ସିପିଆଇ,ସିପିଏମ୍‌ର ପ୍ରତିବାଦ ସଭା

ବାରିପଦା ଅଫିସ,୨୦ା୧୨- ଭାରତର ସମ୍ବିଧାନରେ ଏଠାକାର ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ଦେବା ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା ନାଗରିକତା ଆଇନରେ ଭାରତର ନାଗରିକ କିଏ ହୋଇପାରିବ ତାହା ଧାର୍ଯ୍ୟ କରାଯାଇଥିବାବେଳେ କେନ୍ଦ୍ର ସରକାର ଏହାକୁ ସଂଶୋଧନ କରିଛନ୍ତି। ଏହାକୁ ବିରୋଧ କରି ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଓ ସିପିଆଇ(ଏମ୍‌) ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି। ନନୀ ଗୋପାଳ ବ୍ରହ୍ମା ଓ ଶ୍ରୀକାନ୍ତ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସିପିଆଇର ଜିଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଆଇ(ଏମ)ର ଜିଲା ସମ୍ପାଦକ ରବି ଗୋସ୍ବାମୀ, ଅମଲ ଦେ, ବଳରାମ ମହାନ୍ତ, ରଘୁନାଥ ପଣ୍ଡା, ହରିଶ ସିଂ, ସୁଦର୍ଶନ ରାଉଳ, ରଥ ସିଂ, ଶ୍ୟାମ ସିଂ, ମୃତ୍ୟୁଞ୍ଜୟ ବେହେରା, ବିକର୍ତ୍ତନ କବି, ଶ୍ୟାମ ସୁନ୍ଦର ମୁର୍ମୁ, ହୃଷୀକେଶ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା...

କାଲିମେଳା ବ୍ଲକରେ ବଢ଼ିଚାଲିଛି କିଡ୍‌ନୀ ରୋଗ

କାଲିମେଳା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କଲିମେଳା ବ୍ଲକରେ ଦିନକୁ ଦିନ ବଢିଚାଲିଛି କିଡ୍‌ନୀ ରୋଗ। ବ୍ଲକରେ ଥିବା ୨୩ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବହୁ ବ୍ୟକ୍ତି କିଡ୍‌ନୀ...

୨୦ ହଜାର ଟଙ୍କାରେ ୭ ଦିନର ପୁଅ ବିକ୍ରି

ବାଲେଶ୍ୱର ଅଫିସ,୧୪।୯-ଦାରିଦ୍ର୍ୟର ତାଡନା ସହି ନ ପାରି ଏକ ଦମ୍ପତି ତାଙ୍କ ୭ଦିନର ପୁଅକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ବାଲେଶ୍ୱର ଜିଲା ଦରଘାପଡିଆ...

ଲୋଇସିଂହା ଛକରେ ଓହ୍ଲାଇ ଗାଇସିଲଟର ୨୧ ପ୍ରବାସୀ ହଟହଟା

ଲୋଇସିଂହା,୧୫।୫(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛକରେ ବରଗଡ଼ ଜିଲା ଗାଇସିଲଟ ବ୍ଲକର ୨୧ ଜଣ ପ୍ରବାସୀଙ୍କୁ ଗୋଟିଏ ବସ ଶୁକ୍ରବାର ସାରେ ଛାଡ଼ି ବରଗଡ଼...

ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ...

ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍‌ପି

ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର...

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ...

ସିମେଣ୍ଟ ଉଠି ବାହାରିଛି ଛଡ଼: ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ କାମ ନିମ୍ନମାନର ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଜମନକିରା,୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଳ ଛକ ପିଡବ୍ଲ୍ୟୁଡି ରାସ୍ତାରୁ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ ନିମ୍ନମାନର...

Leave a comment

Your email address will not be published. Required fields are marked *