Posted inଜାତୀୟ

ଇଟାଲୀରେ ଶହୀଦ ହୋଇଥିବା ଭାରତୀୟ ସେନା ୭୫ ବର୍ଷ ପରେ ଭାରତ ଫେରିବେ

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ପାଲୁରାମଙ୍କ ଅସ୍ଥି ୭୫ ବର୍ଷ ପରେ ଭାରତ ଫେରିବାର ସୌଭାଗ୍ୟ ଲାଭ କରିଛି। ପାଲୁରାମ ହିସାରର ବାସିନ୍ଦା ହୋଇଥିବା ବେଳେ ୭୫ ବର୍ଷ ହେବ ତାଙ୍କ ପରିବାର ଲୋକେ ପାଲୁରାମଙ୍କ ଅସ୍ଥି ପାଇବା ପାଇଁ ଅନାଇ ବସିଛନ୍ତି। ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୪ ସେପ୍ଟେମ୍ବର ୧୩ରେ ପାଲୁରାମ ଇଟାଲୀରେ ଶହୀଦ ହୋଇଯାଇଥିଲେ। ହରିୟାଣା ହିସାର ଜିଲା ନଂଗତଲା ଗାଁର ବାସିନ୍ଦା ହେଉଛନ୍ତି ପାଲୁରାମ। ୨ ଜୁନ୍‌ରେ ଇଟାଲୀରୁ ତାଙ୍କ ଅସ୍ଥି ଭାରତ ଆସିବାର ଯୋଜନା ରହିଛି। ୩ ଜୁନରେ ଏହି ଅସ୍ଥିକୁ ପୁରା ସମ୍ମାନର ସହ ତାଙ୍କ ଗାଁ ନଂଗତଲାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବ୍ରିଟିଶ ସେନାରେ କାମ କରୁଥିବା ପାଲୁରାମ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଶହୀଦ ହୋଇ ଯାଇଥିଲେ। ମାତ୍ର ୧୯ ବର୍ଷ ବୟସରେ ପାଲୁରାମ ୧୯୪୪ରେ ସେପ୍ଟେମ୍ବର ୧୩ରେ ଶହୀଦ ହୋଇଥିଲେ। ତେବେ ତାଙ୍କ କଙ୍କାଳ ଫ୍ଲୋରେନ୍ସ ନିକଟ ପୋଗିଓଁ ଅଲଟୋରେ ମିଳିଥିଲା। ଏହାର ଚିହ୍ନଟ ପ୍ରକ୍ରିୟା ୨୦୧୦ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୨ରେ ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ଏହା ପାଲୁରାମଙ୍କର ବୋଲି ଚିହ୍ନଟ କରାଯାଇଥିବା ବେଳେ ଏବେ ତାହା ଭାରତକୁ ପଠାଯିବାର ଯୋଜନା କରାଯାଇଛି।


All Right Reserved By

୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ଇରାନରେ ଫସିଥିବା ଭାରତୀୟଙ୍କୁ ମୁକୁଳାଇବାକୁ କଥା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୪।୮: ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକୁଳାଇବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଶନିବାର ସେ ଟୁଇଟ୍‌ କରି ଏହା ଜଣାଇଛନ୍ତି। ଷ୍ଟେନା...

ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍‌ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍‌ ମଞ୍ଜୁର

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି।...

ଆସିଲା ମୋଦିଙ୍କର ଆଉ ଏକ ଯୋଗ ଭିଡିଓ

ନୂଆଦିଲ୍ଲୀ,୧୭।୬: ଅନ୍ତର୍ଜାତୀୟ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ଏହି...

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି।...

୮୦ ଘଣ୍ଟା ହେବ ବୋର୍‌ଓ୍ବେଲରେ ଫସିଥିବା ଶିଶୁର ଜନ୍ମଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼,୧୦।୬: ପଞ୍ଜାବର ସୁନମଠାରେ ପାଖାପାଖି ୧୫୦ ଫୁଟ ଗଭିର ବୋରଓ୍ବେଲରେ ଫସି ରହିଥିବା ୨ ବର୍ଷର ଶିଶୁର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି।...

ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ପାଇଁ ନିର୍ମାଣ ହେଲା ଡିଟେନଶନ ସେଣ୍ଟର

ଗୁଆହାଟି,୧୪।୯: ଆସାମର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜନ(ଏନ୍‌ଆର୍‌ସି) ତାଲିକାରୁ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ହେଲେ ଏମାନଙ୍କୁ ତୁରନ୍ତ ବିଦେଶୀ ଘୋଷିତ ନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *