Posted inଖେଳ

ଆଇସିସି କ୍ରିକେଟ ବିଶ୍ୱକପ୍‌: ଓ୍ବେଷ୍ଟଇଣ୍ଡିଜର ବିଜୟ ଅଭିଯାନ

ନଟିଂହାମ,୧।୬(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ୨୧୮ଟି ବଲ ବାକିଥାଇ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ପୂରା ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ପୂର୍ବରୁ ୨ଥର ଚାମ୍ପିୟନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମ୍ପୂର୍ଣ୍ଣ ଏକପାଖିଆ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୨୧.୪ ଓଭରରେ ମାତ୍ର ୧୦୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିସ୍‌ ଗେଲ୍‌ଙ୍କ ୫୦ ରନର ଅର୍ଦ୍ଧଶତକୀୟ ପାଳି ବଳରେ ୧୩.୪ ଓଭରରେ ୩ ଉଇକେଟ ହରାଇ ୧୦୮ ରନ କରି ବିଜୟ ହାସଲ କରିଛି। ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ପାଇଁ ଏହା ସର୍ବବୃହତ ପରାଜୟ ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ୨୨ ବର୍ଷୀୟ ଯୁବ ଦ୍ରୁତ ବୋଲର ଓଶେନ ଥୋମାସ ୫.୪ ଓଭର ବୋଲିଂ କରି ମାତ୍ର ୨୭ ରନ ବ୍ୟୟ କରିବା ସହ ମୂଲ୍ୟବାନ ୪ ଉଇକେଟ ନେଇ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଓ୍ବେଷ୍ଟଇଣ୍ଡିଜ ୨ ପଏଣ୍ଟ ହାସଲ କରିଛି।
୧୦୬ ରନ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲା। ବିସ୍ଫୋରକ ଅଭିଜ୍ଞ ଓପନର କ୍ରିସ୍‌ ଗେଲ୍‌ ୬ ଚୌକା ଓ ୩ ଛକା ସହ ୫୦ ରନକରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ୧୧ ଓ ଡ୍ବେନ ବ୍ରାଭୋ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୩ଟି ଯାକ ଉଇକେଟ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆମୀର ଅକ୍ତିଆର କରିଥିଲେ। ନିକୋଲାସ ପୁରାନ ୧୯ ବଲରୁ ୪ ଚୌକା ଓ ୨ ଛକା ସହ ୩୪ ରନ ଓ ଶିମରନ ହେଟମେୟର ୭ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଓ୍ବାହାବ ରିୟାଜଙ୍କ ବଲ୍‌କୁ ସ୍କୋୟାର ଲେଗ୍‌ ବାଉଣ୍ଡାରୀ ଉପରେ ଏକ ବଡ଼ ଛକା ମାରି ପୁରାନ ଦଳକୁ ଜିତାଇଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନର ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ସାମନା କରିପାରି ନ ଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫକାର ଜମାନ ୨୨, ବାବର ଆଜମ ୨୨, ମହମ୍ମଦ ହାଫିଜ୍‌ ୧୬ ଓ ଓ୍ବାହାବ ରିୟାଜ ୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇମାମ ଉଲ ହକ ୨, ହାରିସ ସୋହେଲ ୮, ଅଧିନାୟକ ସର୍ଫରାଜ ଅହମ୍ମଦ ୮, ଇମାଦ ଓ୍ବାସିମ ୧, ହାସନ ଅଲି ୧ ରନ କରି ଆଉଟ ହୋଇଥିବା ବେଳେ ଶଦାବ ଖାଁ ଖାତା ଖୋଲି ପାରି ନ ଥିଲେ। ଆମୀର ୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ୍‌ ତରଫରୁ ଓଶେନ ଥୋମାସ ସର୍ବାଧିକ ୪, ହୋଲ୍ଡର ୩, ଆନ୍ଦ୍ରେ ରସେଲ ୨ ଓ ଶେଲଡନ କୋଟ୍ରେଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଆମ ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ଆମୀରଙ୍କୁ ବାଦ ଦେଲେ ପାକିସ୍ତାନର ଅନ୍ୟ ସମସ୍ତ ଖେଳାଳିମାନେ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି। ପୂର୍ବରୁ ପାକିସ୍ତାନର ସର୍ବନିମ୍ନ ବିଶ୍ୱକପ୍‌ ସ୍କୋର ୭୪ ରହିଥିଲା। ୧୯୯୨ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି ସ୍କୋରରେ ଅଲଆଉଟ ହୋଇଥିଲା। ଦଳର ବ୍ୟାଟିଂ ନୈରାଶ୍ୟଜନକ ଥିଲା ଓ ଓ୍ବେଷ୍ଟଇଣ୍ଡିଜ ଅପେକ୍ଷାକୃତ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା ବୋଲି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୨୧.୪ ଓଭରରେ ୧୦୫ ଅଲଆଉଟ
(ଜମାନ- ୨୨, ବାବର- ୨୨, ହାଫିଜ- ୧୬, ରିଆଜ- ୧୮, ଥୋମାସ- ୪/୨୭, ହୋଲ୍ଡର- ୩/୪୨, ରସେଲ- ୨/୪, କୋଟ୍ରେଲ- ୧/୧୮)।
ଓ୍ବେଷ୍ଟଇଣ୍ଡିଜ ୧୩.୪ ଓଭରରେ ୧୦୮/୩
(ଗେଲ- ୫୦, ପୁରାନ- ୩୪*, ଆମୀର- ୩/୨୬ )।


