Posted inଖେଳ

ଜାତୀୟ ସିନିୟର ଭଲିବଲ ଉଦ୍‌ଘାଟିତ: ତ୍ରିପୁରାକୁ ହରାଇ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ବୁଧବାର ଜାତୀୟ ସିନିୟର ଭଲିବଲ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ୬୮ତମ ସଂସ୍କରଣ ଉଦ୍‌ଘାଟିତ ହୋଇଛି। ଜାନୁୟାରୀ ୨ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାରେ ୨୭ ମହିଳା ଓ ୩୧ ପୁରୁଷ ଦଳ ଅଂଶଗ୍ରହଣ କରୁଛନ୍ତି। ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ବିହାର, ଆଣ୍ଡାମାନ ଓ ନିକୋବର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଆସାମ, ଗୁଜରାଟ, ମଣିପୁର, ଦିଲ୍ଲୀ, ଛତିଶଗଡ଼, କର୍ନାଟକ, ତେଲଙ୍ଗାନା, ତାମିଲନାଡ଼ୁ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଚଣ୍ଡିଗଡ଼, ପଣ୍ଡିଚେରୀ, ଉତ୍ତରାଖଣ୍ଡ, ଗୋଆ, ତ୍ରିପୁରା, ମିଜୋରାମ, ସର୍ଭିସେସ୍‌ ଓ ରେଲ୍‌ଓ୍ବେ। ଆୟୋଜକ କମିଟି ସଭାପତି, ଏମ୍‌ପି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅତ୍ୟୁତ ସାମନ୍ତ, ଆୟୋଜକ କମିଟି ଅଧ୍ୟକ୍ଷ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆର ରିଜିଓନାଲ ଡାଇରେକ୍ଟର ଶିବ୍‌ ଶର୍ମା, ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆର ଉପସଭାପତି ରଥିନ ରୟ ଚୌଧୁରୀ, ଉପସଭାପତି ରାମଲାଲ ବର୍ମା, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଭଲିବଲ କୋଚ୍‌ ଜି.ଇ. ଶ୍ରୀଧରନ, ଓଡ଼ିଶା ଭଲିବଲ ଆସୋସିଏଶନ ସଭାପତି ସୁବୋଧ କୁମାର ରାଉତରାୟ, ସମ୍ପାଦକ ଡ. ଗଗନେନ୍ଦୁ ଦାଶ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ଭଲିବଲ୍‌ର ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ ଆୟୋଜିତ ହେଉଛି। ଭାରତୀୟ ଜାତୀୟ ସିନିୟର ଭଲିବଲ ଇତିହାସରେ ପ୍ରଥମଥର ପାଇଁ ଏହା ୪ କୋର୍ଟବିଶିଷ୍ଟ ଗୋଟିଏ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ହେଉଛି। କୌଣସି ସିନିୟର ନ୍ୟାଶନାଲରେ ୫୮ ଦଳ ଭାଗନେବା ମଧ୍ୟ ପ୍ରଥମ। ପ୍ରତିଯୋଗିତାର ମହିଳା ଓ ପୁରୁଷ ବିଭାଗରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଉଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳିମାନେ ପ୍ରଦର୍ଶନ ଭିତ୍ତିରେ ଭାରତୀୟ ଦଳ ପାଇଁ ଚୟନ ହେବେ। ଭାରତୀୟ ଦଳ ୨୦୨୦ ଜାନୁୟାରୀରେ ଚାଇନାର ଗୁଆଙ୍ଗ୍‌ ଝୋଉଠାରେ ହେବାକୁଥିବା ଅଲିମ୍ପିକ୍‌ କ୍ୱାଲିଫାୟରରେ ଭାଗନେବ। ଉଦ୍‌ଘାଟନୀ ଉତ୍ସବରେ କିସ୍‌ ଛାତ୍ରୀଛାତ୍ରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।
ପ୍ରଥମ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚ୍‌ରେ ଓଡ଼ିଶା ୩-୦ ସେଟ୍‌ରେ ତ୍ରିପୁରାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଛତିଶଗଡ଼ ୩-୦ରେ ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ୩-୦ରେ ହିମାଚଳ ପ୍ରଦେଶକୁ ହରାଇ ଦେଇଛି। ମହିଳା ବିଭାଗରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍‌ରେ ୧-୩ରେ ଚଣ୍ଡିଗଡ଼ଠାରୁ ହାରିଯାଇଛି। ହିମାଚଳ ପ୍ରଦେଶ ୩-୦ରେ ପଣ୍ଡିଚେରୀକୁ, ମଣିପୁର ୩-୧ରେ ବିହାର, ଉତ୍ତରାଞ୍ଚଳ ୩-୦ରେ ଆସାମ, ତେଲଙ୍ଗାନା ୩-୦ରେ ଜମ୍ମୁ କଶ୍ମୀର, ରାଜସ୍ଥାନ ୩-୦ରେ ଝାଡ଼ଖଣ୍ଡ ଓ ପଞ୍ଜାବ ୩-୦ରେ ତ୍ରିପରାକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳ: ସୁଶ୍ରୀ ସଙ୍ଗୀତା ଜେନା, ଶୁଭଲକ୍ଷ୍ମୀ ମଲିକ, କରମି ଶିରେସା, ରଶ୍ମିତା ବାରିକ, ମୁକ୍ତି ବାର୍ଲା, ଜୟଶ୍ରୀ ପଲାଇ, କରିସ୍ମା ଟେଟେ, ଶିବାନୀ ପ୍ରିୟଦର୍ଶିନୀ, ସଙ୍ଗୀତା ଦାସ, ସୁଚିତ୍ରା ମନ୍ତ୍ରୀ, ସୁନୀତା ମାର୍ଥା, ମୋନାଲିସା ପାତ୍ର। ଷ୍ଟାଣ୍ଡବାଇ: ମେଘନା ପ୍ରିୟଦର୍ଶିନୀ ବାରିକ, ସସ୍ମିତା ମହାନ୍ତି, କୌଶଲ୍ୟା ମାଝି। ମୁଖ୍ୟ କୋଚ୍‌: ଜଗନ୍ନାଥ ସିହି, ସହକାରୀ କୋଚ୍‌: ଅଭୟ କୁମାର ଦାସ, ମଧୁସ୍ମିତା ସାହୁ, ମ୍ୟାନେଜର: ସୁଷମା ନନ୍ଦ।
ଓଡ଼ିଶା ପୁରୁଷ ଦଳ: ସେକ୍‌ ସିରାଜ ଅଲୀ, ଶୁଭ୍ରାଂଶୁ ଶେଖର ଓଝା, ଏମ୍‌. ବିଘ୍ନେଶ୍ୱରନ, ଦୀପ୍ତିରାଜ ମିଶ୍ର, ଅଫ୍‌ଜାଲ ପି.ପି., ପ୍ରତ୍ୟୁଷ କୁମାର ନନ୍ଦ, ଅକ୍ଷୟ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ, ପପୁନା ସ୍ବାଇଁ, ରାଜେଶ କୁମାର ସାହୁ, ଖଗେଶ୍ୱର ଜେନା, ପ୍ରଜ୍ଞାସାରଥି ଜେନା। ଷ୍ଟାଣ୍ଡବାଇ: ବିକାଶ ଗିରି, ବିନୋଦ ବେହେରା, ଜଗନ୍ନାଥ ପ୍ରସାଦ ବାଲା। ମୁଖ୍ୟ କୋଚ୍‌: ଏମ୍‌. ମସୁଦ ଜମ୍ମା, ସହକାରୀ କୋଚ୍‌: ସୁଧାଂଶୁ ଭୂଷଣ ମିଶ୍ର, ଆଶୁତୋଷ ବର୍ମା, ମ୍ୟାନେଜର: ସଞ୍ଜୟ କୁମାର ଦାସ, ଟ୍ରେନର ସିକ୍ସେର ଆଲୋକ ଦାସ।


