କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। ସେହି ଗ୍ରାମଗୁଡିକ ହେଲା ଗୋରାଖଣ୍ଟା, କ୍ରୁସୁବାଡା, କମାଲିଗୁଡା, ପୋନାରଗୁଡା, ଏମ୍‌.ଭି.- ୨୦, ଏମ୍‌.ଭି. ୨୧, ଏମ୍‌.ପି.ଭି.-୨, ମଟୁମଗୁଡା, ସିଙ୍ଗାଣିଗୁଡା, ବାଙ୍ଗାରୁଗୁଡା, ଶିବାନୀଗୁଡା। ଏହି ୧୧ଟି ଗ୍ରାମର ଆଦିବାସୀ ଏବଂ ବେଙ୍ଗଲି ସମ୍ପ୍ରଦାୟର ଲୋକେ  କେନ୍ଦୁପତ୍ର ବିକ୍ରି କରିପାରୁ ନ ଥିବାରୁ ଶୁକ୍ରବାର ଏକ ବୈଠକରେ ଏକାଠି ହୋଇଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ୩ଦିନ ମଧ୍ୟରେ ପ୍ରଶାସନ କେନ୍ଦୁପତ୍ର ନ କିଣିଲେ ସେମାନେ  ମାଲକାନଗିରି-ମୋଟୁ ଜାତୀୟ ରାଜପଥ ଶିଖପାଲିଠାରେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗୋରାଖଣ୍ଟା ସରପଞ୍ଚ ଏରା ପଡିଆମି, ସମିତିସଭ୍ୟା ଆର୍‌. ଭାରତୀ କ୍ରୁସୁବାଡା ଗ୍ରାମର ମାଙ୍ଗିଡି ରୁମେ, ସୁଭଦ୍ରା ଦୁଆରି, ଉଙ୍ଗି ପଡିଆମି, କମଳା ଦୁଆରି, ସମାରୀ ପଡିଆମି, ଶ୍ୟାମେ ମାଡକାମି, ଉଙ୍ଗି ରାମେ, ପ୍ରମିଳା ତକାଲି, ଗାଙ୍ଗି ପଡିଆମି, ଆଲତେ ପଡିଆମି, ମୁକେ ମାଡକାମିଙ୍କ ସହ ୨ଶହରୁ ଊର୍ଦ୍ଧ୍ୱ  ମହିଳା ପୁରୁଷ ବୈଠକରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କ ପଞ୍ଚାୟତରେ ୧୧ଟି ଗ୍ରାମରେ ଲୋକଙ୍କ ଜମି ଏବଂ ଜଙ୍ଗଲ ଅଞ୍ଚଳରେ ଥିବା ଛୋଟଛୋଟ କେନ୍ଦୁଗଛଗୁଡିକର ବୁସ୍‌ କଟିଂ ଗ୍ରାମବାସୀ ୨ମାସ ପୂର୍ବରୁ କରିଛନ୍ତି, ଯାହାକି ସେହି ସମୟରେ ବନବିଭାଗ ପକ୍ଷରୁ ଜିଲାର ସବୁ ଅଞ୍ଚଳରେ ବୁସ୍‌ କଟିଂ କରାଯାଇଥାଏ ା ପ୍ରତିବର୍ଷ ସେମାନେ ବୁସ୍‌ କଟିଂ କଲାପରେ ଏପ୍ରିଲ ମାସ ଶେଷ ସପ୍ତାହରେ ସରକାରଙ୍କ କେନ୍ଦୁପତ୍ର ଧାର୍ଯ୍ୟ ଦିନ ଠାରୁ ସଂଗ୍ରହ ହୋଇଥାଏ। ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ କେନ୍ଦୁପତ୍ର ସଂଗ୍ରହ କରି ସେମାନେ ଏମ୍‌.ଭି.-୧୭ ଏବଂ ଏମ୍‌.ଭି.- ୧୮ ଫଡିରେ ବିକ୍ରି କରିଥାନ୍ତି। ଗତବର୍ଷ ଏମ୍‌.ଭି.- ୧୮ ଫଡିରେ କେନ୍ଦୁପତ୍ର ଏକ ଘରୋଇ ସଂସ୍ଥା ଖରିଦ କରିଥିଲା। ଏବେ ତାଙ୍କ ଅଞ୍ଚଳର ପତ୍ର ଗୁଡିକ କେହି ଖରିଦ କରୁ ନ ଥିବାରୁ ପତ୍ରଗୁଡିକ ପାକଳ ଅବସ୍ଥାରେ ପହଞ୍ଚତ୍ ଶୁଖିବା ଅବସ୍ଥାକୁ ଆସିଲାଣି ା ଏଯାବତ୍‌ କୌଣସି ଘରୋଇ ସଂସ୍ଥା କିମ୍ବା କେନ୍ଦୁପତ୍ର ବିଭାଗ ପତ୍ର ନ କିଣିବା ଦ୍ୱାରା ଗ୍ରାମବାସୀ ଚିନ୍ତାରେ ଅଛନ୍ତି।  ଆସନ୍ତା ସୋମବାର ମଧ୍ୟରେ କେନ୍ଦୁପତ୍ର କିଣା ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲାପାଳ, ମାଲକାନଗିରି, ଆଇ.ଆଇ.