Posted inଜାତୀୟ

ଝାଡ଼ଖଣ୍ଡ ନୂଆ ବିଧାୟକ: ୫୭ କୋଟିପତି; ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ରାଞ୍ଚି,୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ରାଜ୍ୟର ୮୧ ନୂଆ ବିଧାୟକଙ୍କ ମଧ୍ୟରେ ୫୭ ଜଣ କୋଟିପତି ରହିଛନ୍ତି। ସେହିପରି ୪୩ ଜଣଙ୍କ ବିରୋଧରେ ଆପରାଧୀକ ମାମଲା ରହିଛି। ନିର୍ବାଚନ ସମୟରେ ସେମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି। ଭାଜପାର ୧୮ କୋଟିପତି ବିଧାୟକ ଥିବାବେଳେ ଜେଏମ୍‌ଏମ୍‌ର ୨୫, କଂଗ୍ରେସର ୮, ଜେଭିଏମ୍‌ର ୩ ଏବଂ ୩ ନିର୍ଦ୍ଦଳୀୟ କୋଟିପତି ବିଧାୟକ ରହିଛନ୍ତି। କଂଗ୍ରେସର ଡ. ରାମେଶ୍ୱର ଓରାନଙ୍କ ପାଖରେ ସର୍ବାଧିକ ୨୮ କୋଟି ସମ୍ପତ୍ତି ରହିଛି। ଭାଜପାର ୧୨ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା ଥିବାବେଳେ ଜେଏମ୍‌ଏମ୍‌ର ୧୭, କଂଗ୍ରେସର ୮, ଜେଭିଏମ୍‌ର ୩ ଏବଂ ୩ ନିର୍ଦ୍ଦଳୀୟ ବିଧାୟକଙ୍କ ନାମରେ ମାମଲା ରହିଛି। ଜେଭିଏମ୍‌ ବିଧାୟକ ପ୍ରଦୀପ ଯାଦବଙ୍କ ବିରୋଧରେ ସର୍ବାଧିକ ୧୪ ଆପରାଧୀକ ମାମଲା ରହିଛି। ୨୦୧୪ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୪୯ ଥିଲା। ସେହିପରି ୪୯ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା ରହିଥିଲା।


All Right Reserved By Dharitri.Com

ଜମ୍ମୁ-କଶ୍ମୀର ବିଡିସି ନିର୍ବାଚନ:୮୧ ବ୍ଲକ୍‌ରେ ଭାଜପା ବିଜୟୀ

ଶ୍ରୀନଗର,୨୫-୧୦(ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀର ବ୍ଲକ ଉନ୍ନୟନ ପରିଷଦ (ବିଡିସି) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୩୧୬ ବ୍ଲକ ପାଇଁ ନିର୍ବାଚନ ହୋଇଥିଲାବେଳେ ୮୧ରେ ଭାଜପା ବିଜୟୀ ହୋଇଛି। ସ୍ବାଧୀନ...

କୃତ୍ରିମ ହାର୍ଟ ଲଗାଇବାର ବର୍ଷକ ପରେ କାମ କଲା ପ୍ରାକୃତିକ ହାର୍ଟ

ନୂଆଦିଲ୍ଲୀ,୧୧।୭: କୃତ୍ରିମ ହାର୍ଟ ଲାଗିବାର ବର୍ଷକ ପରେ ପୁଣିଥରେ ରୋଗୀଣା ହାର୍ଟ କାମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଘଟିଛି...

ସିଏଏକୁ ନେଇ ରାଜଧାନୀରେ ବିରୋଧ ପ୍ରଦର୍ଶନ: ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧୯।୧୨: ନାକରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଯେମିତି ଥମିବାର ନାଁ ନେଇନି। ରବିବାର...

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି...

ବାଡ଼ ଖାଉଛି କ୍ଷେତ: ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ

ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ...

ଖାରଜ ହୋଇପାରେ ପିଟିଶନ୍‌

ନୂଆଦିଲ୍ଲୀ,୨୫ା୧୧ (ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ତିନିଦଳର ରିଟ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ ହେଁ ଏହାର କୌଣସି ସାମ୍ବିଧାନିକ ଭିତ୍ତି ନ...

ଜ୍ୟୋତିରାଦିତ୍ୟଙ୍କ ବାଟ ଓଗାଳିବାକୁ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାକୁ ଚାହୁଁଛନ୍ତି କମଳନାଥ!

ଭୋପାଳ,୧୮।୨: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେମେ ଥମିବାର ନାଁ ନେଉନି। ମୁଖ୍ୟମନ୍ତ୍ରୀ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ...

Leave a comment

Your email address will not be published. Required fields are marked *