All Right Reserved By Dharitri.Com

Posted inଖେଳ View All

କିସ୍‌ ପରିଦର୍ଶନରେ ଭାରତୀୟ ମହିଳା, ପୁରୁଷ ହକି ଦଳ

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି, କୋଚ୍‌ ଓ ଅଫିସିଆଲ୍‌ମାନେ ଶୁକ୍ରବାର କିସ୍‌ ଓ କିଟ୍‌ ପରିଦର୍ଶନ କରିଛନ୍ତି। ସେମାନେ...

ଫିଲ୍ମରେ ଖେଳୁଥିଲେ କ୍ରିକେଟ, ଏବେ ଆଇପିଏଲ୍‌ରେ ଖେଳିବେ

ନୂଆଦିଲ୍ଲୀ,୨୧।୧୨- ବଲିଉଡ ଫିଲ୍ମ ‘କାଇ ପୋ ଚେ’ ୨୦୧୩ରେ ରିଲିଜ ହୋଇ ସଫଳ ମଧ୍ୟ ହୋଇଥିଲା। ସେଥିରେ କ୍ରିକେଟ ପାଗଳ ଅଲି ଭୂମିକାରେ ଥିଲେ ଦିଗବିଜୟ...

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ...

ଇଲିସେ ପେରିଙ୍କ ରେକର୍ଡ

ମେଲବୋର୍ନ,୩।୨- ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରି ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ରବିବାର ଭାରତ ବିପକ୍ଷରେ ଅନୁଷ୍ଠିତ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି...

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌...

ଦିବରାତ୍ର ଟେଷ୍ଟ: ଇନିଂସ ପରାଜୟ ଏଡାଇବା ଲାଗି ପାକିସ୍ତାନର ସଂଘର୍ଷ

ଆଡିଲେଡ, ୧।୧୨(ଏଏଫ୍‌ପି)- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଇନିଂସ ପରାଜୟ ଏଡାଇବା ପାଇଁ...

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ

ଇନ୍ଦୋର,୧୪।୧୧: ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍‌ ଇନ୍ଦୋରର ହୋଲକର୍‌ ଷ୍ଟାଡିୟମରେ...

ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ...

Leave a comment

Your email address will not be published. Required fields are marked *