ହେଲମେଟ୍‌ରେ ବଲ୍‌ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି

ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ସହ ୨୦୧୯ ଆଇସିସି ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍‌ରେ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ଦକ୍ଷିଣ ଆଫ୍ରିକା ଓପନର ହାସିମ ଆମଲା ଆହତ ହୋଇଥିଲେ। ୮ ବଲ ଖେଳି ୫ ରନ୍‌ କରିଥିବାବେଳେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ଆମଲାଙ୍କ ହେଲମେଟରେ ବାଜିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳର ଫିଜିଓଙ୍କ ସହ ଅତିରିକ୍ତ ଖେଳାଳି ପାଣି ଆଣି ଆମଲାଙ୍କୁ ଦେଇଥିଲେ। ହେଲେ ଓପନର ରମଜାନ ମାସ ପାଳନ କରୁଥିବାରୁ ମନା କରି ଦେଇଥିଲେ। କିଛି ସମୟ ଧରି ଫିଲ୍ଡରେ ଉପଚାର ହେବା ପରେ ସେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ଅବଶ୍ୟ ପରେ ସେ ବ୍ୟାଟିଂ କରିବାକୁ ଆସି ୧୩ ରନ୍‌ କରି ଲିଆମ ପ୍ଲଙ୍କେଟଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।


All Right Reserved By Dharitri.Com

କଟକରେ ହୋଇପାରେ ଇଣ୍ଡିଆ ଓପନ ଟେବୁଲ ଟେନିସ

କଟକ ଅଫିସ,୨୨।୭- ଓଡ଼ିଶା ପୁଣି ଏକ ବିଶ୍ୱସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ଇଣ୍ଡିଆ ଓପନ ଟେବୁଲ ଟେନିସ...

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ମେସି

ପ୍ୟାରିସ, ୧।୮- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍‌ବଲ ପୁରସ୍କାର ଲାଗି ସମ୍ଭାବ୍ୟ ସଂକ୍ଷିପ୍ତ ତାଲିକା ପ୍ରକାଶ ପାଇଛି। ଫିଫା ଶ୍ରେଷ୍ଠ ପୁରୁଷ...

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ...

କାରେଙ୍କୁ ଅଷ୍ଟ୍ରେଲିଆ-ଏ ଦଳର ନେତୃତ୍ୱ

ସିଡ୍‌ନୀ, ୨୯।୧୦ (ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବାର...

ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଦ୍ଧଶତକ: ଓଡ଼ିଶାର ଇନିଂସ ଅଗ୍ରଣୀ

କଟକ ଅଫିସ,୧୧।୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଛତିଶଗଡ଼ ବିପକ୍ଷରେ ଚାଲିଥିବା ରଣ୍‌ଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି’ର ଏକ ମ୍ୟାଚ୍‌ରେ...

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ।...

କରୋନାଭାଇରସ୍‌ ଆତଙ୍କ: ଚାଇନିଜ୍‌ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ୍‌,୧୩।୨(ଏଏଫ୍‌ପି)- କରୋନାଭାଇରସ୍‌ର ଆତଙ୍କ ଏବେ କ୍ରୀଡ଼ାକୁ ମଧ୍ୟ ପ୍ରଭାବିତ କରିଛି। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରିକୁ ଏଥିପାଇଁ ଘୁଞ୍ଚାଇ...

Leave a comment

Your email address will not be published. Required fields are marked *