ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୂରିଲା ୪ ମାସ : ସରକାରୀ ମାନ୍ୟତା ପାଇନି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ

ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାର ନିଜ ହାତକୁ ନେବାକୁ ବିଚାର କରୁଥିବା ଘୋଷଣା କରିଥିଲେ। ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ବି ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଉକ୍ତ କଲେଜ ଉତ୍ତର ଓଡ଼ିଶାର ଏକମାତ୍ର ଆୟୁର୍ବେଦିକ କଲେଜ। ୧୯୮୩ ମସିହାରେ ବାରିପଦାର କିଛି ଆୟୁର୍ବେଦ ପ୍ରେମୀ ଏହି କଲେଜ ପ୍ରତିଷ୍ଠା କରାଇଥିଲେ । ତେବେ କଲେଜରେ କମ୍‌ କର୍ମଚାରୀ ଥିବା ଦର୍ଶାଇ ୨୦୦୮ ମସିହାରେ କଣ୍ଟ୍ରୋଲର କାଉନସିଲ ଅଫ ଇଣ୍ଡିଆ ମେଡିସିନ କଲେଜରେ ନାମଲେଖା ପ୍ରକ୍ରିୟାକୁ ବନ୍ଦ କରିଥିଲେ। ତେବେ ୧୦୦ ବେଡ ଥିବା ଏହି କଲେଜକୁ ରୋଗୀମାନେ ନିୟମିତ ଭାବେ ଆସୁଥିବା ବେଳେ ଡାକ୍ତରଙ୍କ ରିପୋର୍ଟ ନେଇ ବାହାରେ ମେଡିସିନ କିଣୁଛନ୍ତି। ତେବେ ଆସନ୍ତା ଜୁନ ୧୦ ତାରିଖ ମଧ୍ୟରେ ସରକାରଙ୍କ ଏକ ଟିମ୍‌ ଏହି କଲେଜକୁ ଗସ୍ତ କରିବ ବୋଲି ଜଣାପଡିଛି।


All Right Reserved By Dharitri.Com

ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌...

ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ସଜନାଗଡ଼, ୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ଭିତରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କୁଲଡ଼ିହା...

ନାବାଳିକାଙ୍କୁ ଅସଦାଚରଣ ମାମଲା : ଗିରଫ ଅଭିଯୁକ୍ତ କୋର୍ଟରୁ ଫେରାର

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ନିମାଇଁ ଦଳାଇ ନାମକ ଯୁବକ ଶନିବାର କୋର୍ଟ...

ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ...

ବେଆଇନ ଇଟାଭାଟି ଉଚ୍ଛେଦକୁ ବିରୋଧ: ବିଫଳ ହୋଇ ଫେରିଲେ ଅଧିକାରୀ

ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ଜିଲା ସଦର ତହସିଲ ଅନ୍ତର୍ଭୁକ୍ତ ଫୁଲାଡ଼ି ଅଞ୍ଚଳରେ ଥିବା ୪ଟି ବେଆଇନ ଇଟାଭାଟି ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇ ଗୁରୁବାର ପୂର୍ବାହ୍ନରେ...

ବିପଦରେ ଗୋସମ୍ପଦ

ରୂପ୍‌ସା, ୬।୯-ବାଲେଶ୍ୱର ଜିଲା ସଦର ବ୍ଲକରେ ଗୋସମ୍ପଦ ଏବେ ବିପଦରେ। ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରରେ ଡାକ୍ତର, ନିରୀକ୍ଷକ ଓ ଆଟେଣ୍ଡାଣ୍ଟ...

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ବୁଡ଼ ପକାଇଲେ ଶଙ୍କରାଚାର୍ଯ୍ୟ

ଭୋଗରାଇ,୧୫।୧(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ସାଗରଦ୍ୱୀପର ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ...

Leave a comment

Your email address will not be published. Required fields are marked *