‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଭାରତ-ପାକ୍‌ ଲଢ଼େଇ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଏବିସିଡି-୨’ରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ନିର୍ଦ୍ଦେଶକ ରେମୋ ଡି’ସୁଜା ଦର୍ଶକଙ୍କୁ ଭେଟି ଦେଉଛନ୍ତି ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’। ଏହି ଫିଲ୍ମରେ ମଧ୍ୟ ଶ୍ରଦ୍ଧା-ବରୁଣଙ୍କ ଯୋଡ଼ି ଦେଖିବାକୁ ମିିଳିବ। ବୁଧବାର ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଟ୍ରେଲର୍‌ରୁ ଜଣାପଡ଼ୁଛି ଫିଲ୍ମରେ ଭରପୂର ଡ୍ୟାନ୍ସ, ମ୍ୟୁଜିକ୍‌, ରୋମାନ୍ସ ଆଉ ଡ୍ରାମା ଦେଖିବାକୁ ମିଳିବ।ବହୁ ପ୍ରତୀକ୍ଷିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’ର ଟ୍ରେଲର୍‌ ଆସିଯାଇଛି। ଏକାଧିକ କାରଣରୁ ସିନେପ୍ରେମୀ ତଥା ଡ୍ୟାନ୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କ ପାଇଁ ଏହା ଏକ ସ୍ପେଶାଲ ଫିଲ୍ମ। ଏଥିରେ ଭାରତ-ପାକ୍‌ ଭିତରେ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ, କିନ୍ତୁ ଏହି ଲଢ଼େଇ ଡ୍ୟାନ୍ସକୁ ନେଇ। ଟ୍ରେଲର୍‌ରୁ ଜଣାପଡ଼ୁଛି, ବରୁଣ ଭାରତୀୟ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାବେଳେ ଶ୍ରଦ୍ଧା ପାକିସ୍ତାନ ଡ୍ୟାନ୍ସ ଟିମ୍‌ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଡ୍ୟାନ୍ସର ଯୁଦ୍ଧ ଏବଂ ଜିତିବାର ପ୍ରତିବଦ୍ଧତା ଦେଖିବାକୁ ମିଳିବ। ଫିଲ୍ମରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ଚର୍ଚ୍ଚିତ ଡ୍ୟାନ୍ସର୍‌ ନୋରା ଫତେହି ଏବଂ ମାଷ୍ଟର ଡ୍ୟାନ୍ସର୍‌ ପ୍ରଭୁଦେବା ମଧ୍ୟ ଡ୍ୟାନ୍ସ ଫ୍ଲୋର୍‌ରେ କମାଲ୍‌ ଦେଖାଇବେ। ତେବେ ଟ୍ରେଲର୍‌ରେ ପ୍ରଭୁଦେବାଙ୍କ ସୁପର୍‌ହିଟ୍‌ ‘ମୁକାବ୍‌ଲା ଓ ଲୈଲା..’ ସାଙ୍ଗକୁ ପଣ୍ଡିତ ଭୀମ୍‌ସେନ୍‌ ଯୋଶୀଙ୍କ ‘ମିଲେ ସୁର୍‌ ମେରା ତୁମ୍‌ହାରା..’ ଗୀତର ଝଲକ ମଧ୍ୟ ରହିଛି, ଯାହା ଏକତ୍ୱ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ବାର୍ତ୍ତା ଦେଇଥାଏ। ଏହାଛଡ଼ା ଫିଲ୍ମରେ ଦମ୍‌ଦାର ଡାଏଲଗ୍‌ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବ। ଅନ୍ୟପଟେ ଟ୍ରେଲର୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ୍‌ର ୨୪ ଘଣ୍ଟା ମଧ୍ୟରେ ୨୪ ମିଲିୟନ୍‌ରୁ ଅଧିକ ଲୋକ ଟ୍ରେଲର୍‌କୁ ଦେଖିସାରିଲେଣି। ଫିଲ୍ମଟି ୨୦୨୦ ଜାନୁୟାରୀ ୨୪ରେ ରିଲିଜ୍‌ ହେବ।


All Right Reserved By Dharitri.Com

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ...

ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା...

ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ...

ସୋସିଆଲ ମିଡିଆ ଛାଡିଲେ ପରିଣିତି

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ...

ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ଭାଣିଜୀକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାଁ ଡିସେମ୍ବର ୨୭ ଅର୍ଥାତ ଶୁକ୍ରବାର ଦ୍ୱିତୀୟ ଥର ମାମୁ ହୋଇଛନ୍ତି। ଭାଇଜାନ୍‌ ତାଙ୍କ ଜନ୍ମଦିନରେ ହିଁ ଏହି ସୌଭାଗ୍ୟ...

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି...

ବଲିଉଡ୍‌ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି।...

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *