Posted inଖେଳ

କୋଣ୍ଟେ ଇଣ୍ଟର ମିଲାନ ନୂଆ ମ୍ୟାନେଜର

ମାଡ୍ରିଡ୍‌,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଲୁସିଆନୋ ସ୍ପାଲେଟିଙ୍କ ସ୍ଥାନ ନେଇଛନ୍ତି କୋଣ୍ଟେ। ପୂର୍ବତନ ଇଟାଲିଆନ ଖେଳାଳି ଲୁସିଆନୋଙ୍କ ନେତୃତ୍ୱରେ ମିଲାନ ଦଳ ଦୁଇଟି ସିଜନ ଖେଳିବା ପରେ ତାଙ୍କୁ ପଦରୁ ବିଦା କରିଛି। ଚଳିତ ସିଜନରେ ଦଳ ସିରିି ଏ’ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହି ଚାମ୍ପିୟନ୍ସ ଲିଗ୍‌ ଯୋଗ୍ୟତା ଅର୍ଜନ କରିଛି। କୋଣ୍ଟେ ପୂର୍ବତନ ଜୁଭେଣ୍ଟସ କାର୍ଯ୍ୟକାରୀ ମୁଖ୍ୟ ବେପ୍ପେ ମାରୋଟାଙ୍କ ସହ କାର୍ଯ୍ୟ କରିବେ। ଦୁଇ ଜଣଙ୍କ ନେତୃତ୍ୱରେ ଜୁଭେଣ୍ଟସ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ୩ ଥର ଲିଗ୍‌ ଟାଇଟଲ ଜିତିଥିଲା। ଏହାପରେ ଚେଲସି ସହ ପ୍ରଥମ ସିଜନରେ ପ୍ରିମିୟର ଲିଗ୍‌ ଟାଇଟଲ ଜିତିବା ପରେ ଏଫ୍‌ଏ କପ୍‌ ହାତେଇଥିଲା।


All Right Reserved By

Posted inଖେଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି...

ଓଭାଲ କ୍ରିକେଟ ଷ୍ଟାଡିୟମ ବାହାରେ ଝାଲ୍‌ମୁଢି ବିକୁଥିବା ବ୍ୟକ୍ତି ଜଣଙ୍କ ବିଷୟରେ ଜାଣନ୍ତୁ

ଲଣ୍ଡନ, ୧୨।୬: ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମ୍ୟାଚ୍‌ ଓଭାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥାଏ। ଏହି ସମୟରେ ଷ୍ଟାଡିୟମ ବାହାରେ ଝାଲମୁଢି ବିକୁଥିଲେ...

ବିଶ୍ୱକପ୍‌ ‘ସବୁଠୁ ଚ୍ୟାଲେଞ୍ଜିଂ’ ରହିବ: କୋହଲି

ମୁମ୍ବାଇ, ୨୨।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଚଳିତ ମାସ ଶେଷ ଭାଗରେ ଗ୍ରେଟ୍‌ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି। ରାଉଣ୍ଡ ରବିନ ଫର୍ମାଟ୍‌ ଭିତ୍ତିକ...

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ...

ଡେଭିସ କପ୍‌ରେ ଆମେ ଭାରତକୁ ହରାଇପାରିବୁ: ଅଖିଲ ଖାଁ

କରାଚୀ,୫।୮(ପି.ଟି.)- ପାକିସ୍ତାନ ଅପେକ୍ଷା ଭାରତରେ ଟେନିସ କ୍ରୀଡ଼ାର ଅଧିକ ଉନ୍ନତି ହୋଇଥିବା ଭେଟେରାନ ସିଙ୍ଗଲ୍ସ ଖେଳାଳି ଅକିଲ ଖାଁ ସ୍ବୀକାର କହିଛନ୍ତି। କିନ୍ତୁ ଇସଲାମାବାଦ୍‌ଠାରେ ହେବାକୁ...

କୋହଲିଙ୍କ ୪୩ତମ ଶତକ: ସିରିଜ୍‌ ଜିତିଲା ଭାରତ

ପୋର୍ଟ ଅଫ ସ୍ପେନ, ୧୫।୮: ସ୍ବାଧୀନତା ଦିବସ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଦେଶବାସୀଙ୍କୁ ବଡ ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ...

ଭାରତ ଗସ୍ତରେ ଆସିପାରେ ପାକିସ୍ତାନ ମହିଳା ଦଳ

ଲଣ୍ଡନ,୭।୬- ପାକିସ୍ତାନ ମହିଳା କ୍ରିକେଟ ଦଳ ଭାରତ ଗସ୍ତରେ ଆସି ଭାରତୀୟ ମହିଳା ଦଳ ସହ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଖେଳିବା ନେଇ ଯୋଜନା ଚାଲିଛି।...

ପ୍ରଥମ ଆଶେସ ଟେଷ୍ଟଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ବର୍ମିଂହାମ, ୬।୮- ଷ୍ଟିଭ ସ୍ମିଥଙ୍କ ଡବଲ ଶତକ ଏବଂ ନାଥାନ ଲିୟନଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ପ୍ରଥମ ଆଶେସ କ୍ରିକେଟ ଟେଷ୍ଟରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *