରା ଅତ୍ୟାଚାରିତ ହେବା ପରେ ଦଲାଇଲାମା ୧୯୫୯ରେ ଭାରତର ଶରଣ ନେଇଥିଲେ।


All Right Reserved By Dharitri.Com

‘ନିଷ୍ଠୁରତାକୁ ସାମ୍ନା କରିଛନ୍ତି ବିରୋଧୀ’

ନୂଆଦିଲ୍ଲୀ,୨୬ା୮(ପି.ଟି.):ଶ୍ରୀନଗର ଗସ୍ତବେଳେ ବିରୋଧୀ ଜମ୍ମୁ-କଶ୍ମୀର ପ୍ରଶାସନର ନିଷ୍ଠୁରତା ଓ ସୁରକ୍ଷା ବଳର ନିର୍ମମତାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଗଣମାଧ୍ୟମ...

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ...

ନିଜ ଅପାରଗତା ପାଇଁ ହାରିଲି ରାଜ ବବର୍‌

ଲକ୍ଷ୍ନୌ, ୨୪।୫: ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର। ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ରାଜ...

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ...

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

ଭାଜପାକୁ କେଜରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ମଙ୍ଗଳବାର ଏଏପି...

ଫୁଲତୋଡା ଦେବା ପରମ୍ପରାକୁ ହଟାଇଲେ ନୌସେନା ଅଧ୍ୟକ୍ଷ: ସମସ୍ତଙ୍କୁ ମିଳୁ ସମାନ ଭୋଜନ

ନୂଆଦିଲ୍ଲୀ,୫।୬: ନୌସେନା ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆଡମିରାଲ କରମବୀର ସିଂ। ଔପଚାରିକ ପ୍ରଥାକୁ ହଟାଇ ସମାନତାକୁ ସେ...

ପାକିସ୍ତାନ ଯିବାକୁ ଏସ୍‌. ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ...

Leave a comment

Your email address will not be published. Required fields are marked *