ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି। ସମ୍ପୂର୍ଣ୍ଣ ଶାକାହାରୀ ମାନୁଷୀ ଏହାର ସକରାତ୍ମକ ଦିଗ ଉପରେ ଆଲୋଚନା କରିବା ସହ ପରିବେଶ ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ବୁଝାଇଛନ୍ତି। ସେ କହିଛନ୍ତି ଶାକାହାରୀ ହେବା ବାସ୍ତବରେ ମୋ ଜୀବନର ଏକ ଦିଗ। ମୋ ପରିବାରରେ ସମସ୍ତେ ଶାକାହାରୀ ହୋଇଥିବା ବେଳେ ସେମାନେ ଯେତେବେଳେ ମୋତେ ଏହି ଅଭ୍ୟାସରେ ପକାଇ ଦେଇଥିଲେ ସେତେବେଳେ ମୋର କିଛି ଉଣା ଅଛି ବୋଲି ମୁଁ ଅନୁଭବ କରି ନ ଥିଲି। ମାନୁଷୀ କହିଛନ୍ତି ମୁଁ ସବୁବେଳେ ଶାକାହାରୀ ହୋଇ ରହିବାକୁ ଚାହେଁ ଏଥିରେ କେବେ ବି ପରିବର୍ତ୍ତନ ହେବ ନାହିଁ। ଶାକାହାରୀ ହେଲେ ସ୍ବାସ୍ଥ୍ୟ ଅନେକ ପରିମାଣରେ ଭଲ ରହିବ ବୋଲି ମଧ୍ୟ ସେ କହିଛନ୍ତି। ଏହା ସ୍ବାସ୍ଥ୍ୟ ଉପଯୋଗୀ ଓ ଏହା କୋଲେଷ୍ଟରଲ, ବ୍ଲଡ ପ୍ରେସର ଆଦି ହେବାକୁ ଦେଇ ନ ଥାଏ ବୋଲି ମାନୁଷୀ ମତ ଦିଅନ୍ତି। ଆନୁଷୀ ଆଗାମୀ ଦିନରେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ମାନୁଷୀ ୟଶରାଜ ବ୍ୟାନରରେ ଐତିହାସିକ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ’ରେ ଲିଡ୍‌ ରୋଲରେ ଅକ୍ଷୟ କୁମାରଙ୍କ ବିପକ୍ଷ ନାୟିକା ଭାବେ ଦେଖାଦେବେ ବୋଲି ଶୁଣିବାକୁ ମିଳିଛି।


All Right Reserved By Dharitri.Com

କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ

ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ଗ୍ରହଣ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

ସୁପ୍ରିମ୍‌କୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ: ମାସ୍କ୍‌ ପିନ୍ଧି ଶୁଣାଣି

ନୂଆଦିଲ୍ଲୀ,୨୫।୨: ସୁପ୍ରିମ୍‌କୋର୍ଟର ୬ ଜଣ ବିଚାରପତି ସ୍ବାଇନ୍‌ ଫ୍ଲୁ(ଏଚ୍‌-୧ଏନ୍‌-୧)ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ପାଇଁ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏକ ବୈଠକ ଡକାଇଥିଲେ। କିଭଳି ବିଚାରପତିଙ୍କ...

‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଦମ୍‌ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ଲକ୍ଷ୍ନୌରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶୁକ୍ରବାର ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ନୌରେ ସେ ଶୁକ୍ରବାର ପହଞ୍ଚିବା...

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ...

ବାୟୋପିକ୍‌ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍‌ ଜିତିବା ବେଳର କାହାଣୀକୁ...

Leave a comment

Your email address will not be published. Required fields are marked *