ଦେଶ ବିଦେଶରେ କ୍ରିସ୍‌ମାସ୍‌

*କ୍ରିସ୍‌ମାସ୍‌ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବାର ନଜର ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟ ଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି।
*ଭେନିଜୁଏଲାର ରାଜଧାନୀ କାରାକାସ୍‌ର ଜନସାଧାରଣ ଏହି ଅବସରରେ ସ୍କେଟିଙ୍ଗ୍‌ କରି ଚର୍ଚ୍ଚ ଯାଇଥାନ୍ତି।
*ଆୟର୍ଲାଣ୍ଡରେ କ୍ରିସ୍‌ମାସ୍‌ ଅବସରରେ ଏକ ବିରାଟ ବିରାଡି ବୁଲିଥିବାର ଲୋକବିଶ୍ୱାସ ରହିଛି। ଏହି ବିରାଡି ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ପୋଷାକ ଭେଟିଦେଉଥିବାର ବିଶ୍ୱାସ ରହିଥିବା ବେଳେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗିଳି ଦେଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି।
*ୟୁକ୍ରେନ୍‌ରେ ଏହି ଅବସରରେ କ୍ରିସ୍‌ମାସ୍‌ ଟ୍ରିରେ ବୁଢ଼ିଆଣୀ ଜାଲ ଭଳି ଦିଶୁଥିବା ଡେକୋରେଟିଭ ଜିନିଷ ଝୁଲେଇବାର ପ୍ରଥା ରହିଛି। ଏଠାରେ ବୁଢ଼ିଆଣୀ ଜାଲକୁ ଶୁଭ ବୋଲି ଗ୍ରହଣ କରାଯାଏ।
*କ୍ରିସ୍‌ମାସ୍‌ ଅବସରରେ ଜର୍ମାନୀରେ କ୍ରିସ୍‌ମାସ୍‌ ଟ୍ରିରେ ଆଚାର ଲୁଚେଇବାର ପ୍ରଥା ରହିଛି। ଯେଉଁ ଛୋଟପିଲା ଏହି ଆଚାରକୁ ଖୋଜି ବାହାର କରିବ ତାକୁ କିଛି ଉପହାର ଦେବାର ଏକ ନିଆରା ପ୍ରଥା ରହିଛି।
*ନେଦରଲାଣ୍ଡରେ ଛୋଟପିଲାମାନେ ନିଜ ଜୋତାକୁ ରାତିରେ ନିଆଁ ପାଖରେ ରଖି ଶୋଇଯାନ୍ତି ଏହି ବିଶ୍ୱାସରେ କି ସକାଳୁ ଏହି ଜୋତାରେ ତାଙ୍କ ପାଇଁ କୌଣସି ଉପହାର ଭରି ହୋଇ ରହିଥିବ।
*ଇଟାଲୀରେ କ୍ରିସ୍‌ମାସ୍‌୍‌ ଅବସରରେ ‘ବେଫାନା’ ନାମକ ଜଣେ ବୃଦ୍ଧା ଘରଘର ବୁଲି ଛୋଟଛୁଆଙ୍କ ମୋଜା ଭିତରେ କ୍ୟାଣ୍ଡି ଏବଂ କିଛି ଉପହାର ରଖିଥାନ୍ତି ବୋଲି ବିଶ୍ୱାସ ରହିଛି।
*ଦକ୍ଷିଣଆଫ୍ରିକାରେ ଏହି ଅବସରରେ ଶୂକରେ ଏକ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଅତିଥିଙ୍କୁ ପରଷା ଯାଏ। ଏହି ଶୂକଗୁଡିକୁ ପାଇନ୍‌ ଗଛ କିମ୍ବା କ୍ରିସ୍‌ମାସ୍‌ ଟ୍ରିରୁ ସଂଗ୍ରହ କରାଯାଏ।
*ଲୋକବିଶ୍ୱାସ ରହିଛି ଯେ ନରଓ୍ବେରେ ଏହି ଅବସରରେ ଅନିଷ୍ଟକାରୀ ଆତ୍ମା ଘୂରିବୁଲନ୍ତି ଏବଂ ଏହି ଆତ୍ମା ଝାଡୁକୁ ନିଜର ପରିବହନ ଭାବେ ବ୍ୟବହାର କରିଥାନ୍ତି। ତେଣୁ ଏହି ଅବସରରେ ନରଓ୍ବେବାସୀ ନିଜ ଘରର ଝାଡୁକୁ ଲୁଚେଇ ଦେଇଥାନ୍ତି।
*ସ୍ପେନ୍‌ରେ ଏହି ଅବସରରେ କାଠରେ କଣ୍ଢେଇ ପ୍ରସ୍ତୁତ କରାଯାଇଥାଏ ଯାହାକୁ ‘ତିଓଦେ ନାଦାଲ’ ବୋଲି କୁହାଯାଏ। କାଠଗଣ୍ଡିରେ କାଠର ଗୋଡ, ନାଲି ଟୋପି ପରିହିତ ଏହି କଣ୍ଢେଇକୁ ଛୋଟଛୁଆମାନେ କ୍ରିସ୍‌ମାସ୍‌ ପୂର୍ବରୁ ଖାଦ୍ୟ, ପାନୀୟ ଦେବା ସହ ତାକୁ ଗରମ ପୋଷାକ ଘୋଡେଇ ରଖିଥାନ୍ତି। କ୍ରିସ୍‌ମାସ୍‌୍‌ ସନ୍ଧ୍ୟାରେ ପିଲାମାନେ ପାରମ୍ପରିକ ଗୀତ ବୋଲି ଏହି କଣ୍ଢେଇକୁ କାଠରେ ବାଡେଇଥାନ୍ତି। ଏହି ବିଶ୍ୱାସରେ କି ଏହି କାଠ କଣ୍ଢେଇ ସେମାନଙ୍କୁ କୌଣସି ଉପହାର ପ୍ରଦାନ କରିବ।
*ସ୍ବିଡେନ୍‌ରେ ଏହି ଅବସରରେ କୁଟା ଏବଂ ନାଲି ରିବନରେ ବଡ ବଡ ଛେଳି ପ୍ରସ୍ତୁତ କରାଯାଏ। ଏହାକୁ ପାରମ୍ପରିକ ଭାଷାରେ ‘ୟୁଲ୍‌ଗୋଟ୍‌’ ବୋଲି କୁହାଯାଏ। କ୍ରିସ୍‌ମାସ୍‌ ଅବସରରେ ଏହି ଛେଳିର ପୂତ୍ତଳିକାକୁ ଦାହ କରାଯାଇଥାଏ।


