ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଏନ୍‌ସିଏଲ୍‌ଏଟି ରାୟ

ନୂଆଦିଲ୍ଲୀ,୧୯-୧୨: ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସ ମିସ୍ତ୍ରିଙ୍କୁ ହଟାଇବା ଭୁଲ ଥିଲା ବୋଲି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲ୍‌ଏଟି) ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ଏନ୍‌ସିଏଲ୍‌ଏଟି ସାଇରସ ମିନ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ପୁଣି ଥରେ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ମାମଲା ହାରିବା ପରେ ମିନ୍ତ୍ରୀ ଏନ୍‌ସିଏଲ୍‌ଏଟିର ଦ୍ୱାରସ୍ଥ ହୋଇଥିଲେ। ସେହିଭଳି ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତିକୁ ଆପିଲେଟ ଟ୍ରିବ୍ୟୁନାଲ ବେଆଇନ ବୋଲି କହିଛନ୍ତି। ଏହି ନିଷ୍ପତ୍ତିକୁ ଟାଟା ସନ୍ସ ୪ ସପ୍ତାହ ମଧ୍ୟରେ ଆବେଦନ କରିପାରିବ ବୋଲି ଏନ୍‌ସିଏଲ୍‌ଏଟି କହିଛନ୍ତି। ଏହି ମାମଲାର ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଟାଟାସନ୍ସ ଏହାର ପ୍ରତିକ୍ରିୟାରେ କହିଛି।
ସାଇରସ ମିସ୍ତ୍ରି ସାପୋରଜି ପାଲୋଞ୍ଜୀ ପାଲୋଜୀ ପରିବାର ହୋଇଥିବା ବେଳେ ତାଙ୍କୁ ଟାଟା ଅଧ୍ୟକ୍ଷ ପଦବୀରୁ ଅକ୍ଟୋବର ୨୦୧୬ରେ ହଟାଯାଇଥିଲା। ଏହା ପରେ ଏନ୍‌. ଚନ୍ଦ୍ରଶେକରନ ୨୦୧୭ ଜାନୁୟାରୀରେ ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ରତନ ଟାଟାଙ୍କ ପରେ ଟାଟା ସନ୍ସର ୬ତମ ଅଧ୍ୟକ୍ଷ ଭାବେ ମିସ୍ତ୍ରି ୨୦୧୨ରେ ଅବସ୍ଥାପିତ ହୋଇଥିଲେ। ଅଧ୍ୟକ୍ଷ ପଦବୀରୁ ତାଙ୍କୁ ପ୍ରଥମେ ହଟାଯିବା ପରେ ଟାଟା ସନ୍ସ ବୋର୍ଡରୁ ମଧ୍ୟ ବାଦ ଦିଆଯାଇଥିଲା। ଟାଟା ସନ୍ସରେ ପ୍ରମୁଖ ନିବେଶ ନିଷ୍ପତ୍ତି, ବିଶ୍ୱର ଶସ୍ତା କାର ନାନୋର ମାନୁଫାକଚରିଂ ନେଇ ପୂର୍ବତନ ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କ ସହ ସାଇରସ୍‌ଙ୍କ ମତାନ୍ତର ରହିଥିଲା। ଯାହା ବିବାଦର ପ୍ରମୁଖ କାରଣ ବୋଲି କୁହାଯାଏ।
ଟାଟା ସନ୍ସରେ ମିସ୍ତ୍ରିଙ୍କ ପରିବାରର ୧୮.୪% ଅଂଶଧନ ରହିଛି। ତାଙ୍କୁ ଅଧ୍ୟକ୍ଷ ପଦବୀରୁ ବିଦା କରିବା ପରେ ତାଙ୍କ ପରିବାର ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ମିସ୍ତ୍ରିଙ୍କ ପରିବାରର ଅଭିଯୋଗ ରହିଥିଲା ଯେ, ସାଇରସଙ୍କୁ ହଟାଇବା ବେଆଇନ ଥିଲା। ଏହା କମ୍ପାନୀ ଆଇନର ଉଲ୍ଲଘଂନ କରୁଥିଲା। ଟାଟା ସନ୍ସ ପରିଚାଳନା ବୋର୍ଡର ବେଆଇନ କାର୍ଯ୍ୟ ଏବଂ ରତନ ଟାଟାଙ୍କ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ ରହୁଥିଲା ବୋଲି ସାଇରସଙ୍କ ପରିବାର ଅଭିଯୋଗରେ କହିଥିଲେ। ୨୦୧୮ରେ ଏହି ଅଭିଯୋଗକୁ ଏନ୍‌ସିଏଲ୍‌ଟି ଖାରଜ କରିବା ପରେ ମିସ୍ତ୍ରି ଏନ୍‌ସିଏଲ୍‌ଏଟିରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ୯ ଜୁଲାଇ ୨୦୧୮ରେ ଏହି ମାମଲାରେ ଶୁଣାଣି ବେଳେ ଏନ୍‌ସିଏଲ୍‌ଟି କହିଥିଲେ ଯେ, ସାଇରସ ମିସ୍ତ୍ରିଙ୍କୁ ହଟାଇବା ଲାଗି ବୋର୍ଡର କ୍ଷମତା ରହିଛି। ଅଂଶୀଦାରଙ୍କ ଭରଷା ତାଙ୍କ ଉପରେ ନ ରହିବା ଯୋଗୁ ବୋର୍ଡରୁ ହାଟାଯାଇଥିଲା ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଟାଟା ଗ୍ରୁପ ଶେୟାର କାରବାର ୪% ହ୍ରାସ
ଏନ୍‌ସିଏଲ୍‌ଏଟିଙ୍କ ନିଷ୍ପତ୍ତି ପରେ ଟାଟା ଗ୍ରୁପ୍‌ ଶେୟାର କାରବାର ଉପରେ ପ୍ରଭାବ ପଡିଛି। ବୁଧବାର ଗ୍ରୁପର ଶେୟାର କାରବାର ୪% ଖସିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଟାଟା ମୋଟର୍ସର ବୁଧବାର କାରବାର ୩.୦୫% ଖସିବା ଦ୍ୱାର ୧୭୪.୭୦ ସ୍ତରରେ ବନ୍ଦ ହୋଇଥିଲା। ଟାଟା ଗ୍ଲୋବାଲ ବେଭରେଜ କାରବାର ୪.୧୪% ଖସିବା ଯୋଗୁ ୩୧୧.୮୦ ସ୍ତରରେ ବନ୍ଦ ହୋଇଛି। ସେହିଭଳି ଟାଟା ପାଓ୍ବାର କାରବାର ୦.୯୮% ନିମ୍ନରେ ରହିବା ଯୋଗୁ ୫୫.୫୦ ସ୍ତରରେ ବନ୍ଦ ହୋଇଥିଲା।


