କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର ଏହି ଛୋଟ ସହର ଚର୍ଚ୍ଚ ଅଫ୍‌ ନେଟିଭିଟି ଓ ଏହାର ଆଖପାଖରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। କୁହାଯାଏ ଏହି ଚର୍ଚ୍ଚ ଏମିତି ସ୍ଥାନରେ ନିର୍ମାଣ କରାଯାଇଛି ଯେଉଁଠି ଯୀଶୁଙ୍କ ଜନ୍ମ ହୋଇଥିଲା। ଜେରୁଜେଲମର ଲାଟିନ ପର୍ଟିଆର୍କର ଧର୍ମ ପ୍ରଶାସକ ଓ ପଶ୍ଚିମ ଏସିଆର ରୋମାନ କ୍ୟାଥୋଲିକର ବରିଷ୍ଠ ଅଧିକାରୀ ଆର୍ଚବିଶପ ପିୟରବଟିଷ୍ଟା ମଙ୍ଗଳବାର ଜେରୁଜେଲମରୁ ବେଥଲହମ ଆସିବାର କାର୍ଯ୍ୟକ୍ରମ ଥିଲା। ସେ ଚର୍ଚ୍ଚ ଅଫ୍‌ ନେଟିଭିଟିରେ ମଧ୍ୟ ରାତ୍ରିରେ ହେବାକୁ ଥିବା ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି ଜଣାପଡିଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।


All Right Reserved By Dharitri.Com

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ...

କରୋନା ଭାଇରସ୍‌ ପାଇଁ ଚାଇନା ଯାତ୍ରୀଙ୍କ ଭିଜା ଉପରେ କଟକଣା ଲଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୮।୧: ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଦେଶର ପ୍ରଥମ କରୋନା ଭାଇରସ୍‌ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଶ୍ରୀଲଙ୍କା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀଲଙ୍କାକୁ...

ଶ୍ରେଣୀରେ ଅନେକଥର ଫେଲ୍‌, ୩୦ରୁ ଅଧିକ କମ୍ପାନୀରୁ ବିଦା; ତଥାପି ହୋଇଥିଲେ ଚାଇନାର ସବୁଠୁ ଧନଶାଳୀ ବ୍ୟକ୍ତି

ବେଜିଂ,୧୦।୯:ଆଲିବାବା ଗ୍ରୁପର ଫାଉଣ୍ଡର୍‌ ଜ୍ୟାକ୍‌ ମା’ ୫୫ତମ ଜନ୍ମଦିନରେ ନିଜ କମ୍ପାନୀ ଚେୟରମ୍ୟାନ୍‌ ପଦରୁ ଅବସର ନେଇଛନ୍ତି। ଡାନିଏଲ ଝାଙ୍ଗଙ୍କୁ ନିଜର ଭୂମିକା ହସ୍ତାନ୍ତର କରିଛନ୍ତି...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

ଇରାନର ଉପସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ତେହେରାନ୍‌,୨୬।୨: ଚାଇନାର କରୋନା ଭାଇରସ୍‌ ଏବେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। ଏହା କବଳରୁ ଇରାନ ମଧ୍ୟ ବର୍ତ୍ତି ପାରିନାହିଁ। ଏପର୍ଯ୍ୟନ୍ତ ଇରାନରେ...

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ...

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ...

ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୨୦ ମୃତ

ଓ୍ବାଶିଂଟନ,୪।୮: ଆମେରିକା ଟେକ୍ସାସ୍‌ରେ ଥିବା ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଘଟି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର...

Leave a comment

Your email address will not be published. Required fields are marked *