Posted inଜାତୀୟ

ଅମିତ ଶାହଙ୍କ ପରେ କିଏ ହେବ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ: ଏହି ନେତାଙ୍କ ନାଁ ସବୁଠୁ ଆଗରେ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅମିତ ଶାହ ସ୍ଥାନ ପାଇବା ପରେ ଏବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଭାଜପାର କିଛି ହେବିଓ୍ବେଟ୍‌ ନେତା ଏହି ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା ଜେପି ନଡ୍ଡା। ପୂର୍ବରୁ ଏହି ପଦ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେପି ନଡ୍ଡାଙ୍କ ନାଁ ଶୁଣିବାକୁ ମିଳୁଥିବାବେଳେ ଧର୍ମେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ତେବେ ନଡ୍ଡା ମୋଦିଙ୍କ ଟିମ୍‌ରେ ସାମିଲ ନ ଥିବାରୁ ସେ ହଁି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ହେବାର ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଛି। ଭାଜପାର ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦ’ ସିଦ୍ଧାନ୍ତ ଅନୁଯାୟୀ ନଡ୍ଡାଙ୍କୁ ମନ୍ତ୍ରୀମଣ୍ଡରେ ସ୍ଥାନ ଦିଆଯାଇନାହିଁ ବୋଲି କୁହାଯାଉଛି। ଏହାସହ ଭାଜପା ମହାସଚିବ ଭୁପେନ୍ଦ୍ର ଯାଦବ ଏବଂ ଓପି ମାଥୁର ମଧ୍ୟ ଅଧ୍ୟକ୍ଷ ପଦ ଦୌଡରେ ଅଛନ୍ତି।


All Right Reserved By Dharitri.Com

ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତି ମୁସଲମାନ୍‌ ପରିବାର

ଗୁଆହାଟୀ,୩।୩ : ଦେଶରେ ଧର୍ମ, ଜାତି, ସମ୍ପ୍ରଦାୟ ମଧ୍ୟରେ ବାବବିବାଦ ଜାରି ରହିଥିବା ବେଳେ ଆସାମର ଏକ ମୁସଲମାନ୍‌ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବର ନିଆରା ଉଦାହରଣ...

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

ଚିଦାମ୍ବରମଙ୍କ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ ତାଲିକା

ନୂଆଦିଲ୍ଲୀ,୨୬।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ...

ପରିହାସରେ ପରିଣତ ହେଲା ଭାଜପା କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବା ଖବର

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)କାର୍ଯ୍ୟାଳୟରେ ବୋମା ଥିବାର ଖବର ଶନିବାର ସକାଳେ ଜଣେ ବ୍ୟକ୍ତି ଫୋନ୍‌ କରି...

ନାଗପୁରରେ ନୀତୀନ ଗଡ଼କରୀ ମତଦାନ ଅଧିକାର ସାବ୍ୟସ୍ତ କଲେ

ନାଗପୁର,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ନାଗପୁରରେ ସପରିବାର ନିଜର ମତଦାନ ଅଧିକାର ସାବ୍ୟସ୍ତ...

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ...

ଲକ୍‌ଡାଉନ୍‌: ରାଜରାସ୍ତାରେ ନୀଳଗାଈ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ଏବେ ସବୁ ଦେଶ ଲକ୍‌ଡାଉନ୍‌ ହୋଇ ଯାଇଥିବାରୁ ଲୋକମାନେ ଘର ଭିତରେ ରହୁଛନ୍ତି। ସେଥିପାଇଁ ଚାରିଆଡେ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି।...

Leave a comment

Your email address will not be published. Required fields are marked *