All Right Reserved By Dharitri.Com

ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର...

କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ...

କାରବାର ସୁଧାର ଆଶାରେ ବ୍ୟବସାୟୀ

ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍‌ଗୁଡ଼ିକ ଖୋଲିବାକୁ ସରକାର...

ପିଏମ୍‌ସି ମାମଲାରେ ଯାଞ୍ଚ ହେବ ଅଡିଟରଙ୍କ ଭୂମିକା

ନୂଆଦିଲ୍ଲୀ,୩-୧୦: ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଅଡିଟରଙ୍କ ଭୂମିକା ଯାଞ୍ଚ ହେବ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟସର ସର୍ବୋଚ୍ଚ ସଂସ୍ଥା ଆଇସିଏଆଇ ଅଡିଟରଙ୍କ ଭୂମିକା ଠକେଇରେ...

ପ୍ରତ୍ୟକ୍ଷ କରରେ ବଡ଼ ଧରଣର ସଂସ୍କାର ପ୍ରସ୍ତୁତି;ସର୍ବାଧିକ ଆୟକର୨୦% ସୁପାରିସ

ନୂଆଦିଲ୍ଲୀ,୨୧-୮: କେନ୍ଦ୍ର ସରକାର ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣି ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କଲେ। ଏହାଦ୍ୱାରା ପ୍ରାୟ ଏକ ଡଜନରୁ...

ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ୟୁନିୟନର ବିରୋଧ

ନୂଆଦିଲ୍ଲୀ,୮ା୭: ଭାରତୀୟ ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ରେଲଓ୍ବେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ ଇଣ୍ଡିଆନ ରେଲଓ୍ବେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା...

ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର...

ମେ’ରେ ବଢ଼ିଛି ବିମାନ ଯାତ୍ରା: ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି ୨.୯୬%

ନୂଆଦିଲ୍ଲୀ,୧୯-୬: ଏପ୍ରିଲରେ ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ମେ’ରେ ବୃଦ୍ଧି ପାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ...

Leave a comment

Your email address will not be published. Required fields are marked *