ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୩ ସ୍ଥାନରେ ଚଢ଼ାଉ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀଙ୍କ ନାମରେ ଆୟ ବହିଃର୍ଭୂତ ମାମଲା ରୁଜୁ ହୋଇଥିବାରୁ ଏହି ଚଢ଼ାଉ କରାଯାଉଥିବା ପ୍ରକାଶ। ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟସ୍ଥ ଯନ୍ତ୍ରୀଙ୍କ ଭଡ଼ା ଘରେ ଗୁରୁବାର ସକାଳେ ଭିଜିଲାନ୍ସର ଏକ୍‌ ଟିମ ପହଞ୍ଚିଥିଲା।

ମାତ୍ର ଯନ୍ତ୍ରୀ ଘରେ ନ ଥିବାରୁ ଚଢ଼ାଉ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ଘରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ଅଧିକାରୀମାନେ ଘର ବାହାରେ ଜଗି ବସିଛନ୍ତି। ଏହା ସହିତ ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଭଡ଼ା ଘର ଓ ନୟାଗଡ଼ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି।


All Right Reserved By Dharitri.Com

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା...

ଲାଞ୍ଚ ମାମଲା: ବରିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୭-ଏକ ଲାଞ୍ଚ ମାମଲାର ବିଚାର କରି ବୁଧବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଅଭିଯୁକ୍ତ ବରିଷ୍ଠ କିରାଣିଙ୍କୁ ୨ ବର୍ଷ...

ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ...

ଆହତ ହେଟାବାଘ ଉଦ୍ଧାର

କାଲିମେଳା,୫।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ସଦର ମହକୁମା କାଲିମେଳା ପଡ଼ିଆ ମୁୁଖ୍ୟ ରାସ୍ତାର ପୁସୁଗୁଡ଼ାଠାରୁ ଏକ ହେଟାବାଘ ଉଦ୍ଧାର କରାଯାଇଛି। କୌଣସି ଗାଡ଼ି ଧକ୍କାରେ ବାଘଟି...

ଏସ୍‌ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା...

କରୋନା ସଚେତନତା କଲେ ମହିଳା

ବରଗଡ଼ ଅଫିସ,୨୭।୩: ବରଗଡ଼ ପୌର ପରିଷଦ ଅଧୀନ ଓ୍ବର୍ଡ ନଂ.୧୬ ବ୍ରହ୍ମଚାରୀରେ ସ୍ଥାନୀୟ ଏସ୍‌ଏଚଜି ମହିଳାମାନେ କରୋନା ପ୍ରତିହତ ପାଇଁ ସଚେତନ କରିଛନ୍ତି । ପୂର୍ବତନ...

୧୦ଫୁଟର ଅଜଗର ଉଦ୍ଧାର

ପୁରୀ ଅଫିସ,୨୯।୯: ପୁରୀ ସଦର ବ୍ଲକ ଅନ୍ତର୍ଗତ ଧୋବନ୍ଧର ଭାର୍ଗବୀ ନଦୀରୁ ରବିବାର ୧୦ଫୁଟର ଅଜଗର ଉଦ୍ଧାର କରାଯାଇଛି। ପୁରୀ ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ...

ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଧାରଣା

ନୟାଗଡ଼ ଅଫିସ,୧୬।୧୦-ନୟାଗଡ଼ ଜିଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ମଙ୍ଗଳବାର ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା...

Leave a comment

Your email address will not be published. Required fields are marked *