‘ସୁସ୍ଥ ଜୀବନ ଲାଗି ତମାଖୁ ବର୍ଜନ କର’

ବାଲେଶ୍ୱର ଅଫିସ, ୧ା୬-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ଜାତୀୟ ସେବା ଯୋଜନା ତରଫରୁ ଶୁକ୍ରବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ମିନତି ସେଠୀ ଏହାକୁ ଉଦ୍‌ଘାଟନ କରି ସୁସ୍ଥ ଜୀବନଯାପନ ପାଇଁ ତମାଖୁ ବର୍ଜନ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ଯୁଗ୍ମ ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ଓ ଡ. ଭାଗବତ ଭୂୟାଁ ବିଶ୍ୱତମାଖୁ ବର୍ଜନ ଦିବସର ତାତ୍ପର୍ଯ୍ୟ ଓ ଉପାଦେୟତା ସମ୍ପର୍କରେ ମତ ରଖିଥିଲେ। ଏହି ଉପଲକ୍ଷେ ଏନ୍‌ଏସ୍‌ଏସ୍‌ର ସ୍ବେଚ୍ଛାସେବୀ ଓ ଛାତ୍ରୀଛାତ୍ର ଶପଥପାଠ କରି ତମାଖୁ ବର୍ଜନ ପାଇଁ ବ୍ୟକ୍ତିଗତ ଓ ସାମାଜିକ ସଚେତନତା ଉପରେ ସେମାନଙ୍କର ପ୍ରତିକ୍ରିୟା ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ ପ୍ରିୟଦର୍ଶୀ, ପ୍ରଦୀପ କୁମାର ରଣା, ଶୁଭକାନ୍ତ ସେଠୀ, ଅଦୈତ ରଞ୍ଜନ ନାୟକ, ଆକାଉଣ୍ଟାଣ୍ଟ ପ୍ରଦୀପ ଶତପଥୀ, ସାମ୍‌ ଡିଇଓ ଅତନୁ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ସାମାଜିକ ଏବଂ ବ୍ୟକ୍ତିଗତ ସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଥିଲା।


All Right Reserved By

ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା

ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି।...

ଏଟିଏମ୍‌ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ

ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି।...

ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟ ଘେରିଲେ ଶତାଧିକ ମହିଳା

ଜଳେଶ୍ୱର, ୨୩।୭(ଡି.ଏନ.ଏ.)-ଜଳେଶ୍ୱର ସହର ବଡ଼ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ତଥା ଭୋଗରାଇ ଥାନା ଅଧିନ ହାଣ୍ଡିପଡ଼ା ଗ୍ରାମନିବାସୀ କାହ୍ନୁ...

ସୁନ୍ଦରପୁର ରଜ ମହୋତ୍ସବ ଉଦ୍‌ଘାଟିତ: ସଭା ସାଙ୍ଗକୁ ରଜ କୁଇନ ପ୍ରତିଯୋଗିତା

ଖଇରା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ...

ଜିଲା ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲ ଗିରଫ

ବାଲେଶ୍ୱରଅଫିସ୍‌, ୨୭।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ନର୍ସିଂହୋମ୍‌ରେ ପହଞ୍ଚାଇବା, କ୍ଲିନିକ୍‌ରେ ଡାକ୍ତରମାନଙ୍କ ନିକଟରେ ପହଞ୍ଚାଇବା ଏବଂ ନିର୍ଦ୍ଦିଷ୍ଟ ମେଡିଶିନ୍‌ ଦୋକାନରେ ପହଞ୍ଚାଇ...

ସ୍ବାସ୍ଥ୍ୟକେନ୍ଦ୍ରରୁ ବାଇକ୍‌ ଚୋରି ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଜଣେ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି...

ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା

ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ...

କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *