ମା’ ଉଗ୍ରତାରା ପିକ୍‌ନିକ୍‌ ସ୍ଥଳରେ ପର୍ଯ୍ୟଟକଙ୍କୁ ମିଳୁନି ସୁବିଧା: ଖୁସିରେ ଆସି ନିରାଶରେ ଫେରୁ୍‌ଛନ୍ତି

ନିରାକାରପୁର,୨୩।୧୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ ରାଉତପଡା ପଞ୍ଚାୟତ ହାତୀଆଶୁଣି ପାଦଦେଶର ମୂଳିଝରଠାରେ ଅବସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ହେଉଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ। ପୀଠ ନିକଟରେ ଥିବା ପିକ୍‌ନିକ୍‌ ସ୍ଥଳରେ ଭୋଜିଭାତ କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଚାଲିଥିବା ଯୋଗୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ହେଲେ ଏଠାରେ ସାମାନ୍ୟତମ ସୁବିଧା ନାହିଁ। କେବଳ ପର୍ଯ୍ୟଟକଙ୍କଠାରୁ ବିଭିନ୍ନ ପ୍ରକାରର ଫି ଆଦାୟକୁ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକମାନେ ଖୁସିରେ ଏଠାକୁ ଆସୁଥିବା ବେଳେ ଅବ୍ୟବସ୍ଥା ଦେଖି ନିରାଶରେ ଫେରୁଛନ୍ତି।
ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ମା’ଙ୍କ ପୀଠକୁ କେବଳ ଓଡ଼ିଶାର କୋଣ ଅନୁକୋଣରୁ ନୁହଁ, ବରଂ ବାହାରୁ ଦୈନିକ ଶତାଧିକ ଲୋକ ମା’ଙ୍କ ଦର୍ଶନ ସହ ଭୋଜିଭାତ କରିବାକୁ ଆସୁଛନ୍ତି। ହେଲେ ନାନା ଅବ୍ୟବସ୍ଥା ଘେରରେ ବର୍ତ୍ତମାନ ଏହି ସ୍ଥାନଟି ରହିଛି। ମନ୍ଦିରଟି ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଅଛି। ଏଣୁ ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ଶୌଚାଳୟଟି ବନ୍ଦ ରହୁଛି। ଭିତରେ ସାଇକେଲ, ଜାଳେଣି କାଠ ସହ ଅଦରକାରୀ ଜିନିଷ ରଖାଯାଇଥିବା ଦେଖିବାକୁ ମିଳୁଛି। ଶୌଚ କାର୍ଯ୍ୟ ପାଇଁ ମହିଳା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିକ୍‌ନିକ୍‌ ସ୍ଥଳରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଭିଡ ବଢୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଜାଗା ଛାଡିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ଭୋଜି ରାନ୍ଧିବାକୁ ଜାଗା ରଖିବାକୁ ନେଇ ବହୁ ସମୟରେ ଉତ୍ତେଜନା ଦେଖାଦେଉଛି। ସେଠାରେ ଥିବା ପିଣ୍ଡିଗୁଡିକୁ କେତେଜଣ ବ୍ୟକ୍ତି ପାଲ ପକାଇ ଜଗି ରହୁଛନ୍ତି। ପାନୀୟ ଜଳ ଟ୍ୟାବ୍‌ ସୀମିତ ଥିବାରୁ ପାଣି ନେବାକୁ ଲମ୍ବା ଧାଡ଼ି ଲାଗୁଛି। ପିକ୍‌ନିକ୍‌ ସ୍ଥଳକୁ ସଫା କରାଯାଉନାହିଁ। ବାସି ଖାଦ୍ୟ ଏଣେତେଣେ ପଡ଼ି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧ ଯୋଗୁ ଠିଆ ହେବା କଷ୍ଟ ହୋଇପଡୁଛି। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରିବା କିମ୍ବା ଖାଇବାକୁ ପର୍ଯ୍ୟଟକମାନେ ପସନ୍ଦ କରୁନାହାନ୍ତି। ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ବିଭିନ୍ନ ପ୍ରକାରର ଫି ଜୋରଜବରଦସ୍ତ ଆଦାୟ କରାଯାଉଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏମାନେ ଯାହା କୁହନ୍ତି…

