Posted inଖେଳ

ରଣ୍‌ଜୀ ଟ୍ରଫିରେ ଖେଳିଲେ ନାହିଁ ବୁମ୍‌ରା

ମୁମ୍ବାଇ,୨୫।୧୨: କେରଳ-ଗୁଜରାଟ ରଣଜୀ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସର ଯଶପ୍ରୀତ ବୁମରା ଅଂଶଗ୍ରହଣ କରି ନାହାନ୍ତି। ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରଣ୍‌ଜୀ ସିଜନର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ନିଜ ଫିଟ୍‌ନେସର ପ୍ରମାଣ ଦେବେ ବୋଲି ସୂଚନା ଦିଆଯାଇଥିଲା। ଗତ ୩ ମାସ ହେଲା ପଡ଼ିଆଠୁ ଦୂରେଇ ରହିଥିବାରୁ ତାଙ୍କ ଏଲିଟ୍‌ ଗ୍ରୁପ ଏ’ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିଲା। ଏଥିରେ ବୁମରା ରାଜି ଥିଲେ। ମାତ୍ର ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସହ ଆଲୋଚନା କରିଥିଲେ। ୨୦୨୦ରେ ଟି୨୦ ବିଶ୍ୱକପ୍‌ ହେବାକୁ ଥିବାରୁ ଗାଙ୍ଗୁଲି ତାଙ୍କୁ ଧଳା ବଲ କ୍ରିକେଟରେ ଧ୍ୟାନ ନିବେଶ କରିବାକୁ କହିଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ଗୁଜରାଟ ଅଧିନାୟକ ପାର୍ଥିବ ପଟେଲ। ବୁମରା ଏବେ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଖେଳିବେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ବହୁ ସମୟ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃୟାରୀ ୨୧ ତାରିଖରେ ଅନୁଷ୍ଠିିତ ହେବ। ସେପର୍ଯ୍ୟନ୍ତ କିଛି ରେଡ୍‌ ବଲ କ୍ରିକେଟ ଖେଳିବେ ନାହିଁ।

 


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଆଥଲେଟିକ୍ସ ଚାମ୍ପିନଶିପ୍‌: ୩୦୦୦ମି. ଷ୍ଟିପଲଚେଜ୍‌ ଫାଇନାଲରେ ଅବିନାଶ

ଦୋହା,୨।୧୦(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତର ଅବିନାଶ ସାବଲ୍‌ ପୁରୁଷ ୩୦୦୦ ମି. ଷ୍ଟିପଲଚେଜ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମେ ସେ ହାସଲ କରିଥିବା ଜାତୀୟ ରେକର୍ଡଠାରୁ...

ଡିଆରଏସ୍‌ ନେବାରେ କୋହଲି ଦକ୍ଷ ନୁହନ୍ତି

ଖ୍ରୀଷ୍ଟଚର୍ଚ୍ଚ,୧।୩- ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଗତ ୨୦ ଇନିଂସରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋର...

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ରୋହିତଙ୍କ ଶତକ: ଭାରତର ପ୍ରତ୍ୟାବର୍ତ୍ତନ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ...

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ...

ଡୋପ୍‌ ଅପରାଧ: ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ୮ବର୍ଷ ବାସନ୍ଦ

ଲାଉସାନେ, ୨୮ା୨ (ଏଏଫ୍‌ପି)-ଚାଇନାର ୩ଥର ଅଲିମ୍ପିକ ସୁଇମିଂ ସ୍ବର୍ଣ୍ଣ ପଦକ ବିଜୟୀ ସନ୍‌ ୟାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଡୋପିଂ ସାମ୍ପଲ ଦେବାକୁ ମନା...

ଚା’ ପାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨୬/୪

ରାଞ୍ଚି,୨୧।୧୦- ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ୩ୟ ଦିନ ଚା’ ପାନ ବିରତି ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ମାତ୍ର...

Leave a comment

Your email address will not be published. Required fields are marked *