ଅଧାରେ ରହିଲା ବଣଭୋଜି: ଦୁର୍ଘଟଣାରେ ଜଣଙ୍କ ଜୀବନଗଲା

ମାଧପୁର,୨୫।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ବୁଧବାର ଏକ ଟାଟା ଏସିଇ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଠାକୁରଗଡ଼ ଥାନା ଆମସରମୁଣ୍ଡା ପଞ୍ଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ( ୨୨), ଗୁରୁତର ହେଲେ ବିକାଶ ସାହୁ, ଆହତ ସୁଜିତ ପ୍ରଧାନ।
ସୂଚନା ଅନୁଯାୟୀ, ଚିତ୍ତରଞ୍ଜନ,ବିକାଶ, ସୁଜିତ ମାନଯୋର ଡ୍ୟାମ୍‌କୁ ଭୋଜି କରିବା ପାଇଁ ଆସିଥିଲେ। ସେମାନେ ମସଲା ଗ୍ରାଇଣ୍ଡିଂ ପାଇଁ ସ୍ଥାନୀୟ ମାଧପୁର ବଜାରକୁ ଆସୁଥିବା ସମୟରେ ଏକ ଟାଟା ଏସିଇ ଗାଡି ସହିତ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରୁ ଟାଟା ଏସିଇ ଫେରାର ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


All Right Reserved By Dharitri.Com

ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି...

୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ

ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି...

ଜିଲାସ୍ତରୀୟ ବିଜ୍ଞାନଭିତ୍ତିକ ଗବେଷଣା, ଅନ୍ବେଷଣ ପ୍ରତିଯୋଗିତା: ଏଫଏମ୍‌ କଲେଜର ପ୍ରିୟା, ଅନନ୍ୟା ପ୍ରଥମ

ବାଲେଶ୍ୱର ଅଫିସ, ୬।୩-ବାଲେଶ୍ୱର ସହରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ଗବେଷଣା ଓ ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ପ୍ରଦର୍ଶନୀ...

ଡିଇଓଙ୍କ କସ୍ତୁରବା ଆବାସିକ ବିଦ୍ୟାଳୟ ପରିଦର୍ଶନ

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ନୂତନ ଭାବେ ଯୋଗ ଦେଇଥିବା ଡିଇଓ ସୁଶାନ୍ତ ଚୋପଦାର ଅଚାନକ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦାଦପୁର ଦଧିବାମନ ନୋଡାଲ ସ୍କୁଲ,...

ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା...

ଚିକିତ୍ସାରେ ଅବହେଳା ଅଭିଯୋଗ

ଅନୁଗୋଳ ଅଫିସ, ୨୪।୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆସିଛି। ଡାକ୍ତରଖାନାର ୩ ମହଲା ବିଲ୍ଡିଂରେ ଥିବା ବେଡ...

ମାଛ ଧରିବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମ ଉପରସାହିର ଜଣେ ବ୍ୟକ୍ତି ଶନିବାର ପୂର୍ବାହ୍ନରେ ଘର ନିକଟ ବୈତରଣୀ ଘାଟକୁ ମାଛ...

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ...

Leave a comment

Your email address will not be published. Required fields are marked *