ସ୍କୁଲକୁ ଛାତ୍ରୀଛାତ୍ର ଗାଡ଼ି ନେଇ ଆସିବା ମନା, ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବାଇକ୍‌ ମନା। ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ସ୍କୁଲକୁ ବାଇକ ଆଣି ଆସିପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖାଯାଇଛି।

ଯଦି କୌଣସି ଛାତ୍ରୀଛାତ୍ର ଗାଡ଼ି ଚଳାଇବା ସମୟରେ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଦେବାକୁ ପଡ଼ିବ। ସେହିଭଳି ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ବାଇକ୍‌ ଆଣି ଆସିଲେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାରଣ କରିବେ। ଏକାଧିକ ଥର ସଚେତନ କରିବା ପରେ ଯଦି ସେମାନେ ନ ମାନନ୍ତି ତେବେ ଏ ନେଇ ନିକଟସ୍ଥ ଆର୍‌ଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି। ଯୁକ୍ତ ୨, ନବମ ତଥା ଦଶମରେ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ଗାଡ଼ି ଚଳାଉଥିବା ନଜରକୁ ଆସିଛି। ଏହା ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ୍‌ ଜାରି କରାଯାଇଛି।

ସ୍କୃଲ କର୍ତ୍ତୃପକ୍ଷମାନେ ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ। ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ। ସେହିଭଳି ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରୀଛାତ୍ର ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯେପରି ଅଧିକ ଛାତ୍ରୀଛାତ୍ର ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ପ୍ରିନ୍ସିପାଲମାନେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୧୪୬ ସ୍କୁଲ ବସ୍‌ର ଫିଟ୍‌ନେସ ସାର୍ଟିଫିକେଟ ନାହିଁ। ଏଣୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ। ଏଥିସହ ଉକ୍ତ ବସ୍‌ଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର ବାତିଲ କରିବାକୁ ଆର୍‌ଟିଓକୁ କୁହାଯାଇଛି। ବସ୍‌, ଅଟୋ ଆଦି ଗାଡ଼ିର ଉଭୟ ପାର୍ଶ୍ୱରେ କେତେ ଛାତ୍ରୀଛାତ୍ର ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ଗାଡ଼ି ଅଧିକ ଛାତ୍ରୀଛାତ୍ର ନେଉଥିବା ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଇଛି।


All Right Reserved By Dharitri.Com

ଭାରତ ବନ୍ଦ: ପୁରୀରେ ଆଶିଂକ ପ୍ରଭାବ

ପୁରୀ ଅଫିସ୍‌, ୮।୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ପୁରୀରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର...

ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ

ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ...

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ସୁଭଦ୍ରାଙ୍କ ରଥ ଚକ ତୁମ୍ବରେ ଫାଟ

ପୁରୀ ଅଫିସ, ୨୯ା୫: ଆସନ୍ତା ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ସବୁ ରଥର ତୁମ୍ବ ନିର୍ମାଣ ଶେଷ ହୋଇ ଚକ...

ନର୍ସ ନୀହାରିକା ହତ୍ୟା ଘଟଣା: ଏକାଧିକ ବ୍ୟକ୍ତି ସମ୍ପୃକ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ନର୍ସ ନୀହାରିକା ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମା’ ଓ ବାପା। ସେମାନେ ପୋଲିସର ଦୂର୍ବଳ ତଦନ୍ତକୁ ନେଇ...

ରାସ୍ତାରେ ପୁଣି ପଡ଼ୁଛି ପିଲେଟ: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର; ପ୍ରତିଦିନ ଟ୍ରକ, ଡମ୍ପରରେ ହେଉଛି ପରିବହନ

ଯୋଡ଼ା, ୯।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ମୁଖ୍ୟ ରାସ୍ତାରେ ଟ୍ରକ, ଡମ୍ପର ଦ୍ୱାରା ପରିବହନ ହେଉଥିବା ଲୁହାପଥର...

ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ...

୪୫,୯୬୫ ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨ଶହ ୯୦ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ତେବେ ହିତାଧିକାରୀଙ୍କ ମଧ୍ୟରୁ...

Leave a comment

Your email address will not be published. Required fields are marked *