ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୧୨- ଗଞ୍ଜାମ ଜିଲା ସ୍ବତନ୍ତ୍ର ପୋକ୍‌ସୋ ଜଜ ତଥା ଅତିରିକ୍ତ ଦୌରା ଜଜ (ଏଡିଜେ)-୨ ଜଗଦୀଶ ପ୍ରସାଦ ମହାନ୍ତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିବାରୁ ଅଭିଯୁକ୍ତ ବିଭୀଷଣ ଦାସଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୭ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ କରିଛନ୍ତି। ଜଣେ ନାବାଳିକାଙ୍କୁ ବିଭୀଷଣ ୨୦୧୪ରେ ବଳାତ୍କାର କରିଥିବା ନେଇ ପୀଡ଼ିତାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ବିଭୀଷଣଙ୍କୁ ମାମଲା ନମ୍ବର ୨୧୬/୧୪ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ସଦର ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମଙ୍ଗଳବାର ମାମଲାର ବିଚାର ବେଳେ ଅଭିଯୁକ୍ତ ବିଭୀଷଣଙ୍କୁ ପୋଲିସ କୋର୍ଟରେ ହାଜର କରିଥିଲା। ୧୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପୋକ୍‌ସୋ ଜଜ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡର ରାୟ ଦେଇଛନ୍ତି। ପରେ ଅଭିଯୁକ୍ତ ବିଭୀଷଣଙ୍କୁ ପୁଣି ଥରେ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍‌ସୋ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


All Right Reserved By Dharitri.Com

ସାତ ପାହାଚରେ ଗୋଡ଼ ଖସିଲା: ଶ୍ରୀମନ୍ଦିର ବୋଝିଆ ଗୁରୁତର

ପୁରୀ ଅଫିସ, ୬ା୧୧୧: ଶ୍ରୀମନ୍ଦିରରେ ବୁଧବାର ଜଣେ ବୋଝିଆ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାମ ଦୁଃଶାସନ ଜେନା (୪୫)। ସାତପାହାଚରେ ଗୋଡ଼ ଖସିଯିବାରୁ...

ବିଜୁ ପକାଘର ଯୋଜନା ବାଟ୍‌ବନା:୧୦ ବଛର ହେଲା ଗୁହାଲ ପାଲଟିଛେ ଘର

ଦେଓଗାଁ,୨୪ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଁଚେତ୍‌ରେ ରାଏଜ୍‌ ସରକାରକଁର ବିଜୁ ପକାଘର ଯୋଜନା ବାଟବନା ହେଇଥିବାର ଦେଖ୍‌ବାକେ ମିଲିଛେ। ଇ ପଁଚେତ୍‌ର...

ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ...

ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର...

ଶିକ୍ଷକଙ୍କୁ ଛାତ୍ର ମସାଜ୍‌ କରୁଥିବା ଭିଡିଓ ଭାଇରାଲ୍‌

ବାରିପଦା ଅଫିସ,୨୪ା୧- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ...

ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ

ବାଙ୍ଗିରିପୋଷି,୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି।...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ଜୁବୁଲି ପାର୍କରୁ ମୁହଁ ଫେରାଉଛନ୍ତି ଲୋକେ

ବାରିପଦା ଅଫିସ,୨୫।୭- ସହରବାସୀ ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପାଇଲେ ବୁଲିବାକୁ ଭଲ ପାଆନ୍ତି। ପ୍ରକୃତିକ ପରିବେଶ ହୋଇଥିଲେ ଲୋକେ ଭିଡ଼ ଜମାଇଥାନ୍ତି।...

Leave a comment

Your email address will not be published. Required fields are marked *