ମହିଳାଙ୍କୁ ଆକ୍ରମଣ, ଜେଲଗଲେ ଶିକ୍ଷକ

ଭଞ୍ଜନଗର,୨୦।୧୨(ଡି.ଏନ୍‌.ଏ.)- ତାରସିଂ ପୋଲିସ ଶୁକ୍ରବାର ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେହେଲେ ପ୍ରତାପୁରର ଶଙ୍କର ନାୟକ। ମହିଳାଙ୍କ ଏତଲାକ୍ରମେ ନଂ.୧୯୫/୧୯ରେ ଏକ ମାମଲା ରୁଜୁ କରିଛି ପୋଲିସ। ଗିରଫ ଶିକ୍ଷକଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଶଙ୍କର ଗୁରୁବାର ସନ୍ଧ୍ୟାରେ ଗ୍ରାମର ଏକ ଦୋକାନକୁ ପରିବା କିଣିବାକୁ ଯାଇଥିଲେ। ଏହି ସମୟରେ ଜଣେ ମହିଳାଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଶଙ୍କର ମହିଳାଙ୍କ ଗାଲକୁ କାମୁଡି ଦେଇଥିଲେ। ଫଳରେ ମହିଳା ଜଣଙ୍କ ରାତିରେ ହିଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଶୁକ୍ରବାର ଶଙ୍କରକୁ ଗିରଫ କରିଛି।


All Right Reserved By Dharitri.Com

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ଗୁରୁତର

କୋରେଇ,୨୬।୯(ସ୍ବ.ପ୍ର.):  କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଭାରସାମ୍ୟ...

ଅଂଶୁଘାତରେ ଜଣଙ୍କ ମୃତ୍ୟୁ ସନ୍ଦେହ

ଗଞ୍ଜାମ,୨୦।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସୋମବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଖଣ୍ଡଦେଉଳୀ ଗ୍ରାମର ଖଲି ସାହୁ(୬୨)।...

୨ ନକଲି ପରୀକ୍ଷାର୍ଥୀ ଗିରଫ: ୧୪ ଜଣ ଏକ୍ସପେଲ୍‌

ନୟାଗଡ଼ ଅଫିସ/ରଣପୁର,୨୭ା୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଏକ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ୨ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଏହାସହ ୧୪ ଜଣ...

ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି...

ଦୁର୍ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି. ଉଦୟଗିରି, ୨୧ା୧( ଡି.ଏନ୍‌.ଏ.): ବୋଲେରୋ ଓ ଅଟୋ ଧକ୍କାରେ ସୋମବାର କନ୍ଧମାଳ ଜିଲା ଜି. ଉଦୟଗିରିର ନିଳିମା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ...

ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୫।୫-ଉତ୍ତରପ୍ରଦେଶର ନୋଇଡ଼ାସ୍ଥିତ ଆର୍ଷ ଗୁରୁକୁଳରେ ବରଗଡ଼ ଜିଲାର ୪୨ଜଣ ଛାତ୍ରୀଛାତ୍ର ଫସି ରହିଛନ୍ତି। ଏ ନେଇ ଅଭିଭାବକମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ...

ଶକ୍ତିମନ୍ତ୍ରୀଙ୍କୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘର ଦାବିପତ୍ର

ଭବାନୀପାଟଣା,୧୧।୮(ଡି.ଏନ.ଏ.) ଭବାନୀପାଟଣା ସହରସ୍ଥିତ ସର୍କିଟ ହାଉସଠାରେ ଓଡିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର...

ତଦନ୍ତକାରୀ ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ୍‌, ୩୧।୧ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନ(୩୩)ଙ୍କଠାରୁ ୩ ବନ୍ଧୁକ ଓ ୯ ଜୀବନ୍ତ ଗୁଳି ଜବତ କରାଯିବା...

Leave a comment

Your email address will not be published. Required fields are marked *