ଦେବୋତ୍ତର ବିଭାଗ ମନ୍ଦିରକୁ ନିଜ ଅଧୀନକୁ ନେଇଛି। ପୂର୍ବରୁ ଖୋର୍ଦ୍ଧା ଉପଜିଲାପାଳ ଏହାର ଦାୟିତ୍ୱରେ ଥିଲେ। କିନ୍ତୁ ଏହି ସ୍ଥଳର ବିକାଶ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ମା’ଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଛି। ତାହା କୌଣସି କାମରେ ଆସୁନି। ଯଦି ୧୬ ନମ୍ବର ଜାତୀୟ ରାଜପଥରୁ ମା’ଙ୍କ ପୀଠ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ଭଲ ହୁଅନ୍ତା।
-ଅଶୋକ କୁମାର ପାତ୍ର, ପର୍ଯ୍ୟଟକ
ମା’ ଉଗ୍ରତାରାଙ୍କ ପୀଠକୁ ଆସୁଥିବା ମହିଳାମାନେ ଶୌଚ ଲାଗି ହଇରାଣ ହେଉଛନ୍ତି। ଡଷ୍ଟବିନ୍‌ ସଫା ହେଉନି। ପରିସରରେ ପଡ଼ିଥିବା ଚିକେନ, ମଟନ, ମାଛ, ବାସୀ ଜିନିଷ ଶଢ଼ି ଦୁର୍ଗନ୍ଧ ହେଉଛି। ଏସବୁ ସଫା ନ କରି ଜୋର ଜବରଦସ୍ତ ଫି ଆଦାୟ କରାଯାଉଛି।
-ବିଷ୍ଣୁପ୍ରିୟା ସାହୁ, ପର୍ଯ୍ୟଟକ
ପର୍ଯ୍ୟଟକମାନେ ଶୌଚାଳୟକୁ ଭାଙ୍ଗି ଦେଉଥିବା ଯୋଗୁ ବନ୍ଦ କରି ଦିଆଯାଇଛି। ମନ୍ଦିରରେ ୪ ଜଣ ସଫେଇ କର୍ମଚାରୀ ଅଛନ୍ତି, କିନ୍ତୁ ପିକ୍‌ନିକ୍‌ ସ୍ଥଳରେ କେହିନାହାନ୍ତି। ଆଲୋକୀକରଣ ବ୍ୟବସ୍ଥା ମନ୍ଦିର କର୍ତ୍ତୃପକ୍ଷ କରିନାହାନ୍ତି। ଆମେ କ’ଣ କରିବୁ। -କୁମର ପାତ୍ର, କେୟାରଟେକର
ଆଗରୁ ଫି ନିଆଯାଉ ନ ଥିଲା। ସେମାନେ ନୂତନ ଭାବେ ରିଜୋଲ୍ୟୁଶନ କରିଥିବେ। ମୁଁ ଦେଖିବି। ଅନ୍ୟ ଯେଉଁ ସବୁ ସମସ୍ୟା କଥା କୁହାଯାଉଛି, ମୁଁ ବ୍ୟକ୍ତିଗତ ଭାବେ ବୁଝିବି।
-ସୁନାକର କିଶାନ, ଟାଙ୍ଗି ତହସିଲଦାର ତଥା ମନ୍ଦିର ସମ୍ପାଦକ


All Right Reserved By Dharitri.Com

ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

କଟକସଦର,୨୬।୯(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଛକରେ ଗୁରୁବାର ମଧ୍ୟାହ୍ନରେ ଏକ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଗତସିଂହପୁର...

ଜଳେଶ୍ୱର ତହସିଲ: ଆଜିଠୁ ସୌରାତରୁ ବାଲି ପରିବହନ ବନ୍ଦ

ଜଳେଶ୍ୱର, ୨।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସମସ୍ତ ସୌରାତରୁ ବାଲି ପରିବହନ ୩ତାରିଖଠାରୁ ବନ୍ଦ ରହିବ ବୋଲି ସୌରାତ ମାଲିକ ସଂଘ ତରଫରୁ ନିଷ୍ପତ୍ତି...

ବାରିପଦା ହାଟରୁ ସାମୁଦ୍ରିକ ଜୀବ ଉଦ୍ଧାର, ଜଣେ ଗିରଫ

ବାରିପଦା ଅଫିସ,୨ା୧- ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାର ସ୍ଥିତ ସାପ୍ତାହିକ ହାଟରୁ ଗୁରୁବାର ବନ ବିଭାଗ ପକ୍ଷରୁ ୧୪ଟି ସାମୁଦ୍ରିକ କଙ୍କଡା ପ୍ରଜାତିର ଜୀବ...

ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା...

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପୁରୀ ଅଫିସ, ୨୭।୯: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠରେ ସର୍ଟଶର୍କିଟ ଯୋଗୁ ଏସିରୁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି।...

ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮...

ପୁରୀ ସୁରକ୍ଷା ମଞ୍ଚ-ପ୍ରଶାସନ ଆଲୋଚନା ବିଫଳ

ପୁରୀ ଅଫିସ, ୫ା୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ପ୍ରଶାସନର...

Leave a comment

Your email address will not be published. Required fields are marked *