ଅଧ୍ୟକ୍ଷ ପଦବୀକୁ ନେଇ ଥମୁନି ଅଶାନ୍ତି: ବ୍ଲକରେ ଜନପ୍ରତିନିଧିଙ୍କ ହୋହଲ୍ଲା

ପୁରୁଷୋତ୍ତମପୁର, ୨୦ା୧୨ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ନେଉନାହିଁ। ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ପଦବୀରୁ ହଟାଇବା ଲାଗି ଅଧିକାଂଶ ସରପଞ୍ଚ, ସମିତିସଭ୍ୟ ଲାଗି ପଡିଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଗତ କରିବାକୁ ୨୫ ଦିନ ତଳେ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ତେବେ ଏ ଯାଏ ଅନାସ୍ଥା ବୈଠକ ଡକାଯାଇ ନ ଥିବାରୁ ଗୁରବାର ଜନ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଘେରିଥିଲେ। ଅଧ୍ୟକ୍ଷଙ୍କୁ ଘୋଡାଇ ରଖାଯାଉଥିବାରୁ ପଞ୍ଚାୟତଗୁଡିକର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ହୋହଲ୍ଲା କରିଥିଲେ। ଏହି ସମୟରେ ଜନପ୍ରତିନିଧିଙ୍କ ସାଙ୍ଗରେ ଆସିଥିବା କେତେଜଣ କୁଜିନେତା ବିଡିଓଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛାଇ ନ ଥିଲେ। ଏ ନେଇ ବିଡିଓ ସୀମାଞ୍ଚଳ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଉପଜିଲାପାଳ ପଦକ୍ଷେପ ନେବେ। ଅନାସ୍ଥା ପ୍ରସ୍ତାବ ଆଣିଥିବା ସରପଞ୍ଚ ସମିତିସଭ୍ୟଙ୍କ ଦସ୍ତଖତ ଯାଞ୍ଚ ଓ ଠିକଣା ଜଣାଇବାକୁ ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ଆସିଥିଲା। ସେସବୁ କାର୍ଯ୍ୟ ସାରି ସୋମବାର ଉପ ଜିଲାପାଳଙ୍କ ନିକଟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୫ତାରିଖରେ ବ୍ଲକ ଅଧ୍ୟକ୍ଷ ପଣ୍ଡା ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଜିଲାପାଳଙ୍କ ସମେତ ଛତ୍ରପୁର ଉପଜିଲାପାଳ ଓ ବିଡିଓଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ପରେ ଗତ ନଭେମ୍ବର ୨୦ ତାରିଖରେ ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ବାପାଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରି ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନକୁ ନିବେଦନ କରିଥିଲେ। ଉକ୍ତ ସନ୍ଧ୍ୟାରେ ସୂର୍ଯ୍ୟନାରାୟଣ ପୁରୁଷୋତ୍ତମପୁର ଥାନାକୁ ଆସି ପୁଅ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାଲଟା ଅଭିଯୋଗ କରିଥିଲେ। ପରେଜତ ୨୫ ତାରିଖରେ ସୂର୍ଯ୍ୟନାରାୟଣ ବିଡିଓଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହୃତ କରିନେବେ ବୋଲି ଅନୁରୋଧ କରି ପୂର୍ବଭଳି କାର୍ଯ୍ୟାଳୟକୁ ଆସି ଫାଇଲପତ୍ର ଦସ୍ତଖତ କରି କାର୍ଯ୍ୟ କରିଥିଲେ। ଏହାପରେ ସଂଖ୍ୟାଧିକ ସରପଞ୍ଚ ସମିତିସଭ୍ୟ ନଭେମ୍ବର ୨୬ ତାରିଖରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ।


All Right Reserved By Dharitri.Com

ମ୍ୟୁଟେଶନ ମାମଲାର ଶୁଣାଣି ହେଉନି

ବ୍ରହ୍ମପୁର ଅଫିସ୍‌,୨୩ା୭-ବ୍ରହ୍ମପୁର, କୁକୁଡ଼ାଖଣ୍ଡି ଏବଂ କନିଷି ତହସିଲ୍‌ କାର୍ଯ୍ୟାଳୟରେ ମ୍ୟୁଟେଶନ୍‌ (ଜମି ଦାଖଲ ଖାରଜ)ମାମଲାଗୁଡ଼ିକର ଶୁଣାଣି ହେଉନି ବୋଲି ଅଭିଯୋଗ କରିଛି ଗଞ୍ଜାମ ଓକିଲ ସଂଘ।...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୯-ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳା...

ଭାଜପା ସଙ୍ଗଠକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଭାଜପାର ସଙ୍ଗଠକ ଟୁନା ପ୍ରଧାନଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଛନ୍ତି। ଚାଷଜମିରେ କାମ...

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ...

ଜିଲାପାଳ, ଆରଟିଓ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର ଦାବି

ବ୍ରହ୍ମପୁର ଅଫିସ,୫ା୧୦-ଗଞ୍ଜାମ ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିବାକୁ ଦାବି କରିଛି ଭାରତୀୟ ବିକାଶ...

ନିର୍ମାଣାଧୀନ ପାଚେରି ଭୁଶୁଡ଼ି ମହିଳା ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୧ା୮- ଚମାଖଣ୍ଡି ଥାନା ବନ୍ଦର ଗଁ।ରେ ବୁଧବାର ଅପରାହ୍ନରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି...

ଆର୍ଯ୍ୟପଲ୍ଲୀର ୫୨୭ ଘର ଭଗ୍ନ ଅବସ୍ଥାରେ, ଆବାସ ଯୋଜନାରେ ସାମିଲ ଦାବି

ଛତ୍ରପୁର,୨୨ା୬(ଡି.ଏନ.ଏ)- ୧୯୯୯ ମସିହା ମହାବାତ୍ୟା ପରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗରୀବ ଓ ଗୃହହୀନମାନଙ୍କ ପାଇଁ ଘର ନିର୍ମାଣ କରି ଦିଆଯାଇଥିଲା ା ଭାରତ...

Leave a comment

Your email address will not be published. Required fields are marked *