୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ ପାଇଛନ୍ତି। ତେବେ ମାଲକାନଗିରି ଜିଲାରୁ ପ୍ରଥମ କରି ଜଣେ ଯୁବକ ରାଜ୍ୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇବା ନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ଗୁରୁବାର ସମ୍ବଲପୁରଠାରେ ହେବାକୁ ଥିବା ପ୍ରଥମ ଟୁର୍ନାମେଣ୍ଟରେ ଶାହା ପ୍ରଥମ ଥର ଖେଳିବେ। ସେ ମାଲକାନଗିରି ଜିଲା ଜଗଦ୍ଦିିଶ ରାଓ କ୍ରିକେଟ କ୍ଲବ ପକ୍ଷରୁ ଖେଳୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ମାଲକାନଗିରି ଓସିଏ ସଙ୍ଗଠନର ସମ୍ପାଦକ ହୃଦାନନ୍ଦ ସାହୁ, କ୍ରିକେଟ ଆସୋସିଏସନ ସଭାପତି ଏମ୍‌ଡି ଫାରୁକ୍‌ଙ୍କ ସମେତ ବହୁ କ୍ରିକେଟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


All Right Reserved By Dharitri.Com

ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ...

ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା...

ମନ ଜିତିଲେ ବିରାଟ

ନୂଆଦିଲ୍ଲୀ, ୨୮।୭- ମୁମ୍ବାଇର ବରେଲିସ୍ଥିତ ଏନ୍‌ଏସ୍‌ସିଆଇ ଡୋମଠାରେ ଶନିବାର ୟୁ ମୁମ୍ବା ଓ ପୁନେରି ପଲଟନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ...

କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ

କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର...

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ...

ରାଞ୍ଚିରେ ଟେଷ୍ଟ: ଧୋନୀଙ୍କୁ ଅପେକ୍ଷା

ରାଞ୍ଚି,୧୮।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏଠାରେ ରବିବାରଠାରୁ ୩ୟ ଟେଷ୍ଟ ଖେଳାଯିବ। ଏହା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ...

ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ...

ବସନ୍ତ ରାୟଜୀଙ୍କୁ ପୂରିଲା ଶହେ ବର୍ଷ: ସଚିନ-ଷ୍ଟିଭ୍‌ ଓ୍ବଗ୍‌ କାଟିଲେ କେକ୍‌

ନୂଆଦିଲ୍ଲୀ,୨୬।୧: ବରିଷ୍ଠ କ୍ରିକେଟର ବସନ୍ତ ରାୟଜୀଙ୍କୁ ରବିବାର ଶହେ ବର୍ଷ ପୂରିଛି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍‌...

Leave a comment

Your email address will not be published. Required fields are marked *