All Right Reserved By

Posted inଖେଳ

ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ...

କୋହଲିଙ୍କ ଶତକ, ଭୁବିଙ୍କ ଘାତକ ବୋଲିଂରେ ଭାରତ ବିଜୟୀ

ତ୍ରିନିଦାଦ,୧୨।୮- ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ...

ଆଇସିସି ବିଶ୍ୱକପ୍‌: ଭାରତର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୯।୬(ପି.ଟି.)- ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ନୂଆ ଗୌରବ ସନ୍ଧାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ରବିବାର ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ।...

‘ଭାରତୀୟ କ୍ରିକେଟକୁ ଭଗବାନ ସାହା’

ନୂଆଦିଲ୍ଲୀ,୭।୮- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ)...

ଡୁ’ପ୍ଲେସି ଚଳିତ ବର୍ଷର ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକାନ କ୍ରିକେଟର

ପ୍ରିଟୋରିଆ,୫ା୮- ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଲାଗି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ ଡୁ’ପ୍ଲେସିଙ୍କୁ ପୁରସ୍କୃତ କରାଯାଇଛି। ପ୍ରିଟୋରିଆଠାରେ ଆୟୋଜିତ ବାର୍ଷିକ ଉତ୍ସବରେ କ୍ରିକେଟ...

ହେଜେଲ୍‌ଙ୍କ ପୁର୍ବରୁ ୬ଜଣ ନାୟିକାଙ୍କୁ ଡେଟ୍‌ କରିଥିଲେ ଯୁବରାଜ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁବରାଜ ସିଂ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ହେଲେ ଏହି ଖେଳାଳିଙ୍କ ଲଭ୍‌ ଲାଇଫ୍‌ ଉପରେ ଯଦି ନଜର ପକାଇବା...

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...

ବାପାଙ୍କଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି: ଲଥାମ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୫।୭ (ପି.ଟି.)- ନ୍ୟୁଜିଲାଣ୍ଡ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ କହିଛନ୍ତି ୧୯୯୨ ବିଶ୍ୱକପ୍‌ରେ ତାଙ୍କ ବାପା ରଡ୍‌ ଲଥାମ ଯାହା ହାସଲ କରିଥିଲେ ଚଳିତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *