Posted inଜାତୀୟ

ନିର୍ଭୟା ମାମଲା: ପଓ୍ବନ କୁମାର ଗୁପ୍ତାଙ୍କ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୯।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଗୁରୁବାର ସକାଳେ ଦିଲ୍ଲୀ ହାଇକୋର୍ଟ ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ଆସନ୍ତା ଜାନୁୟାରୀ ୨୪ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହା ଉପରେ ନର୍ଭୟାଙ୍କ ଓକିଲ ପ୍ରଶ୍ନ ଉଠାଇବାରୁ ପୁଣିଥରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ନିର୍ଦ୍ଦେଶକୁ ପ୍ରତ୍ୟାହର କରି ନେଇ ଗୁରୁବାର ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି। ତେବେ ପଓ୍ବନଙ୍କ ଓକିଲ ଏପି ସିଂ ନୂଆ ଦଲିଲ ଉପସ୍ଥାପନ ପାଇଁ ସମୟ ମାଗିଥିବାରୁ ଗୁରୁବାର ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ପଓ୍ବନ ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବାର ଥିଲା। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଥିଲେ।


All Right Reserved By Dharitri.Com

ବର୍ଷାରେ ବେହାଲ୍‌ ମାୟାନଗରୀ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇବାସୀଙ୍କୁ ଗରମରୁ ଟିକେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳେ ମୁମ୍ବାଇ, ପାଳଘର ସମେତ ବହୁ ସ୍ଥାନରେ ମୂଷଳଧାରାରେ ବର୍ଷା...

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା...

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରଦେଶରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ସଦସ୍ୟ କେ.ସି. ବେଣୁଗୋପାଳ ସୂଚନା...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ...

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ...

ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା...

ଅଟକାଇବାରୁ ପୋଲିସଙ୍କ ହାତ କାଟିଦେଲେ

ଚଣ୍ଡିଗଡ଼,୧୩ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଯାତାୟାତ ଉପରେ କଟକଣା ଜାରି ହୋଇଛି।...

୩ ଫୁଟ ବରଫ ଚାଦରରେ ଢାଙ୍କି ହେଲା ବଦ୍ରିନାଥ

ଚାମୋଲି,୧୨।୧: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏଠାରେ ତୁଷାରପାତ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ...

Leave a comment

Your email address will not be published. Required fields are marked *