ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ

ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ କରିଥିଲା। ସେମାନେ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ପକାଇ ପୂର୍ବାହ୍ନ ୧୦ଟାରୁ ଧାରଣାରେ ବସିଥିଲେ।

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ସ୍ବାସ୍ଥ୍ୟସେବା ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ମେଡ଼ିକାଲ ପାଇଁ ୫ ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ୨ଜଣଙ୍କୁ ବାଦ୍‌ଦେଲେ ଅନ୍ୟମାନଙ୍କର ଦେଖା ମିଳେ ନାହିଁ। ଯେଉଁ ଦୁଇଜଣ ଡାକ୍ତର ଆସନ୍ତି ସେମାନେ ଠିକ୍‌ ଭାବେ ରହନ୍ତି ନାହିଁ। ଫଳରେ ରୋଗୀଟିଏ ବିଭିନ୍ନ ସମୟରେ ହଇରାଣ ହୁଏ। ଏପରି କି ସାମାନ୍ୟ ଆହତ ରୋଗୀଟିଏ ମେଡ଼ିକାଲକୁ ଗଲେ ଡାକ୍ତର ସେମାନଙ୍କୁ ନ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଅନ୍ତି। ସେହିଭଳି କିଛି ଡାକ୍ତର ପ୍ରତିଦିନ ଡାକ୍ତରଖାନା ନ ଯାଇ ମଧ୍ୟ ଉପସ୍ଥାନ ଖାତାରେ ଦସ୍ତଖତ କରନ୍ତି। ଏହିଭଳି ବିଭିନ୍ନ ଅବ୍ୟବସ୍ଥା ଦେଇ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଫଳରେ ଶନିବାର ବଡପଣ୍ଡୁସର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ୱରେ ମହିଳାପୁରୁଷ ମେଡିକାଲ ଆଗରେ ଧାରଣା ଦେଇଥିଲେ। ଏ ନେଇ ସେମାନେ ଶୁକ୍ରବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି। ଅପରାହ୍ନ ୨ଟାରେ ଏଡିଏମଓ ସୁରେଶ ମିଶ୍ର ଧାରଣାସ୍ଥଳରେ ପହଞ୍ଚତ୍ ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନ ଚାଲୁଥିବାବେଳେ କାଳେ କୌଣସି ଅଧିକାରୀ ଆସି ଯାଞ୍ଚ କରିବେ ସେହି ଭୟରେ ମେଡିକାଲ ପରିସରରେ ଗଦା ଗଦା ନିରାମୟ ମେଡ଼ିସିନ ପୋଡ଼ି ଦିଆଯାଇଥିଲା। ଏପରି କି ଏକ୍ସପାରି ହୋଇ ନ ଥିବା ମେଡିସିନ ପୋଡିଦିଆ ଯାଇଥିବାରୁ ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ରୋଗୀମାନଙ୍କୁ ମାଗଣାରେ ନିରାମୟ ଔଷଧ ପ୍ରଦାନ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଔଷଧ କାହିଁକି ପୋଡ଼ାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଧିକାରୀ ଡା. ଆଶୁତୋଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଡାକ୍ତର ଠିକ୍‌ ସମୟରେ ମେଡ଼ିକାଲକୁ ଆସନ୍ତି। ସେହିଭଳି ମେଡ଼ିସିନ୍‌ ପୋଡ଼ା ହୋଇଥିବା ବିଷୟରେ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।


All Right Reserved By Dharitri.Com

୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍‌ ୫ ଦିନ ହେବ...

ପାଟରପଦା ସରପଞ୍ଚ ବହିଷ୍କୃତ

ପରଜଙ୍ଗ, ୨୧।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ବହିଷ୍କୃତ ହୋଇଛନ୍ତି ସରପଞ୍ଚ ଦୁଃଶାସନ...

ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ...

ସିଡିଏମଓଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ଭାଜପାର ବନ୍ଦପାଳନ

ସୁନ୍ଦରଗଡ଼,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ସୋମବାର ଜିଲା ଭାଜପା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।...

ଉଜୁଡ଼ିଲା ଫସଲ ଓ ଧୋଇଗଲା ରାସ୍ତା

ଗଣିଆ,୧୭।୮(ଡି.ଏନ.ଏ.)- ଛାଡିଯାଇଛି ବନ୍ୟାଜଳ ା ହେଲେ ଉଜୁଡିଯାଇଛି ଏକର ଏକର ଚାଷ ଜମି ା ଧୋଇଯାଇଛି ରାସ୍ତାଘାଟ ା ଫଳରେ ବହୁ ଚାଷୀ ଉଜୁଡା ଫସଲକୁ...

ଅମରେଶ ହତ୍ୟା ଘଟଣା: ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ଗଠନ ହେଲା ଟିମ୍‌

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ରବିବାର ରାତିରେ ଅମରେଶ ନାୟକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ବୀଭତ୍ସ ଭାବେ...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

ମଦ ପିଇ ରାସ୍ତାରେ ଗଡ଼ିବା ଘଟଣା: ନିଲମ୍ବିତ ହେଲେ ଶିକ୍ଷକ

ବୁଗୁଡ଼ା,୧୩୯(ଡି.ଏନ.ଏ.): ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ସହକାରୀ ଶିକ୍ଷକ କୀର୍ତ୍ତିଚନ୍ଦ୍ର ଭୋଇ ବୁଧବାର ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡିବା ଅଭିଯୋଗରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ...

Leave a comment

Your email address will not be published. Required fields are marked *