Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ

ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ଓ ବଲିଉଡ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗାୟିକା ଆଶା ଭୋଁସଲେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିଲେ। ଏହି ସମାରୋହ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ସମାରୋହ ଶେଷ ହେବା ପରେ ଗାୟିକା ଆଶା  ଭିଡ ଭିତରେ ଫଶିଯାଇଥିଲେ। ତାଙ୍କୁ ସାହାଯ୍ୟ ପାଇଁ କେହି ଆଗକୁ ଆସି ନ ଥିବା ବେଳେ ସ୍ମୃତି ଇରାନୀ  ସାହାଯ୍ୟର ହାତ ବଢ଼ାଇଥିଲେ। ଆଶାଙ୍କୁ ସୁରକ୍ଷିତ ଭାବେ ସେହି ସ୍ଥାନରୁ ବାହାର କରିବା ସହ କିଭଳି ସେ ଘରେ ପହଞ୍ଚିବେ ସେନେଇ ସୁନିଶ୍ଚିତ କରିଥିଲେ। ଏନେଇ ଆଶା ନିଜ ଟୁଇଟର ଆକାଉଣ୍ଟରେ ସ୍ମୃତିଙ୍କ ସହ ଏକ ଫଟୋ ଶେୟାର କରି ଘଟଣା ବାବଦରେ ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ ସେ ସ୍ମୃତିଙ୍କୁ ବହୁ ପ୍ରଶଂସା ମଧ୍ୟ କରିଛନ୍ତି। ସ୍ମୃତି ସମସ୍ତଙ୍କ କଥା ଚିନ୍ତା କରୁଥିବାରୁ ନିର୍ବାଚନ ଜିତିଛନ୍ତି ବୋଲି ଆଶା କହିଛନ୍ତି।


All Right Reserved By

ଜନସଂଖ୍ୟା ବୃଦ୍ଧି: ଆମେ ୫ ଆମର ୨୫ ନୀତି ଚଳିବନି କହିଲା ସାମନା

ମୁମ୍ବାଇ,୧୭।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଂଖ୍ୟା ବୃଦ୍ଧି ଉପରେ ଦେଇଥିବା ମନ୍ତବ୍ୟକୁ ଶିବସେନା ମୁଖପତ୍ର ସାମନା ସମର୍ଥନ କରିଛି। ସାମନାରେ ପ୍ରକାଶିତ...

୫୫୦୦ କୋଟିର ଆକାଶ ମିସାଇଲ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୬-୯:ପାକିସ୍ତାନ ଓ ଚାଇନା ସୀମାରେ ମୁତୟନ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା...

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

ହଟିବ ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା: ଆରମ୍ଭ ହେବ ଭାରତୀୟ ଦଣ୍ଡ ସଂହିତା

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ନିଆଯାଇଛି। ଫଳରେ ଏଠାରେ ୧୯୩୨ଠାରୁ ପ୍ରଚଳିତ ଥିବା ୮୭ ବର୍ଷ ପୁରାତନ ରଣବୀର ଦଣ୍ଡ ସଂହିତା(ଆର୍‌ପିସି) ବଦଳରେ ଏବେ...

କେମିତି ସମୟ କାଟୁଛନ୍ତି ମୁଫତି, ଅବଦୁଲ୍ଲା

ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *