୧୨ ଡିଗ୍ରୀ ଉପରେ ସବୁ ସହର: ପୁଣି ବଢ଼ିପାରେ ଶୀତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଚଳିତ ବର୍ଷ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇ ନାହିଁ। ଗତ ସପ୍ତାହରେ ୫/୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଥିଲେ ମଧ୍ୟ ମଙ୍ଗଳବାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ଥିବା ବେଳେ ଫୁଲବାଣୀ ୧୨.୫, ତାଳଚେର ୧୧.୮, ଚାନ୍ଦବାଲି ୧୪.୨, କଟକ ୧୩.୨, ପାରାଦୀପ ୧୬.୪, ଭୁବନେଶ୍ୱର ୧୫, ଗୋପାଳପୁର ୧୭.୯, ପୁରୀ ୧୫, ଅନୁଗୋଳ ୧୧, ବାରିପଦା ୧୩, ଝାରସୁଗୁଡା ୧୩.୪, କେନ୍ଦୁଝର ୧୨.୪, ସମ୍ବଲପୁର ୧୫ ଏବଂ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୁଧବାର ଠାରୁ ପୁଣି ରାଜ୍ୟରେ ତାପମାତ୍ରା ତଳକୁ ଖସିବ ବୋଲି ଅନୁମାନ କରାଯାଉଛି। ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବାରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ଆସିବା ନେଇ ଅନୁମାନ କରାଯାଉଛି। ଯଦି ବାୟୁ ପ୍ରବାହ ଉତ୍ତର ଦିଗରୁ ହେବ ତେବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ...

ଉପକୂଳ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ...

ସମଲେଇ ମନ୍ଦିର, ହୀରାକୁଦର ବିକାଶ ହେବ

ସମ୍ବଲପୁର,୨୨ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ନବବର୍ଷ ଉପଲକ୍ଷେ ସେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ...

କାର୍ଯ୍ୟରେ ଅବହେଳା ଯୋଗୁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବନ କରାଯାଇଛି। ତାଙ୍କ ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

  ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି...

ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ...

ଆମିକସ୍‌ କ୍ୟୁରିଙ୍କୁ ୪୦ ପୃଷ୍ଠାର ପରାମର୍ଶପତ୍ର ଦେଲେ ଶଙ୍କରାଚାର୍ଯ୍ୟ 

ପୁରୀ ଅଫିସ, ୭ା୯: ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶନିବାର ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ...

ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୯ ଜିଲାପାଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଉଭୟ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଏବଂ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)...

Leave a comment

Your email address will not be published. Required fields are marked *