Posted inଜାତୀୟ

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ ୩୧ରେ ଲାମ୍ବା ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ କରମବୀରଙ୍କୁ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର। ଶୁକ୍ରବାର ଦାୟିତ୍ୱ ଭାର ସମ୍ଭାଳିବା ପରେ ସେ କହିଛନ୍ତି, ଆଗାମୀ ଦିନରେ ନୌସେନାକୁ ଆହୁରି ଶକ୍ତିଶାଳୀ କରିବା ପ୍ରାଥମିକ ଲକ୍ଷ୍ୟ ହେବ।
ସୂଚନାଯୋଗ୍ୟ, କରମବୀର ସିଂହ ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ, ୱେଲିଂଟନର ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ମୁମ୍ବଇସ୍ଥିତ କଲେଜ ଅଫ ନାଭାଲ ୱାରଫେୟାରର ପୂର୍ବତନ ଛାତ୍ର। ୧୯୮୦ ଜୁଲାଇରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ସେ ଜଣେ ହେଲିକପ୍ଟର ପାଇଲଟ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ହାଲ ନିର୍ମିତ ଚେତକ ଏବଂ କାମୋଭ କା-୨୫ ହେଲିକପ୍ଟର ଉଡାଇବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଇସିଜିଏସ ଚାନ୍ଦ ବିବି, ଆଇଏନଏସ ବିଜୟଦୁର୍ଗା, ଆଇଏନଏସ ରାଣା ଏବଂ ଆଇଏନଏସ ଦିଲ୍ଲୀ ଭଳି ବିଭିନ୍ନ ଅତ୍ୟାଧୁନିକ ଜାହାଜର ସେ କମାଣ୍ଡ ନେଇଛନ୍ତି। ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସିଂହଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଏବଂ ପରମ ବିଶିଷ୍ଟ ସେବା ମେଡାଲ (୨୦୧୮)ରେ ସମ୍ମାନିତ କରାଯାଇଥିଲା।


All Right Reserved By

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା...

ଏଥର କାଶୀରେ ନିଜର ୬୯ ତମ ଜନ୍ମଦିନ ପାଳିବେ ମୋଦି

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ତାଙ୍କର ୬୯ ତମ ଜନ୍ମଦିନ ତାଙ୍କ ସଂସଦୀୟ ନିବଚନ ମଣ୍ଡଳୀ ବାରାଣସିର କାଶୀରେ ପାଳନ କରିବେ ବୋଲି...

ମୋଦିଙ୍କୁ ପତ୍ର ଲେଖିଲେ ସୁବ୍ରମଣ୍ୟନ: ରାମ ମନ୍ଦିର ପାଇଁ ଅଯୋଧ୍ୟା ଜମି ଦିଆଯାଉ

ନୂଆଦିଲ୍ଲୀ,୩ା୬(ପି.ଟି.): ରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଜମି ଯୋଗାଇ ଦେବା ସହ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବା ଲାଗି...

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ଅନେକ ଆହତ

ଶ୍ରୀନଗର, ୨୭।୬: ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଜଣେ ସ୍କୁଟି...

ରୁଷିଆରୁ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ,୧ା୭: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଭଳି ପରିସ୍ଥିତିରେ ନିଜକୁ ପ୍ରସ୍ତୁତ ରଖିବା ଲାଗି ରୁଷିଆରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ରାଜିନାମା ସ୍ବାକ୍ଷର କରିଛି।...

ଠକଙ୍କ ତାଲିକାରେ ସନ୍ଦେସରା ବ୍ରଦର୍ସ: ବିଭିନ୍ନ ବ୍ୟାଙ୍କରୁ ଠକି ନେଇଛନ୍ତି ୧୫ ହଜାର କୋଟି

ନୂଆଦିଲ୍ଲୀ,୨୯।୬: ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ତୁଳନାରେ ଅଧିକ ଟଙ୍କାର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଦେସରା ବ୍ରଦର୍ସଙ୍କ ଦ୍ୱାରା ଆନ୍ଧ୍ରବ୍ୟାଙ୍କ...

ମୋଦିଙ୍କୁ ରାଖୀ ବନ୍ଧିବା ସହ ଉପହାର ଦେଲେ ଭଉଣୀ କ୍ୱାମର ମୋହସିନ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ଭାଇ ବୋଲି ସମ୍ମାନ କରିବା ସହ ପ୍ରତିବର୍ଷ ରାଖୀ ବାନ୍ଧୁଥିବା ପାକିସ୍ତାନୀ ଭଉଣୀ କ୍ୱାମର ମୋହସିନ୍‌ ଶେଖ୍‌ ଗୁରୁବାର...

ଭାରତର ସବୁଠୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ, ୨୧।୫: ଟିଆରଏ ରିସର୍ଚ୍ଚ ପକ୍ଷରୁ ଭାରତର ସବୁଠାରୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଖେଳ, ସିନେମା ଏବଂ ବିଜନେସ୍‌ର ୩୯ଜଣ ସେଲିବ୍ରିଟି ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *