Posted inଜାତୀୟ

ସୋନିଆଙ୍କୁ ଶାଲ୍‌ ଘୋଡାଇ ଦେଲେ ରାହୁଲ

ନୂଆଦିଲ୍ଲୀ, ୨୪।୧୨: କଂଗ୍ରେସ ପକ୍ଷରୁ ମଙ୍ଗଳବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଯୋଗଦେଇଥିଲେ। ରାଜଘାଟରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ମା’ ସୋନିଆଙ୍କୁ ଶାଲ୍‌ ଘୋଡାଇ ଦେଇଛନ୍ତି ରାହୁଲ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାହୁଲଙ୍କ ଏଭଳି ସ୍ବଭାବ ଦେଖି ୟୁଜର୍ସ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।


ସୂଚନାଯୋଗ୍ୟ, ରାଜଘାଟରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ କଂଗ୍ରେସ ନେତାମାନେ ସମ୍ବିଧାନରେ ଥିବା ପ୍ରାବଧାନଗୁଡିକୁ ପଢିଥିଲେ। ଏହାସହ ବାପୁଙ୍କ ଭଜନ ଗାଇଥିଲେ। କଂଗ୍ରେସ ସତ୍ୟାଗ୍ରହ ନାଁରେ କରିଥିବା ଏହି ଆନ୍ଦୋଳନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଯୋଗଦେଇଥିଲେ। ରାଜଘାଟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେଇ ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ କହିଥିଲେ।


All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

ଭୋପାଳ,୨୪।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ...

ନାଗରିକତ୍ୱ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ଲାଗି ପଥ ପରିଷ୍କାର ହୋଇଯାଇଛି।...

ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ପ୍ରକାଶ ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ ହସ୍ପିଟାଲରେ ଚିକିତ୍ସାଧୀନ...

ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୫।୧: ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ତ୍ରାଲ୍‌ଠାରେ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ...

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି...

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ...

କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି

ଜମ୍ମୁ,୧୦।୧: ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ଗୁରୁବାର ସେଠାରେ ପହଞ୍ଚିଥିବା ବିଦେଶୀ ପ୍ରତିନିଧି ଦଳ ଶୁକ୍ରବାର କଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ଭେଟିଛନ୍ତି। ଜମ୍ମୁ ସହର ଉପାନ୍ତରେ ଥିବା...

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ; ସଂସଦରେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବୁଧବାର ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସଂସଦ...

Leave a comment

Your email address will not be published. Required fields are marked *