ପିଠି ଯନ୍ତ୍ରଣାରୁ ମୁକ୍ତିଦିଏ ଶଲ୍‌ଭାସନ ଆସନ

ଶଲ୍‌ଭାସନ ଆସନ କରିବା ଦ୍ୱାରା ସାଇଟିକା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ନିୟମିତ କରିବା ଦ୍ୱାରା ଜଙ୍ଘର ଚର୍ବି କମେ ଓ ଓଜନ ମଧ୍ୟ କମ୍‌ ହୁଏ। ପେଟ ପାଇଁ ଏହି ଆସନ ଲାଭକାରୀ ଓ ପାଚନକ୍ରିୟାରେ ସହାୟକ ହୁଏ। ଏହି ଆସନ ମାନସିକ ଅବସାଦ ଓ କ୍ଳାନ୍ତିକୁ ମଧ୍ୟ ଦୂର କରେ। ଅନ୍ତଃସତ୍ତ୍ୱା, ପେଷ୍ଟିକ୍‌ ଅଲ୍‌ସର, ହାର୍ନିଆ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀମାନେ ଏହି ଆସନ କରିବା ଉଚିତ ନୁହେଁ। ଯଦି ଆପଣଙ୍କ ପିଠି ତଳଭାଗରେ ବହୁତ ଯନ୍ତ୍ରଣା ହେଉଛି, ତେବେ ଏହି ଆସନ ସାବଧାନ ହୋଇ କରନ୍ତୁ।
କେମିତି କରିବେ ଏହି ଆସନ
ଶଲ୍‌ଭାସନ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ମକରାସନର ମୁଦ୍ରାକୁ ଆସିବାକୁ ହେବ। ଭୂମିରେ ପେଟ ତଳକୁ କରି ଶୁଅନ୍ତୁ, ଗୋଟେ ପାଦରୁ ଆଉ ଗୋଟେ ପାଦକୁ ଦୂରରେ ରଖନ୍ତୁ। ହାତ ଦୁଇଟିକୁ ମୁଣ୍ଡ ପାଖରେ ରଖନ୍ତୁ। ତା’ପରେ ଧୀରେଧୀରେ ଦୁଇ ପାଦକୁ ଯୋଡ଼ନ୍ତୁ। ଏବେ ଦୁଇ ହାତକୁ ଶରୀର ପାଖରେ ଏପରି ରଖନ୍ତୁ, ଯେପରି ପାପୁଲି ଉପରକୁ ରହିବ। ଜୋରରେ ନିଃଶ୍ୱାସ ନେଇ ଦୁଇ ପାଦକୁ ଉପରକୁ ଉଠାନ୍ତୁ। ପାଦକୁ ସେତିକି ଉଠାନ୍ତୁ, ଯେପରି ଆଣ୍ଠୁ ମୋଡ଼ି ହେବନାହିଁ। ଏବେ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ ଏବଂ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ଆରାମ କରନ୍ତୁ। ଏହାପରେ ଧୀରେଧୀରେ ନିଃଶ୍ୱାସ ଛାଡ଼ି ଆପଣଙ୍କ ପାଦକୁ ଭୂମିରେ ରଖନ୍ତୁ। ଏବେ କିଛି ସମୟ ମକରାସନକୁ ଆସି ଆରାମ କରନ୍ତୁ।


All Right Reserved By Dharitri.Com

ଲାଇଫ୍‌ ଷ୍ଟାଇଲ ସେଲର୍‌ ପ୍ୟାଣ୍ଟ

ଶୀତଦିନେ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ କିମ୍ବା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଉଲେନ୍‌ କୁର୍ତ୍ତି: ଆଗରୁ...

ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ଭୂକମ୍ପରୁ ଘରକୁ ସୁରକ୍ଷା ଦେବ ଚୁମ୍ବକ

ଅନ୍ୟତମ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ପରିଗଣିତ ଭୂକମ୍ପ ଦ୍ୱାରା ଆମର ଅଶେଷ କ୍ଷତି ହୋଇଥାଏ । ତେବେ ଏହି ସମୟରେ ଘରକୁ ସୁରକ୍ଷା ଦେବାର...

ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି...

ଗର୍ଭାବସ୍ଥାରେ ସମସ୍ୟା ଓ ଥାଇରଏଡ୍‌

”ଯେତେବେଳେ ଥାଇରଏଡ୍‌ ଗ୍ରନ୍ଥିରୁ ଯଥେଷ୍ଟ ପରିମାଣର ହରମୋନ୍‌ ଉପତ୍ନ୍ନ ହୋଇ ନ ଥାଏ ସେତେବେଳେ ଏହା ଓଭ୍ୟୁଲେଶନ ସମୟରେ ଡିମ୍ବାଶୟରୁ ଡିମ୍ବାଣୁର ନିଷ୍କାସନ ଏବଂ ପ୍ରଜନନତାକୁ...

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ...

Leave a comment

Your email address will not be published. Required fields are marked *