ସି., ଜିଲା ଶ୍ରମ ଅଧିକାରୀ, କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସରପଞ୍ଚ ପଡିଆମି କହିଛନ୍ତି। ଏ ସମ୍ପର୍କରେ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସୁନନ୍ଦ ପଟ୍ଟନାୟକଙ୍କୁ  ପଚାରିବାରୁ ସେ  କହିଥିଲେ ଯେ, ରାଜ୍ୟ ସରକାର ମାଲକାନଗିରି ଜିଲାରେ ବନ ବିଭାଗ ଦ୍ୱାରା କେତେକ ଅଞ୍ଚଳରେ ପତ୍ର ସଂଗ୍ରହ କରିବା ପାଇଁ ଅନୁମତି ଦେଇଛନ୍ତି। ବିଭିନ୍ନ ପଞ୍ଚାୟତରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଅଞ୍ଚଳର କେନ୍ଦୁପତ୍ର ସଂଗ୍ରହ କରି ଯେ କୌଣସି ଘରୋଇ ସଂସ୍ଥାକୁ ବିକ୍ରି କରିବା ପାଇଁ ନିୟମ କରିଛନ୍ତି। ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘରୋଇ ସଂସ୍ଥାଙ୍କୁ ସେହି ଅଞ୍ଚଳର ପତ୍ର ଖରିଦ କରିବା, ପରିବହନ କରିବା ଏବଂ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରିବା ଦାୟିତ୍ୱ ପ୍ରଦାନ କରିଛନ୍ତି। ଗୋରାଖଣ୍ଟା ପଞ୍ଚାୟତବାସୀ ବୁସ୍‌ କଟିଂ କରିଥିବା ଏବେ ଦୃଷ୍ଟିକୁ ଆସିଛି ା ଆଉ ୨/୪ ଦିନ ମଧ୍ୟରେ ଗଛରେ ଥିବା ପତ୍ର ଶୁଖିଯିବା ସହ ବ୍ୟବହାର ଯୋଗ୍ୟ ହେବନାହିଁ। ବର୍ତ୍ତମାନ ପରିସ୍ଥିତିରେ ଗୋରୁଖୋଣ୍ଟା ପଞ୍ଚାୟତରେ ପତ୍ର ଖରିଦ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ କିପରି ଅଞ୍ଚଳବାସୀଙ୍କୁ ସଚେତନ କରାଇଲେ ନାହିଁ କିମ୍ବା କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ପତ୍ର ଖରିଦ ପାଇଁ କାହିଁକି ପଦକ୍ଷେପ ନେଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ


All Right Reserved By Dharitri.Com

ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ...

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯...

ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’

ବୈପାରୀଗୁଡ଼ା,୨୦ା୫(ଡି.ଏନ୍‌.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍‌ବିସିସି ସଂସ୍ଥା ଏହାକୁ...

ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ...

ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି।...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଜେକେପୁର, ୬।୧୨ :ରାୟଗଡ଼ା ଷ୍ଟେସନରୁ ୧୦କି.ମି. ଦୂର ସିଙ୍ଗାପୁର ରେଳ ଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ଉକ୍ତ ଟ୍ରେନ୍‌ଟି ବିଶାଖାପାଟଣାରୁ...

Leave a comment

Your email address will not be published. Required fields are marked *