ଲବଙ୍ଗ ତେଲରେ ରହିଛି ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର  ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ଅନ୍ୟପକ୍ଷରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ ରହିଛି। ଏହାର ତେଲକୁ ମୁହଁରେ ଲଗାଇଲେ ନାଲି ବ୍ରଣ ସମସ୍ୟାରୁ ମୁକ୍ତି ମିଳେ। ତେବେ ଜାଣନ୍ତୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିପରି କରିବେ ଲବଙ୍ଗର ବ୍ୟବହାର..

– ଲବଙ୍ଗରେ ଆଣ୍ଟିସେଫ୍ଟି, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ୱଚା ଭିତରକୁ ଯାଇ ଅନେକ ସମସ୍ୟା ଦୂର କରିଥାଏ।

– ଯଦି ବ୍ରଣ ବା ନାଲି ଦାଗ ସମସ୍ୟା ନେଇ ଚିନ୍ତିତ ଥାଆନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହାର ତେଲ ଶରୀରର ଶୁଷ୍କତାକୁ ଦୂର କରିଥାଏ।

-ପ୍ରାକୃତିକ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଏହି ତେଲ ମୁହଁରେ ମାଲିସ କଲେ ଖୁବ୍‌ ଅଳ୍ପଦିନ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥାଏ।

– ଲବଙ୍ଗ ତେଲ ଅଧିକ କଟୁ ହୋଇଥାଏ। ଯଦି ଏହାକୁ ବ୍ୟବହାର କରୁଛନ୍ତି, ତେବେ ବାଦାମ କିମ୍ବା ନଡ଼ିଆ ତେଲରେ ମିଶାଇ ବ୍ୟବହାର କରନ୍ତୁ। ନଚେତ ଖାଲି ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ।

– ୨ ବୁନ୍ଦା ଲବଙ୍ଗ ତେଲ ଓ ୫ ବୁନ୍ଦା ନଡ଼ିଆ ତେଲ ମିଶାଇ ମୁହଁରେ ମାଲିସ କଲେ ଚର୍ମ କୁଞ୍ଚନ ସମସ୍ୟା ମଧ୍ୟ ଦୂର ହୋଇଥାଏ।


All Right Reserved By Dharitri.Com

ଘାସରେ ଖାଲିପାଦରେ ଚାଲିବା ଲାଭଦାୟକ: କେବେ ହେବନି ଏହି ରୋଗ

ପାର୍କ ବା ଘାସ ଉପରେ ଖାଲିପାଦରେ ଚାଲିବା ଶରୀର ପାଇଁ ଲାଭଦାୟକ। ଏହା ଦ୍ୱାରା ଅନେକ ମାରାତ୍ମକ ରୋଗ ମଧ୍ୟ ଭଲ ହୋଇଥାଏ। ଜାଣିବା ସେ...

ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ

ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ...

କ୍ୟାନସର୍‌ ଦୂର କରେ କଲରା

ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ କଲରାର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌...

ଏହିସବୁ ରୋଗୀ ଖାଆନ୍ତୁ ନାହିିଁ ଆମ୍ବ: ଜାଣନ୍ତୁ କ’ଣ ଉପୁଜିଥାଏ ସମସ୍ୟା

ଫଳର ରାଜା ଆମ୍ବ, ଯାହାକୁ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ହୋଇଥାଏ। ପୋଟାସିୟମ, କପର ଓ ଆଇରନରେ ଭରପୂର ଆମ୍ବ ଯେ ସମସ୍ତଙ୍କ ପାଇଁ ଲାଭଜନକ...

ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

ଦାନ୍ତ ଘଷା : କିଛି କଥା

ଦାନ୍ତ ଘଷିବା ଆମର ଏକ ଅଭ୍ୟାସ। ହେଲେ ଏହା ପଛରେ ଏପରି କେତୋଟି କଥା ରହିଛି ଯାହା ଜାଣିବା ଆବଶ୍ୟକ। ଦୁଇ ଥର-ସକାଳେ ଏବଂ ରାତ୍ରି...

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ,...

ସୃତିଶକ୍ତି ପ୍ରଖର ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ପୋଷକ ତତ୍ତ୍ୱ ରହିଥାଏ। ସକାଳେ ନିୟମିତ...

Leave a comment

Your email address will not be published. Required fields are marked *