ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ ମାଟିତଳେ ଚାପି ହୋଇ ବିଘଟିତ ହୋଇ ଜୀବାଶ୍ମରେ ପରିଣତ ହୋଇଛନ୍ତି। ଗବେଷକ ଏହାକୁ ସର୍ବ ପୁରାତନ ଜୀବାଶ୍ମ ବୋଲି ଅନୁମାନ କରୁଛନ୍ତି। ନ୍ୟୁୟର୍କର କାହିରା ସହର ନିକଟସ୍ଥ ୨୦ରୁ ୩୦ ଲକ୍ଷ ବର୍ଷ ପୁରୁଣା ଏକ ଜଙ୍ଗଲରେ ଥିବା ପଥର ଖଣିରୁ ଏହି ଜୀବାଶ୍ମକୁ ଉଦ୍ଧାର କରାଯାଇଛି। ଜୀବାଶ୍ମ ୩୨ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ଗବେଷକ ଦାବି କରିଛନ୍ତି। ଜୀବାଶ୍ମ ନ୍ୟୁୟର୍କଠାରୁ ଆରମ୍ଭ ହୋଇ ପେନସିଲ୍‌ଭାନିଆ ପର୍ଯ୍ୟନ୍ତ ବ୍ୟାପିଥିବା ଅନୁମାନ କରାଯାଉଛି। ସେତେବେଳେ ଗଛଗୁଡ଼ିକ ୬୫ ଫୁଟରୁ ଅଧିକ ଉଚ୍ଚା ହେଉଥିବା ଗବେଷକ କହିଛନ୍ତି। ଆମେରିକାର ବିଘମଟନ୍‌ ବିଶ୍ୱବିଦ୍ୟାଳୟ, ନ୍ୟୁୟର୍କ ଷ୍ଟେଟ୍‌ ମ୍ୟୁଜିୟମ୍‌ ଏବଂ ବ୍ରିଟେନ୍‌ର କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଏହି ଜୀବାଶ୍ମକୁ ଅନୁଧ୍ୟାନ କରୁଛନ୍ତି।


All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା...

ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ...

ରୁଷିଆରେ ଡ୍ୟାମ୍‌ ଭୁଶୁଡ଼ି ୧୫ ମୃତ

ମସ୍କୋ,୨୦ା୧୦(ଏଏଫ୍‌ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍‌ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର...

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

ମାଲିକଙ୍କୁ ଖାଇଗଲେ କୁକୁର

ଡଲାସ, ୧୨।୭:ଟେକ୍ସାସ୍‌ର ୫୭ ବର୍ଷୀୟ ଫ୍ରେଡି ମାକ୍‌ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍‌ ନିଖୋଜ ଥିଲେ। ଡିଏନ୍‌ଏ ପରୀକ୍ଷାରୁ ତାଙ୍କୁ...

କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାରଙ୍କ ନିର୍ଯାତନା: ଘରୁ ନେଉଛନ୍ତି ଘୋଷାଡ଼ିି-ଘୋଷାଡ଼ିି

ବେଜିଂ,୯।୨: ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦେଶର ୩୦ଟି ସହରର ଲୋକଙ୍କଠାରେ ଏହା ଚିହ୍ନଟ ହୋଇଛି। ତେବେ କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାର...

ଯେଉଁଠି ଜିନ୍ସ ପିନ୍ଧିବା ମନା, ଜଗିଂ କଲେ ମିଳିବ ଦଣ୍ଡ

ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ୍‌କାନୁନ ଥାଏ। ଆଇନ୍‌ ଭୁଲ ହେଉ କି ଠିକ୍‌ ଉକ୍ତ ଦେଶର ଲୋକେ ନିୟମ ମାନି ଚଳିବା ଶିରୋଧାର୍ଯ୍ୟ।...

ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ନେତା ଦୋଷୀ ସାବ୍ୟସ୍ତ

ବାଲାଂଦେଶ,୩୧।୧୦: ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ବିରୋଧୀ ଦଳର ଜଣେ ନେତାଙ୍କୁ ଏବେ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ବୁଧବାର କୋର୍ଟ...

Leave a comment

Your email address will not be published. Required fields are marked *