Posted inଜାତୀୟ

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀକୁ ଛୁଇଁଛି। ଏଠାରେ ଭୀଷଣ ଗରମ ହେଉଥିବା ବେଳେ ‘ଲୁ’ର ପ୍ରଭାବ ଜାରି ରହିଛି। ଫଳରେ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେହିପରି ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତାତି ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଏଠାରେ ଶୁକ୍ରବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଦକ୍ଷିଣ ଭାରତ ତେଲେଙ୍ଗାନାର ବହୁ ସ୍ଥାନରେ ଏକ ମାସ ହେବ ‘ଲୁ’ର ପ୍ରଭାବ ଲାଗି ରହିଛି। ଏଥିଯୋଗୁ ଏଠାରେ ୨୨ ଦିନରେ ୧୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୁ’ର ପ୍ରଭାବ ଅଧିକ ରହିବ ବୋଲି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ସ୍କାଇମେଟ। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ବିହାର ଓ ଓଡ଼ିଶାରେ ‘ଲୁ’ର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।


All Right Reserved By Dharitri.Com

‘ଜୟ ଶ୍ରୀରାମ’ ସ୍ଲୋଗାନ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି: ଅମର୍ତ୍ତ୍ୟ ସେନ୍‌

କୋଲକାତା,୬।୭: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ ଶୁକ୍ରବାର କହିଛନ୍ତି, ଏବେ ‘ଜୟ ଶ୍ରୀରାମ’ ସ୍ଲୋଗାନ କେବଳ ଲୋକଙ୍କୁ ଆଘାତ ଦେବା ପାଇଁ ବ୍ୟବହାର କରାଯାଉଛି।...

ମୋଦିଙ୍କ ସାତମନ୍ତ୍ରର ସପ୍ତପଦୀ: ଉଷୁମ ପାଣି-ହର୍ବାଲ ଚା କାଢ଼ା ପିଇବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି...

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି...

ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲ,୧୦୦ କୋଟି ଜରିମାନା

ମୁମ୍ବାଇ,୧ା୯(ପି.ଟି.): ମହାରାଷ୍ଟ୍ରର ବହୁକୋଟି ଟଙ୍କାର ଘରକୁଲ୍‌ ହାଉସିଂ ଦୁର୍ନୀତି ମାମଲାର ବିଚାର କରି ଧୁଲେ ଜିଲାର ସେସନ୍ସ କୋର୍ଟ ପୂର୍ବତନ ମନ୍ତ୍ରୀ ସୁରେଶ ଜୈନ ଏବଂ...

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬,୬୫୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୩।୫: ଦେଶରେ ବେଳକୁ ବେଳ ଅଣାୟତ ହେଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୬୫୪ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ସୁରକ୍ଷିତ ଅଛନ୍ତି ଏନ୍‌ସିପିର ନିଖୋଜ ବିଧାୟକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତକୁ ନେଇ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ଥିବା ସମୟରେ ଏନ୍‌ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା। ହେଲେ ଏହାର...

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି...

Leave a comment

Your email address will not be published. Required fields are marked *