ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସାଧାରଣ ଲୋକଙ୍କ ଭଳି ଏଣିକି କିନ୍ନରମାନେ ମଧ୍ୟ ଉଚ୍ଛେଦରେ ସାମିଲ ହେବା ସହ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟ କରିବେ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ବୁଧବାର ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ବିଏମ୍‌ସି ରାଜସ୍ବ ବିଭାଗ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସହ ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ସଭାନେତ୍ରୀ ମେଘନା ସାହୁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ପ୍ରଥମତଃ ଗୋଟିଏ ବର୍ଷ ପାଇଁ କରାଯାଇଥିବାବେଳେ ସବୁ ମାସର ପଞ୍ଚମ ଦିନରେ ବିଏମ୍‌ସି ପକ୍ଷରୁ ମାସିକିଆ ରିପୋର୍ଟ କାର୍ଡ ପ୍ରଦାନ କରାଯିବ। ଏହାସହ ଗାଡ଼ି, ତେଲ, ଆଇଡେଣ୍ଟି କାର୍ଡ ମଧ୍ୟ ଦିଆଯିବ। ଏହାବ୍ୟତୀତ ପ୍ରତି ୪୦ ଲକ୍ଷରେ ୧% ଓ ୬୦ ଲକ୍ଷ ଆଦାୟରେ ୧.୫% କିନ୍ନରମାନେ ପାଇବାର ଯୋଜନା ରହିଛି। ଏହି ସବୁ କାର୍ଯ୍ୟର ଦାୟିତ୍ୱ ବହନ କରିବେ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ସୁଚନାଥାଉ କି, ବିଏମ୍‌ସିରେ ଏବେ ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟର କମ୍‌ ଥିବାବେଳେ ନିଗମ ପକ୍ଷରୁ ବିଭିନ୍ନ ଏସ୍‌ଏଚ୍‌ଜିଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିଯୁକ୍ତ କରାଯାଉଛି। ଏବେ ପ୍ରଥମ କରି କିନ୍ନରମାନଙ୍କ ଏସ୍‌ଏଚ୍‌ଜି ସହ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବାବେଳେ ଆଗକୁ ଅନ୍ୟ ଏସ୍‌ଏଚ୍‌ଜି ସହ ମଧ୍ୟ ଏଭଳି ବୁଝାମଣାପତ୍ର ସ୍ବାକ୍ଷରିତ ହେବ ବୋଲି ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।


All Right Reserved By Dharitri.Com

ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ...

ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା, ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା। ଏଥିଲାଗି ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ...

ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୪(ବ୍ୟୁରୋ)- ରାଜଧାନୀରେ ଲଜ୍ଜା। ବଳାତ୍କାରର ଶିକାର ହୋଇଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା। ଶହୀଦନଗର ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ପୀଡିତାଙ୍କ...

ଲଘୁଚାପ ବର୍ଷା ନେଲା ଜୀବନ: କାନ୍ଥ ଭୁଶୁଡି ୪ମୃତ, ୩ ଆହତ

ପୁରୀ ଅଫିସ/ଜଳେଶ୍ୱର/ରାସଗୋବିନ୍ଦପୁର/ଆଳି, (ଡି.ଏନ୍‌.ଏ.)୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ...

ଆଉ ୨୦ ଏୟାରପୋର୍ଟରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର, ୪ା୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧକୁ ଜୋର ଦେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ...

୫ ଜିଲାରେ ପ୍ରବଳ ବର୍ଷା:୪୮ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୪।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ନୂଆପଡା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌କୁ ପଛରୁ ପିଟିଲା ଟ୍ରଲର, ୭ ଗୁରୁତର

ବସ୍ତା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଦଣ୍ଡିକା ଛକ ନିକଟରେ ରବିବାର ବସ୍‌କୁ ଏକ ଟ୍ରଲର ପଛପଟୁ ଧକ୍କା...

ପୂଜାରେ ଟ୍ରେନ୍‌, ଷ୍ଟେଶନ ହେବ ଫେରିବାଲା ଶୂନ୍ୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଟ୍ରେନ ଏବଂ ଷ୍ଟେଶନ ପରିସରରେ ବୁଲା ବିକାଳି ଓ ଫେରିବାଲାଙ୍କ ପ୍ରାଦୁର୍ଭାବ ଦୂର ପାଇଁ ପୂର୍ବତଟ ରେଳପଥ ଦ୍ୱିତୀୟ ପର୍ଯ୍ୟାୟ ଚଢ଼ାଉ ଆରମ୍ଭ କରିଛି।...

Leave a comment

Your email address will not be published. Required fields are marked *