ହାଇଓ୍ବା-ବୁଲେଟ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର,୨୫ା୧୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର ଯୁଯୁମୁରା ଥାନା ଅମିଲିପାଏନ୍‌ ନିକଟରେ ବୁଧବାର ଏକ ହାଇୱା ଏବଂ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ବାଲିଅନ୍ତା ଅଞ୍ଚଳର ନିଲୁ ସାହୁ(୩୦)। ଗୁରୁତର ସୋନୁ ବାରିକ(୨୫)।
ସୂଚନାଯୋଗ୍ୟ, ବୁଲେଟ୍‌ଟି ସମ୍ବଲପୁରରୁ ଭୁବନେଶ୍ୱରକୁ ଯାଉଥିଲା। ଏହି ସମୟରେ ରେଢ଼ାଖୋଲ ପଟୁ ଆସୁଥିବା ଏକ ହାଇୱା ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଲୁ ଓ ସୋନୁଙ୍କୁ ଜିଲା ସଦର ଡାକ୍ତରଖାନା ନେଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ନିଲୁଙ୍କର ମୃତ୍ୟୁ ଘଟିଛି । ଯୁଯୁମୁରା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।


All Right Reserved By Dharitri.Com

ବିଜେପୁର ଏନ୍‌ଏସିରେ ବିଜେଡିର ବାଇକ ରାଲି

ବିଜେପୁର,୧୯।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାରର ଶନିବାର ଅନ୍ତିମ ଦିବସ। ତିନି ଦଳର ହେଭିଓ୍ବେଟ ନେତା ତିନି ବ୍ଲକ୍‌ରେ ପ୍ରଚାର କରିଥିଲେ। ଯେଉଁ ଅଞ୍ଚଳରେ...

ହୋମଗାର୍ଡଙ୍କୁ ଭେଟିଲା ଆମ୍ବେଦକର ବିକାଶ ପରିଷଦ

ରତ୍ନଗିରି,୧୯ା୧୦(ଡି.ଏନ୍‌.ଏ.): ବରୀ ବ୍ଲକ ଅନ୍ତର୍ଗତ ଅଟିରା ପଞ୍ଚାୟତର ଓଉପଡା ଗ୍ରାମର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ ଶୁକ୍ରବାର ଆମ୍ବେଦକର ବିକାଶ ପରିଷଦର ସଦସ୍ୟ ଭେଟିଛନ୍ତି। ନ୍ୟାୟ...

ଓଡ଼ଗାଁ ଗୋଠବଣ ଡକାୟତି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ଓଡ଼ଗାଁ, ୨୪ା୮(ସ୍ବ.ପ୍ର.): ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ଗତ ୧୨ ତାରିଖ ମଧ୍ୟ ରାତ୍ରରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇଛି। ସେହି ରାତିରେ ୫...

୨ ଲୁଟେରା ଗିରଫ, ବ୍ୟାଗ ଜବତ

ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ...

ଶ୍ରୀକ୍ଷେତ୍ରରେ ରହିଛି ଲାହୋର ସାଧୁଙ୍କ ମଠ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରରେ ରହିଛି ଲାହୋର(ପାକିସ୍ତାନ) ସାଧୁଙ୍କ ମଠ। ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଚାଲି ଆସିଥିବା ବାଳକ ରାମ ଦାସ...

ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଯୋଡ଼ା,୩୦।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିବାରୁ ଅଭିଭାବକମାନେ ଶନିବାର ସ୍କୁଲରେ ତାଲା ପକାଇ...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଭାଜପା ଜିଲା ସଭାପତି ଚୟନ: ରାଜ୍ୟ ନେତୃବୃନ୍ଦଙ୍କ ହାତରେ ନିଷ୍ପତ୍ତି

ଢେଙ୍କାନାଳ ଅଫିସ,୧୯ା୧୨ – ଢେଙ୍କାନାଳ ଜିଲା ଭାଜପା ସଭାପତି ନିର୍ବାଚନ ପାଇଁ ଦଳୀୟ ରାଜନୈତିକ ବାତାବରଣ ସରଗରମ ହୋଇଛି । ଗତ ୧୩ ତାରିଖରେ ସ୍ଥାନୀୟ...

Leave a comment

Your email address will not be published. Required fields are marked *