ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲା: ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ରସାନନ୍ଦ ବେହେରା(୪୫)ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମୋଟ୍‌ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଯାଇଛି। ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ଘରେ ରହୁ ନ ଥିଲେ। ଏହାର ସୁଯୋଗ ନେଇ ରସାନନ୍ଦ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜଣାପଡ଼ିବା ପରେ ଅଭିଯୁକ୍ତ ତାଙ୍କୁ ନାଲି ଆଖି ଦେଖାଇବା ସହ ହତ୍ୟା ଧମକ ଦେଉଥିଲେ। ଏ ନେଇ ନାବାଳିକାଙ୍କ ମା ଓ ବାପା ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


All Right Reserved By Dharitri.Com

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ...

ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ

ବଇଣ୍ଡା, ୬ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଭାଗୃହଠାରେ ବୁଧବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ୱରେ...

ଜରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର; ଡାକ୍ତର ନ ଥିବାରୁ ମିଳୁନି ସେବା

ଛେଣ୍ଡିପଦା,୧୪ା୧୦(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ଜରପଡାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା। କାରଣ ଏଠାରେ ନିଯୁକ୍ତ ହୋଇଥିବା ଜଣେ ମାତ୍ର ଡାକ୍ତର ଦୀର୍ଘଦିନ ହେଲା...

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ: ପରୀକ୍ଷା ହେବ ୧୧ ଖାଦ୍ୟ ନମୁନା

ଅନୁଗୋଳ ଅଫିସ, ୧୩।୧୦ – ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ...

ସରପାଳ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସରପାଳ ଗ୍ରାମରେ ସୋମବାର ବିଳିମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମ ପ୍ରଦୀପ କୁମାର ସାହୁଙ୍କର ଦୁଇ ବଖରା...

ଗାଧୋଇବା ବେଳେ ବୁଡ଼ିଗଲେ, ଜଣେ ମୃତ

ଛେଣ୍ଡିପଦା, ୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ଦୋଳବନ୍ଧ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ଶନିବାର ମୃତ୍ୟୁ ଘଟିଛି। ମୃତକ...

ଖୁଚୁରା ମଦ ଦୋକାନ ଖୋଲିବାକୁ ବିରୋଧ

ଛେଣ୍ଡିପଦା,୪।୩(ସ୍ବ.ପ୍ର.) – ଛେଣ୍ଡିପଦା ଥାନା ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଠାରେ ପ୍ରସ୍ତାବିତ ଖୁଚୁରା ମଦ ଦୋକାନ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରିଛି ଭାଲୁଖାଇଢ଼ିପ ଆଞ୍ଚଳିକ...

ପରିବହନ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ ଦଲାଲ ଗିରଫ

ଅନୁଗୋଳ ଅଫିସ,୨୭।୯: ଅନୁଗୋଳ ଜିଲା ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୭ ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଶୁକ୍ରବାର ଗିରଫ କରିଛି।...

Leave a comment

Your email address will not be published. Required fields are marked *