All Right Reserved By Dharitri.Com

କ୍ରିସ୍‌ମାସ ପାଇଁ ଶୁଭରଙ୍ଗ

ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍‌ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍‌ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ...

ଲଭ୍‌ ଚର୍ଚ୍ଚରେ କେବଳ ଦମ୍ପତି ପାଳନ୍ତି କ୍ରିସ୍‌ମାସ

ଆସୁଛି କ୍ରିସ୍‌ମାସ। ବିଦେଶରେ ପାଳନ କରାଯାଉଥିବା ପର୍ବ ମଧ୍ୟରେ ଏହା ଏକ ନିଆରା ପର୍ବ। ଅନେକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ରାଷ୍ଟ୍ରରେ ଖୁବ୍‌ ଧୁମ୍‌ଧାମରେ ଏହି ପର୍ବ...

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌...

ସର୍ବବୃହତ୍‌ ସାନ୍ତାକ୍ଲଜ୍‌ ବାଲୁକାକୃତି

କ୍ରିସ୍‌ମାସ୍‌ ବା ବଡଦିନ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଲାଗି ଏକ ମହାନ୍‌ ଦିନ। ଏହି ଦିନକୁ ସ୍ମରଣୀୟ କରିବା ଲାଗି ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ।...

କ୍ରିସ୍‌ମାସ୍‌ରେ ମାତ୍ର ଶହେ ଟଙ୍କାରେ ଦିଅନ୍ତୁ ଏହି ଉପହାର

ଖ୍ରୀଷ୍ଟଧର୍ମାଲମ୍ବିଙ୍କ ବଡ଼ ପର୍ବ ହେଉଛି କ୍ରିସ୍‌ମାସ୍‌। ଡିସେମ୍ବର ୨୫ରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ। ଏହି ପର୍ବକୁ ଦେଶ ଓ ବିଦେଶରେ...

କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର...

କ୍ରିସ୍‌ମାସ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ମଙ୍ଗଳବାର ଠିକ୍‌ ରାତି ୧୨ଟାରେ...

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ...

Leave a comment

Your email address will not be published. Required fields are marked *